ପୂର୍ବତନ ଅଧିନାୟକଙ୍କ ନାଁରେ ମାମଲା:ପାଣ୍ଠି ଦୁରୁପଯୋଗ ଅଭିଯୋଗ

ହାଇଦ୍ରାବଦ୍‌,୨୦।୧୦: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଜହରୁଦ୍ଦିନ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ପାଣ୍ଠିର ଅପବ୍ୟବହାର ଅଭିଯୋଗରେ ଆଜହରଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ଆଜହରଙ୍କ ସହ ପୋଲିସ ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ପୂର୍ବତନ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ତେବେ ଆଜହର ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି।
ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀଲ କାଣ୍ଟେ ବୋଷ ଅପପାଲ ପୋଲିସ ଷ୍ଟେଶନରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ସେ କହିଛନ୍ତି,ପୂର୍ବତନ ଏଚସିଏ ସଭାପତି ଆଜହର ଏବଂ ଅନ୍ୟ ପୂର୍ବତନ ଅଧିକାରୀମାନେ ସଂଗଠନର ପାଣ୍ଠିର ଅପବ୍ୟବହାର କରିଛନ୍ତି। ଏହା ପରେ ପୋଲିସ ସମସ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଅଜହର ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ମୁଁ ମିଡିଆ ରିପୋର୍ଟ ଦେଖିଛି। ସିଇଓ, ଏଚସିଏଙ୍କ ଅଭିଯୋଗକୁ ଆଧାର କରି ମୋ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଏହି ସମସ୍ତ ଅପରାଧ ମିଥ୍ୟା । ଏହି ଅଭିଯୋଗଗୁଡ଼ିକ ସହିତ ମୋର କୌଣସି ସମ୍ପର୍କ ନାହିଁ। ସଠିକ ସମୟ ଆସିଲେ ମୁଁ ଏହାର ଉତ୍ତର ଦେବି। ଏହା କେବଳ ମୋର ଛବିକୁ ଖରାପ କରିବା ପାଇଁ ଏକ ପ୍ରୟାସ।

Share