Categories: ଜାତୀୟ

କୁତବ ମିନାର ମସଜିଦ୍‌ ବିରୋଧରେ କୋର୍ଟରେ ମାମଲା

ନୂଆଦିଲ୍ଲୀ,୯।୧୨: କୁତବ ମିନାର ମସଜିଦ୍‌ ବିରୋଧରେ ଦିଲ୍ଲୀର ସାକେତ କୋର୍ଟରେ ଏକ ମାମଲା ଦାଖଲ କରାଯାଇଛି। କୁତବ ବିନାର ପରିସରରେ ୧୧୯୨ରେ ନିର୍ମିତ ହୋଇଥିବା କୁବତ୍‌-ଉଲ୍‌-ଇସଲାମ ମସଜିଦ୍‌ ବିରୋଧରେ ଦାଖଲ ହୋଇଥିବା ମାମଲାରେ ଉଲ୍ଲେଖ କରାଯାଇଛି ଯେ, ୨୭ ହିନ୍ଦୁ ଏବଂ ଜୈନ ମନ୍ଦିରକୁ ଭଙ୍ଗାଯାଇ ଏହାର ନିର୍ମାଣ କରାଯାଇଛି। ଭଙ୍ଗା ଯାଇଥିବା ମନ୍ଦିରଗୁଡ଼ିକୁ ପୁଣିଥରେ ନିର୍ମାଣ କରାଯିବା ସହିତ ଦେବୀ ଦେବତାଙ୍କ ପୂଜା କରିବା ଲାଗି ଆବେଦନରେ ଦର୍ଶାଯାଇଛି। ମନ୍ଦିର ଭଙ୍ଗାଯାଇଥିବାର ପ୍ରର୍ଯ୍ୟାପ୍ତ ପ୍ରମାଣ ରହିଥିବା ଆବେଦନରେ ସୂଚିତ ହୋଇଛି। ଏହାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୪ରେ କରାଯିବ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି।

Share