Categories: ଜାତୀୟ

ବିଜୁଳି ଚୋରି ଅଭିଯୋଗରେ କର୍ଣ୍ଣାଟକ ନେତା କୁମାରସ୍ବାମୀଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ, ୧୪।୧୧: ବିଜୁଳି ଚୋରି କରିବା ଅଭିଯୋଗରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡି(ଏସ) ନେତା ଏଚଡି. କୁମାରସ୍ବାମୀଙ୍କ ନାଁରେ ଥାନାରେ ରୁଜୁ ହେଲା ମାମଲା। ଦୀପାବଳିରେ କୁମାରସ୍ବାମୀ ବିଜୁଳି ଚୋରି କରି ତାଙ୍କର ଘରକୁ ଆଲୋକିତ କରିଥିବା ଅଭିଯୋଗ କରି ସୋସିଆଲ ମିଡିଆରେ କଂଗ୍ରେସ ଏକ ଭିଡିଓ ସେୟାର କରିବା ପରେ ଏହି ମାମଲା ରୁଜୁ ହୋଇଛି।

କଂଗ୍ରେସର ଏହି ଅଭିଯୋଗ ଉତ୍ତରରେ କୁମାରସ୍ୱାମୀ ସ୍ୱୀକାର କରିଛନ୍ତି ଯେ, ଏକ ଘରୋଇ ଡେକରେସନ କମ୍ପାନୀ ତାଙ୍କ ଘରେ ଥିବା ଆଲୋକ ବ୍ୟବସ୍ଥାକୁ ନିକଟସ୍ଥ ବିଦ୍ୟୁତ୍ ଲାଇନ ସହିତ ସଂଯୋଗ କରି ଚେକ୍ କରିଥିଲା।

ତେବେ ଘରକୁ ଫେରିବା ପରେ ଏହି କଥା ମୁ ଜାଣିବାକୁ ପାଇଥିଲି ଏବଂ ତୁରନ୍ତ ବାହାର ବିଦ୍ୟୁତ ସଂଯୋଗ ଛିନ୍ନ କରିବାକୁ କହି ଘର ଭିତରୁ ସଂଯୋଗ କରିବାକୁ ନିର୍ଦେଶ ଦେଇଥିଲି। ଏହା କହି ସେ କ୍ଷମା ଚାହିଁଥିଲେ।ବେଙ୍ଗାଳୁରୁ ବିଦ୍ୟୁତ୍ ଯୋଗାଣ କମ୍ପାନୀ ଲିମିଟେଡର ଭିଜିଲାନ୍ସ ୱିଙ୍ଗ ଅଭିଯୋଗ ପରେ ଭାରତୀୟ ବିଦ୍ୟୁତ୍ ଆଇନର ଧାରା ୧୩୫(ବିଦ୍ୟୁତ୍ ଚୋରି) ଅନୁଯାୟୀ ଏଫ୍ଆଇଆର୍ ରୁଜୁ କରାଯାଇଛି।

 

 

Share