Categories: ଜାତୀୟ

ପ୍ରିୟଙ୍କା ସିଂଙ୍କ ବିରୋଧରେ ଚାଲିବ ମାମଲା

ମୁମ୍ବାଇ, ୧୬ା୨: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ତାଙ୍କ ଭଉଣୀ ପ୍ରିୟଙ୍କା ସିଂଙ୍କ ବିରୋଧରେ ରୁଜୁ ମାମଲା ଖାରଜ କରିବାକୁ ମନା କରିଛନ୍ତି ମୁମ୍ବାଇ ହାଇକୋର୍ଟ। ତେବେ ସୁଶାନ୍ତଙ୍କ ଆଉ ଜଣେ ଭଉଣୀ ମିତୁ ସିଂଙ୍କ ନାଁରେ ହୋଇଥିବା ମାମଲାକୁ କୋର୍ଟ ଖାରଜ କରିଦେଇଛନ୍ତି। ସୁଶାନ୍ତଙ୍କୁ ତାଙ୍କ ଭଉଣୀ ନକଲି ପ୍ରେସ୍‌କ୍ରିପସନରେ ଭୁଲ ଔଷଧ ଦେଉଥିଲେ ବୋଲି ଅଭିନେତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଅଭିଯୋଗ କରିଥିଲେ। ଏ ନେଇ ମୁମ୍ବାଇ ପୋଲିସ ୨୦୨୦ ସେପ୍ଟେମ୍ବର ୭ରେ ପ୍ରିୟଙ୍କା, ମିତୁ ଓ ଦିଲ୍ଲୀର ଜଣେ ଡାକ୍ତର ତରୁଣ କୁମାରଙ୍କ ନାଁରେ ମାମଲା ରୁଜୁ କରିଥିଲା। ପ୍ରାଥମିକ ତଦନ୍ତ ପରେ ପ୍ରିୟଙ୍କାଙ୍କ ବିରୋଧରେ ପ୍ରମାଣ ମିଳିଥିବା କୋର୍ଟ କହିଛନ୍ତି। ଏହାର ତଦନ୍ତ ସିବିଆଇ ଚାଲୁ ରଖିବ। ତେବେ କୋର୍ଟଙ୍କ ଏହି ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ସୁଶାନ୍ତଙ୍କ ଭଉଣୀ କହିଛନ୍ତି।

Share