Categories: ଜାତୀୟ

ପ୍ରଜ୍ଞାଙ୍କ ନାଁରେ ମାମଲା

ବେଙ୍ଗାଲୁରୁ, ୨୯।୧୨: ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦରେ ଫସିଥିବା ମଧ୍ୟପ୍ରଦେଶର ଭାଜପା ଏମ୍‌ପି ପ୍ରଜ୍ଞା ସିଂ ଠାକୁରଙ୍କ ନାଁରେ ବୁଧବାର କର୍ନାଟକର ଶିବମୋଗା ଜିଲାରେ ମାମଲା ରୁଜୁ ହୋଇଛି। ଜିଲା କଂଗ୍ରେସ କମିଟିର ଏଚ୍‌.ଏସ୍‌. ସୁନ୍ଦରେଶଙ୍କ ଏତଲାକ୍ରମେ ଆଇପିସି ଦଫା ୧୫୩ଏ, ୧୫୩ବି, ୨୬୮, ୨୯୫ଏ, ୨୯୮, ୫୦୪ ଏବଂ ୫୦୮ ବଳରେ ଏହି ମାମଲା ହୋଇଛି।

ପ୍ରକାଶ ଯେ, ନିକଟରେ ଭୋପାଳ ଏମ୍‌ପି ପ୍ରଜ୍ଞା ସିଂ ଠାକୁର ଏକ ସଭାକୁ ସମ୍ବୋଧିତ କରି ଲଭ୍‌ ଜିହାଦ୍‌ ପ୍ରତି ସତର୍କ ହେବାକୁ ଲୋକଙ୍କୁ ପରାମର୍ଶ ଦେଇଥିଲେ। ସେ କହିଥିଲେ, ସେମାନେ ପ୍ରେମରେ ବି ଜିହାଦ କରିଥାଆନ୍ତି। ଏହା ସେମାନଙ୍କ ପରମ୍ପରା। ଯଦି ଜଣେ ବ୍ୟକ୍ତି ଆମ ଘରକୁ ଅନୁପ୍ରବେଶ କରି ଆକ୍ରମଣ କରନ୍ତି, ତେବେ ତାଙ୍କୁ ମୁହଁତୋଢ଼ ଜବାବ୍‌ ଦେବା ଆମର ଅଧିକାର। ଆତ୍ମରକ୍ଷା ପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜ ଘରେ ଅସ୍ତ୍ର ରଖନ୍ତୁ। ଯଦି କିଛି ନ ମିଳୁଛି ତେବେ ପରିବା କଟା ଛୁରି ନିଜ ପାଖରେ ରଖିଥାଆନ୍ତୁ ବୋଲି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ପ୍ରଜ୍ଞା ବିଷୋଦ୍‌ଗାର କରିଥିଲେ।

 

Share