ବଲିଉଡ୍‌ କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟଙ୍କ ନାଁରେ ମାମଲା

କଟକ ଅଫିସ,୧୩ା୬: କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଲୋକପ୍ରିୟ ଗୀତରେ କଣ୍ଠଦାନ କରିଥିବା ବଲିଉଡ୍‌ ଗାୟକ ସୌରିନ୍‌ ଭଟ୍ଟଙ୍କ ନାଁରେ କଟକ ମହିଳା ଥାନାରେ ସୋମବାର ଅଭିଯୋଗ ହୋଇଛି। ସେ ବିବାହ ପ୍ରତିଶ୍ରୁତି ଦେଇ ଯୌନ ଶୋଷଣ, ପ୍ରତାରଣା କରିବା, ନିର୍ଯାତନା ଦେଇଥିବା ନେଇ ଜଣେ ଓଡ଼ିଆ ଗାୟିକା ଥାନାରେ ଏତଲା ଦେଇଛନ୍ତି। ଏ ନେଇ ପୋଲିସ ଦଫା ୩୭୬, ୪୯୩, ୩୪୧, ୨୯୪, ୪୧୭, ୫୦୬ରେ ଏକ ମାମଲା(ନଂ.୭୮/୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁସାରେ, ୨୦୧୫ରେ କଟକ କଲେଜ ଛକସ୍ଥିତ ଏକ ବ୍ୟାଙ୍କରେ ଯୁବତୀ ଜଣଙ୍କ ଚାକିରି କରିବାବେଳେ ସୌରିନଙ୍କ ସହ ବନ୍ଧୁତା ହୋଇଥିଲା। ସୌରିନ ଉକ୍ତ ବ୍ୟାଙ୍କକୁ ମଧ୍ୟ ଯିବାଆସିବା କରୁଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୨୦୧୭ରେ ଯୁବତୀ ଜଣଙ୍କ ମୁମ୍ବାଇର ଏକ ବ୍ୟାଙ୍କରେ ଚାକିରି କରିଥିଲେ। ସେଠାରେ ସୌରିନଙ୍କ ସହ ଭଲ ବନ୍ଧୁତା ହୋଇଥିଲା। ଦୁହିଙ୍କ ମଧ୍ୟରେ ବନ୍ଧୁତା ବଢ଼ିବା ସହ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ସୌରିନ୍‌ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଫଳରେ ଯୁବତୀ ସୌରିନଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ସୌରିନ ବିବାହିତ ଓ ତାଙ୍କର ଏକ ପିଲା ଥିବା ସମ୍ପୃକ୍ତା ଯୁବତୀ ଜାଣିବାକୁ ପାଇଥିଲେ। ସେହିଦିନଠାରୁ ସେ ତାଙ୍କଠାରୁ ଦୂରେଇବାକୁ ଆରମ୍ଭ କରିଥିଲେ। ହେଲେ ସୌରିନ ଉଭୟଙ୍କ ମଧ୍ୟରେ ଥିବା ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋ, ଭିଡିଓ ନିଜ ପାଖରେ ରଖିଥିଲେ ଯାହାକୁ ନେଇ ସେ ଯୁବତୀଙ୍କୁ ବ୍ଲାକମେଲିଂ କରିବା ସହ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ। କେବଳ ଏହି ଯୁବତୀ ନୁହନ୍ତି, ଆଉ ଜଣେ ଯୁବତୀ ମଧ୍ୟ ସୌରିନଙ୍କ ଦ୍ୱାରା ପ୍ରତାରିତ ହୋଇଛନ୍ତି। ଏ ବାବଦରେ ଯୁବତୀ ଜଣଙ୍କ ଜାଣିବା ପରେ ତା’ର ପ୍ରମାଣ ମଧ୍ୟ ନିଜ ପାଖରେ ରଖିଛନ୍ତି। ତେବେ ସେ ସିଡିଏରେ ରହୁଥିବାବେଳେ ସୌରିନ ସେଠାକୁ ଆସି ଧମକାଇଥିଲେ। ଯୁବତୀଙ୍କ ମାଆଙ୍କୁ ମଧ୍ୟ ଧମକ ଦେଇ କହିଥିଲେ, ତୁମେ ଏ ବିଷୟରେ କାହାକୁ କହିଲେ ତୁମ ପରିବାରର ସମସ୍ତଙ୍କୁ ମାରିଦେବି। ଏହାପରେ ଲୋକଲଜ୍ଜାକୁ ଡରି ଯୁବତୀ କାହାକୁ କିଛି କହୁ ନ ଥିଲେ। ଫଳରେ ବାରମ୍ବାର ସୌରିନ ତାଙ୍କୁ ହଇରାଣ କରୁଥିଲେ। ଏପରି କି ବିଭିନ୍ନ ପର୍ଯ୍ୟାୟରେ ସୌରିନ୍‌ ୬ରୁ ୭ ଲକ୍ଷ ଟଙ୍କା ଯୁବତୀଙ୍କଠାରୁ ନେଇଛନ୍ତି। କିଛିଦିନ ତଳେ ଏନେଇ ଏକ ଫଇସଲା କରିବାକୁ ଯୁବତୀ ଚାହିଁଥିଲେ। ହେଲେ ସୌରିନ ଏଥିରେ ରାଜି ନ ହେବା ସହ କାରରୁ ଧକ୍କା ଦେଇ ତଳେ ପକାଇ ଦେଇଥିଲେ। ତେଣୁ ଜଗତପୁର ଥାନାରେ ଏତଲା ଦେବାକୁ ଯାଇଥିଲି। ହେଲେ ସେମାନେ ମହିଳା ଥାନାରେ ଅଭିଯୋଗ କରିବାକୁ କହିଥିଲେ। ପରେ ମହିଳା ଥାନାରେ ଅଭିଯୋଗ କରିଛି। ଏ ସମ୍ପର୍କରେ ଡିସିପି ପିନାକ ମିଶ୍ର କହିଛନ୍ତି, ଏତଲାରେ ଥିବା ଅଭିଯୋଗ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ ସୌରିନ୍‌ଙ୍କୁ ଜେରା ପାଇଁ ଥାନାକୁ ଡକାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ମଣ୍ଡିକୁ ନେଇ ବିବାଦ: ଧାରଣା ଦେଲେ ଖେଳାଳି

ହିଞ୍ଜିଳିକାଟୁ,୨୩।୧୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ରାଳବ ଗାଁରେ ଆରଏମସି ମାକେର୍ଟ ୟାର୍ଡ ମଧ୍ୟରେ ଖରିଫ ଋତୁରେ ଧାନ ସଂଗ୍ରହ ପାଇଁ ଧାନ ମଣ୍ଡି...

ରାଜ୍ୟରେ ୪୦୦୦ ଖାଲି କନିଷ୍ଠ ଶିକ୍ଷକ ପଦବୀ ପୂରଣ କରିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୨୩ା୧୨: ରାଜ୍ୟରେ କନିଷ୍ଠ ଶିକ୍ଷକ ପଦବୀ ନିଯୁକ୍ତିକୁ ନେଇ ଚାଲିଥିବା ବିବାଦରେ ପୁଣିଥରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିଛି। ସଦ୍ୟତମ ବିକାଶରେ ହାଇକୋର୍ଟ ନୂତନ କଟ୍ ମାର୍କ...

ଲାଞ୍ଚ ନେବାବେଳେ ବ୍ଲକ ଯୋଗାଣ ସାହାୟିକାଙ୍କ ଉପରେ ମାଡିବସିଲା ଭିଜିଲାନ୍ସ, ୪ ସ୍ଥାନରେ ଚାଲିଛି ଚଢାଉ

କୋରାପୁଟ,୨୩।୧୨ ( ଅମିତାଭ ବେହେରା ): ଭିଜିଲାନ୍ସ ଜାଲରେ ପଡିଲେ ଦଶମନ୍ତପୁର ବ୍ଲକର ଯୋଗାଣ ସାହାୟିକା ( ଏମଆଇ )ମମତା ବେହେରା। କୋରାପୁଟ ଜିଲାର ଦଶମନ୍ତପୁର...

ସ୍ଥାୟୀ ବିଇଓ ନିଯୁକ୍ତି ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ନିକଟରେ ଦାବି

ଦାରିଙ୍ଗବାଡି,୨୩।୧୨( ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠି ଶିକ୍ଷା ଅଧିକାରୀ (ବିଇଓ )ସ୍ଥାୟୀ ପଦବୀ ଦୀର୍ଘ ଦିନ ହେଲା ଖାଲି ପଡିଛି। ଉକ୍ତ ବ୍ଲକର...

ମନ୍ତ୍ରୀ କଲେ ବଡ଼ ଖୁଲାସା: ”ରାଜ୍ୟରେ ଏବେ ବି ରହିଛି ବିଜେଡି ଶାସନ ଚାପ”

କେସିଙ୍ଗା, ୨୩।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଆୟୋଜିତ ବୁଢା ଡଙ୍ଗର ଲୋକ ମହୋତ୍ସବରେ ଯୋଗଦେବା ପାଇଁ ଗସ୍ତରେ ଆସିଥିବା ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ...

ବୁଢା ଡଙ୍ଗର ଲକୋମହୋତ୍ସବ ଆରମ୍ଭ: ନିଶାନ ବାଜାରେ ଦୁଲୁକିଲା କେସିଙ୍ଗା ସହର

କେସିଙ୍ଗା୨୩।୧୨: କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ବୁଢା ଡଙ୍ଗର ଲୋକ ମହୋତ୍ସବ ରବିବାର ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ସ୍ଥାନୀୟ...

ଗୋଟେ ଲଘୁଚାପ ଯାଉଯାଉ ପୁଣି ଆସୁଛି ଆଉ ଏକ ଲଘୁଚାପ, ଚାଷୀ ଛାନିଆ

ନିରାକାରପୁର, ୨୩।୧୨(ମାନସ ଚନ୍ଦ୍ର ପଟ୍ଟନାୟକ ): ଚଳିତ ମାସରେ ହୋଇଥିବା ଅଦିନିଆ ଲଗାଣ ବର୍ଷା ଚାଷୀ ମେରୁଦଣ୍ଡକୁ ଦୋହଲେଇଦେଇଥିବା ବେଳେ ପୁଣି ଆଉ ଗୋଟିଏ ଲଘୁଚାପ...

ଆଉ ଦିନକ ପରେ ବଡଦିନ: ରାଇକିଆ ପୋଲିସର ଫ୍ଲାଗମାର୍ଚ୍ଚ

ରାଇକିଆ,୨୩।୧୨(ପ୍ରଦୀପ ବେହେରା): ଆଉ ଦିନକ ପରେ ବଡଦିନ। ଏନେଇ କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ଚର୍ଚ୍ଚରେ ଆକର୍ଷଣୀୟ ସଜସଜ୍ଜା ସାଙ୍ଗକୁ ବ୍ୟାପକ ପ୍ରସ୍ତୁତି ଚାଲିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri