କଲମ୍ବୋ,୨୨ ।୮: ଶ୍ରୀଲଙ୍କାର ମୁଖ୍ୟ ବିରୋଧିଦଳ ସମାଗି ଜନା ବାଲବେଗୟା(ଏସଜେବି) ଦେଶର ସମ୍ପତ୍ତିକୁ ଦୂରୁପଯୋଗ କରିବା ମାମଲାରେ ରାଜପାକ୍ସେ ଭାଇଙ୍କ ବିରୋଧରେ ମାମଲା କରିବାକୁ ଦାବି କରିଛି । ଏସଜେବିର ମୁଖ୍ୟ ଅଜିତ ପି ପରେରା କହିଛନ୍ତି, ସରକାର କହୁଛନ୍ତି ଗୋଟବାୟା ରାଜପାକ୍ସେ ଏହି ଦେଶର ନାଗରିକ ଓ ସ୍ୱଦେଶ ଫେରିବାକୁ ତାଙ୍କର ସମ୍ପୂର୍ଣ୍ଣ ଅଧିକାର ରହିଛି । ତାଙ୍କଠାରୁ ଏହି ଅଧିକାର କେହି ଛଡାଇ ନେଇ ନାହାନ୍ତି । ହେଲେ ଯେଉଁ ଧନ ସମ୍ପତ୍ତି ଦୁରୁପଯୋଗ ମାମଲାରେ ତାଙ୍କ ବିରୋଧରେ ମାମଲା କରାଯାଇଛି ସେଥିରେ ସେମାନଙ୍କୁ ସଜା ମିଳିବା ଜରୁରୀ । ଏଥିରେ ସେମାନଙ୍କୁ କୌଣସି ଆଇନଗତ ସୁବିଧା ଦେବା ଅନୁଚିତ । ଏସଜେବି ରାଜପାକ୍ସେ ସରକାରଙ୍କ ଉପରେ ଭାରତଠାରୁ ଆଣିଥିବା ୧ ଅରବ ଡଲାର ଋଣ ସୁବିଧାର ଦୁରୁପଯୋଗ କରିଥିବା ଅଭିଯୋଗ କରିଛି । ଏସଜେବି କହିଛି ଆର୍ଥିକ ସଙ୍କଟରେ ଭାରତ ଯେଉଁ ସାହାଯ୍ୟ କରିଥିଲା ତାକୁ ବି ରାଜପାକ୍ସେ ପରିବାର ବ୍ୟକ୍ତିଗତ କାର୍ଯ୍ୟରେ ଲଗାଇଛନ୍ତି ।