ବିଜେଡି ନେତାଙ୍କ ବିରୋଧରେ ମାମଲା ରୁଜୁ

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପାରେ ଯୋଗଦେଇ ଥିବା ବିଜେଡି ନେତା ପୁଣି ବିଜେଡିକୁ ଫେରିବା ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି। ବାଂଶପାଳ ବ୍ଲକ ଶୁଆକାଟି ଅଞ୍ଚଳର ଅଞ୍ଜନ ବେଜ ଓ ଅନ୍ୟମାନେ ଶୁକ୍ରବାର ଭାଜପା ପାର୍ଟି ଅଫିସରେ ଏକ ମିଶ୍ରଣ ପର୍ବରେ ଦଳରେ ଯୋଗଦେଇଥିଲେ।

ଏନେଇ ସେ ଟାଉନ ଥାନାରେ ଗତକାଲି ବିଳମ୍ବିତ ରାତିରେ ଏତଲା ଦେଇଥିବା ବେଳେ ପୋଲିସ ଅଭିଯୋଗକୁ ଭିତ୍ତକରି ସୌମଶଙ୍କର ଚକ୍ର ଓ ଅନ୍ୟ ଦୁଇ ଜଣଙ୍କ ବିରୋଧରେ କେସ୍‌ ନମ୍ବର ୩୦୮/୨୪ରେ ମାମଲା ରୁଜୁ କରି ତଦନ୍ତ କରୁଛି।

ସେମାନେ ନିଜ ଇଚ୍ଛାରେ ନୁହେଁ, ସେମାନଙ୍କୁ ଜୋରଜବରଦସ୍ତ ଭାଜପା ପାର୍ଟି ଅଫିସ ନିକଟରୁ ଉଠାଇ ନେଇ ବିଜେଡି ଜିଲା କାର୍ଯ୍ୟାଳୟକୁ ନେଇ ଭାଜପା ଛାଡ଼ିବାକୁ ବାଧ୍ୟ କରିଥିଲେ ବୋଲି ଭାଜପା ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ସୂଚନା ଦେଇଛନ୍ତି। ଶ୍ରୀଚକ୍ର ଶୁଆକାଟି ଅଞ୍ଚଳରେ ଗରୀବ ଆଦିବାସୀଙ୍କୁ ଧମକ ଚମକ କରୁଥିବା, କଳା ଟଙ୍କା ରଖି ସାଧାରଣ ନିର୍ବାଚନକୁ ପ୍ରଭାବିତ କରୁଥିବା ଆଦି ଅଭିଯୋଗପତ୍ରରେ ଶ୍ରମହାନ୍ତ ଦର୍ଶାଇଛନ୍ତି। ଶ୍ରୀଚକ୍ର ଶୁଆକାଟି ଅଞ୍ଚଳରେ ଗରିବ ଆଦିବାସୀଙ୍କୁ ଧମକ ଚମକ କରୁଥିବା, ସାଧାରଣ ନିର୍ବାଚନକୁ ପ୍ରଭାବିତ କରୁଥିବା ଆଜି ପୋଲିସ ଥାନାରେ ଅଞ୍ଜନ ବେଜ୍‌ ନିଜେ ଉପସ୍ଥିତ ରହି ପୋଲିସ ଆଗରେ ବୟାନ ଦେଇଛନ୍ତି। ଏନେଇ ଅଞ୍ଜନ କୁମାର ବେଜ ମିଡିଆ ଆଗରେ କହିଛନ୍ତି, ରାଜ୍ୟ ବିଜେଡି ଉପସଭାପତି ସୌମ୍ୟଶଙ୍କର ଚକ୍ର ମୋ ଅନିଚ୍ଛା ସତ୍ତ୍ୱେ ମୋ’ ଗାଡିରେ ବସି ବିଜେଡି ପାର୍ଟି ଅଫିସକୁ ନେଇଗଲେ। ସେଠାରେ ବାଧ୍ୟ କରି ପୁନର୍ବାର ବିଜେଡି ଉତ୍ତରୀୟ ପିନ୍ଧାଇ ବାଇଟ ଦେବାକୁ ବାଧ୍ୟ କଲେ। ମୁଁ ଭାଜପା ଦଳରେ ଅଛି ଏବଂ ମୋଦିଙ୍କ ନେତୃତ୍ୱରେ କାମ କରିବି। ଧମକ ଦେଇ ନ ଥିଲେ। କିନ୍ତୁ ଅନିଚ୍ଛା ସତ୍ତ୍ୱେ ଦଳରେ ସାମିଲ ହେବାକୁ ବାଧ୍ୟ କରାଗଲା। ଅନ୍ୟ ପକ୍ଷରେ ଏହାକୁ ନେଇ ସୌମ୍ୟଶଙ୍କର ଚକ୍ର କହିଛନ୍ତି, ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ସେ ନିଜ ସହମତିରେ ଆସିଥିଲେ। ଧମକ ଚମକ କରାଯାଇନାହିଁ ବୋଲି ନିଜେ କହୁଛନ୍ତି। ଯଦି ଅପହରଣ କରାଯାଇଥିଲା ତାହାର ପ୍ରମାଣ ପାର୍ଟି ଅଫିସର ସିସିଟିଭିରୁ ଦେଖାନ୍ତୁ। ସେ ନିଜେ ସଙ୍ଗେ ସଙ୍ଗେ କାହିଁକି ପୋଲିସକୁ ଜଣାଇଲେ ନାହିଁ। ଏଣୁ ଏହାକୁ ନେଇ ଭାଜପା ଦଳ ଜିତିବା ପାଇଁ ରାଜନୀତି କରୁଛି ବୋଲି ସେ କହିଛନ୍ତି।