Categories: ଜାତୀୟ

ସନାତନ ଧର୍ମକୁ ନେଇ ବିବାଦୀୟ ଟିପ୍ପଣି ଅଭିଯୋଗରେ ଷ୍ଟାଲିନ-ପ୍ରିୟଙ୍କ ଖାର୍ଗେଙ୍କ ବିରୋଧରେ ମାମଲା ରୁଜୁ

ରାମପୁର,୬।୯: ରାମପୁରର ସିଭିଲ ଲାଇନ ପୋଲିସ ଷ୍ଟେଶନରେ ତାମିଲନାଡୁ ଯୁବ କଲ୍ୟାଣ ତଥା କ୍ରୀଡ଼ା ବିକାଶ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ପୁଅ ପ୍ରିୟଙ୍କ ଖାର୍ଗେଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।
ସିଭିଲ ଲାଇନ ଅଞ୍ଚଳର ଏକତା ବିହାର କଲୋନୀରେ ରହୁଥିବା ଆଡଭୋକେଟ ରାମ ସିଂ ଲୋଧି ଏବଂ ଆଭାସ ବିକାଶ କଲୋନୀର ବାସିନ୍ଦା ହର୍ଷ ଗୁପ୍ତା ଏସପିଙ୍କୁ ଏକ ଆବେଦନ କରିଥିଲେ।
ଅଭିଯୋଗ ହୋଇଛି ଯେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ଏବଂ କର୍ଣ୍ଣାଟକ ସରକାରରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ପୁଅ ପ୍ରିୟଙ୍କ ଖାର୍ଗେ ସନାତନ ଧର୍ମ ଉପରେ ମନ୍ତବ୍ୟ ଦେଇଛନ୍ତି। ଯେଉଁଥିପାଇଁ ସେମାନଙ୍କର ଧାର୍ମିକ ଭାବନାକୁ ଆଘଶତ ଲାଗିଛି।
ଏହା ସମାଜରେ ଦୁଇଟି ଶ୍ରେଣୀ ମଧ୍ୟରେ ଶତ୍ରୁତା ସୃଷ୍ଟି କରିଛି। ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ ହେବା ଉଚିତ। ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ଡିଏମକେ ନେତା ଉଦୟନିଧି ଷ୍ଟାଲିନ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ପୁଅ ପ୍ରିୟଙ୍କ ଖାର୍ଗେଙ୍କ ବିରୋଧରେ ଏଠାରେ ଏଫଆଇଆର ପଞ୍ଜିକୃତ ହୋଇଛି ବୋଲି ପୋଲିସ କହିଛି।
ସେ କହିଛନ୍ତି ଯେ ସନାତନ ଧର୍ମକୁ ରଦ୍ଦ କରିବା ଏବଂ ଖାର୍ଗେଙ୍କ ମନ୍ତବ୍ୟକୁ ସମର୍ଥନ କରିବା ପାଇଁ ଷ୍ଟାଲିନଙ୍କୁ ବୁକ କରାଯାଇଛି। ଏସପି ଅଶୋକ କୁମାର ଶୁକ୍ଲା କହିଛନ୍ତି ଯେ ଆଇପିସିର ଧାରା ୧୫୩ଏ, ୨୯୫ଏ ଅନୁଯାୟୀ ସିଭିଲ ଲାଇନ କୋଟୱାଲିରେ ଏକ ମାମଲା ରୁଜୁ ହୋଇଛି।

Share