Posted inଜାତୀୟ

ନିର୍ମଳା ସୀତାରମଣଙ୍କ ବିରୋଧରେ ମାମଲା: କୋର୍ଟ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୮।୯: ନିର୍ବାଚନ ବଣ୍ଡ ମାଧ୍ୟମରେ ଜବରଦସ୍ତି ଟଙ୍କା ଆଦାୟ ମାମଲାରେ ବେଙ୍ଗାଲୁରୁର ସ୍ବତନ୍ତ୍ର ପ୍ରତିନିଧୀ କୋର୍ଟ ଶୁକ୍ରବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜନାଧିକାର ସଂଘର୍ଷ ପରିଷଦ (ଜେଏସପି) ସହ-ଅଧ୍ୟକ୍ଷ ଆଦର୍ଶ ଆୟାର ବେଙ୍ଗାଲୁରୁର ସ୍ବତନ୍ତ୍ର ଲୋକ ପ୍ରତିନିଧୀ କୋର୍ଟରେ ଅଭିଯୋଗ କରିଥିଲେ ଏବଂ କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଲୋଡିଥିଲେ।

ଆବେଦନକାରୀ ତାଙ୍କ ଅଭିଯୋଗରେ କହିଛନ୍ତି, ନିର୍ବାଚନ ବଣ୍ଡ ମାଧ୍ୟମରେ ଧମକଚମକ ଦିଆଯାଉଛି। ଏହି ଆବେଦନ ଶୁଣାଣି କରି ବେଙ୍ଗାଲୁରୁର ତିଲକ ନଗର ପୋଲିସ ଷ୍ଟେଶନକୁ ନିର୍ବାଚନ ବଣ୍ଡ ମାଧ୍ୟମରେ ଜବରଦସ୍ତି ଟଙ୍କା ଆଦାୟ ମାମଲାରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜନାଧିକାର ସଂଘର୍ଷ ପରିଷଦ ଏପ୍ରିଲ ୨୦୨୪ରେ ୪୨ତମ ଏସିଏମ କୋର୍ଟରେ ଦାଖଲ ହୋଇଥିବା ଏକ ପିଟିସନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଇଡି ଅଧିକାରୀ, ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡା, ଭାଜପା ଜାତୀୟ ନେତା, ତତ୍କାଳୀନ ଭାଜପା କର୍ନାଟକ ସଭାପତି ନଳୀନ କୁମାର କେଟେଲ, ବିଜୟେନ୍ଦ୍ରଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗ ଉପରେ ବିଚାର କରିବା ପରେ ବେଙ୍ଗାଲୁରୁର ତିଲକ ନଗର ପୋଲିସକୁ ମାମଲା ରୁଜୁ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଶୁଣାଣି ଅକ୍ଟୋବର ୧୦ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ,


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଆବାସ ଖୁବଶୀଘ୍ର ଛାଡିବେ କେଜ୍‌ରିଓ୍ବାଲ, ଏବେ ନୂଆ ଘର ସନ୍ଧାନରେ, ଜାଣନ୍ତୁ କେଉଁଠି ରହିବେ ପୂର୍ବତନ ସିଏମ

ନୂଆଦିଲ୍ଲୀ,୨୮।୯: ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍‌ରିିୱାଲ ସିଏମ ପଦରୁ ଇସ୍ତଫା ଦେବା ପରେ ଆତିଶୀ ବର୍ତ୍ତମାନ ଜାତୀୟ ରାଜଧାନୀର ନୂତନ ସିଏମ।...

ବୁଝିଗଲେଣି ମୁଇଜୁ, ଭାରତ ବିନା ଚଳି ପାରିବନି ମାଲଦ୍ୱୀପ

ନୂଆଦିଲ୍ଲୀ/ମାଲେ,୨୮।୯: ମାଲଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ବର୍ତ୍ତମାନ ଅନୁତାପ କରୁଥିବା ଜଣାପଡିଛି। ଏଥିରୁ ଜଣାପଡିଛି ଯେ ସେ ମଧ୍ୟ ବୁଝିଛନ୍ତି ଯେ ତାଙ୍କ ଦେଶ ଭାରତ...

ଶେଖ ହାସିନାଙ୍କୁ ବାଂଲାଦେଶ ଫେରାଇ ଦେବ ଭାରତ? ପୁରୁଣା ସନ୍ଧି ବଢାଇପାରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମସ୍ୟା

ଢାକା/ନୂଆଦିଲ୍ଲୀ,୨୮।୯: ବାଂଲାଦେଶର ଅପଦସ୍ଥ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ପ୍ରତ୍ୟର୍ପଣ ପ୍ରସଙ୍ଗ ପୁଣି ଥରେ ମୁଣ୍ଡ ଟେକିଛି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ...

ହରିୟାଣାରେ ବଡ଼ ଗେମ୍‌ ଖେଳିଲେ ରାହୁଲ, ବଢିଲା ଭାଜପାର ଚିନ୍ତା

ନୂଆଦିଲ୍ଲୀ,୨୮।୯: ହରିୟାଣା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଉଷ୍ମତା ସେତେ ବୃ୍‌ଦ୍ଧି ପାଉଛି। ରାଜନୈତିକ ଦଳ ଜୋରଦାର ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଏଭଳି...

ପାକିସ୍ତାନକୁ ମୁହେଁ ମୁହେଁ ଶୁଣାଇଦେଲା ଭାରତ: ପାକିସ୍ତାନ ଆତଙ୍କବାଦର ଫ୍ୟାକ୍ଟ୍ରି

ନୂଆଦିଲ୍ଲୀ,୨୮।୯: ମିଳିତ ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ଏହାକୁ ନେଇ ଭାରତ ପ୍ରତିକ୍ରିୟା ରଖିଛି। UNGAରେ ରାଇଟ ଟୁ ରିପ୍ଲାଏ...

କୁଲଗାମ ଏନକାଉଣ୍ଟର: ୪ ଯବାନ ଆହତ

ଶ୍ରୀନଗର,୨୮।୯: ଜମ୍ମୁ-କଶ୍ମୀର କୁଲଗାମର ଆଡିଗାମ ଦେବସର ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ଏହି ଏନକାଉଣ୍ଟରରେ ତିନି ସେନା ଯବାନ...

ଏମାନଙ୍କ ଆକାଉଣ୍ଟକୁ ଆସିବ ନାହିଁ କିଷାନ ସମ୍ମାନ ନିଧି ଟଙ୍କା: ତୁରନ୍ତ କରାଇ ନିଅନ୍ତୁ ଏହି ୨ କାମ

ନୂଆଦିଲ୍ଳୀ,୨୮।୯: ଭାରତ ସରକାର ଦେଶର କୃଷକମାନଙ୍କ ପାଇଁ ଅନେକ ଯୋଜନା ଚଳାନ୍ତି। ଏହି ଯୋଜନାଗୁଡିକରୁ କୃଷକମାନେ ସିଧାସଳଖ ଉପକୃତ ହୁଅନ୍ତି। ଆଜି ବି ଭାରତରେ ଅନେକ...

ତିରୁପତି ଗସ୍ତ ବାତିଲକୁ ନେଇ ଚନ୍ଦ୍ରବାବୁ-ଜଗନ ମୁହଁାମୁହିଁ

ଅମରାବତୀ,୨୮ା୯(ପି.ଟି.): ଓ୍ବାଇଏସ୍‌ଆର୍‌ସିପି ମୁଖ୍ୟ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀଙ୍କୁ ନିଜ ଧର୍ମ ଷୋଷଣା କରିବାକୁ କୁହାଯିବାରୁ ସେ ତାଙ୍କର ତିରୁପତି ଭେଙ୍କଟେଶ୍ୱର ମନ୍ଦିର ଗସ୍ତ କାର୍ଯ୍ୟକ୍ରମକୁ ଶୁକ୍ରବାର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri