Categories: ଜାତୀୟ

ସନି ଲିଓନିଙ୍କ ନାଁରେ ମାମଲା

ଥିରୁଭାନନ୍ତପୁରମ୍‌, ୮ା୨: ବଲିଉଡ୍‌ ଅଭିନେତ୍ରୀ  ସନି ଲିଓନିଙ୍କ ନାଁରେ ୨୯ ଲକ୍ଷ ଟଙ୍କାର ଠକେଇ ମାମଲା ରୁଜୁ କରିଛି କେରଳ ପୋଲିସ। କୋଚି କ୍ରାଇମବ୍ରାଞ୍ଚ ତାଙ୍କୁ ଏ ନେଇ ପଚରାଉଚରା କରିଛି। ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ପକ୍ଷରୁ ସନିଙ୍କ ନାଁରେ ଅଭିଯୋଗ କରାଯାଇଛି। ୨୦୧୯ରେ ଭାଲେଣ୍ଟାଇନ ଡେ କାର୍ଯ୍ୟକ୍ରମ ପାଇଁ ସନି ୨୯ ଲକ୍ଷ ଟଙ୍କା ନେଇଥିଲେ ମଧ୍ୟ ଇଭେଣ୍ଟ କରି ନ ଥିବା ଅଭିଯୋଗରେ ଦର୍ଶାଯାଇଛି। କିନ୍ତୁ ପଚରାଉଚରାବେଳେ ସନି କହିଛନ୍ତି, ୫ଟି କାର୍ଯ୍ୟକ୍ରମ ପାଇଁ ସେ ୧୨ ଲକ୍ଷ ଟଙ୍କା ନେଇଥିଲେ। ହେଲେ ବାରମ୍ବାର ଇଭେଣ୍ଟ ସମୟ ବଦଳିଥିଲା। ସେ ଦୁଇ ଥର ଏଥିରେ ଯୋଗଦେବାକୁ ଆସିଥିଲେ ହେଁ କାର୍ଯ୍ୟକ୍ରମ ଆୟୋଜନ ହୋଇ ନ ଥିଲା। ଏଥିଯୋଗୁ ସେ ସେହି ଇଭେଣ୍ଟରେ ପ୍ରଦର୍ଶନ କରିପାରି ନ ଥିଲେ ବୋଲି ସନି ସଫେଇ ଦେଇଛନ୍ତି।

Share