‘ଇକୋନୋମିଷ୍ଟ’ ବିରୋଧରେ ମାମଲା

ବାଗଦାଦ୍‌,୧୩ା୮: ବ୍ରିଟେନର ଜଣାଶୁଣା ପତ୍ରିକା ‘ଦି ଇକୋନୋମିଷ୍ଟ’ରେ ନିକଟରେ ଏକ ବିବାଦୀୟ ଆର୍ଟିକଲ ପ୍ରକାଶ ପାଇଥିଲା। ଆରବ ଦୁନିଆର ମୋଟୀ ମହିଳାମାନଙ୍କୁ ଏଥିରେ ସ୍ଥାନିତ କରାଯାଇଥିଲା। ଜୁଲାଇ ଶେଷଭାଗରେ ପ୍ରକାଶିତ ‘ଆରବର ପୁରୁଷଙ୍କ ତୁଳନାରେ ମହିଳାମାନେ କାହିଁକି ମୋଟୀ’ ଶୀର୍ଷକ ନିବନ୍ଧରେ ମଧ୍ୟପ୍ରାଚ୍ୟରେ ମେଦବୃଦ୍ଧି କ୍ଷେତ୍ରରେ ଲିଙ୍ଗଗତ ଅସମାନତାକୁ ରେଖାଙ୍କିତ କରାଯାଇଥିଲା। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଉକ୍ତ ପତ୍ରିକା ବିରୋଧରେ ଇରାକୀ ଅଭିନେତ୍ରୀ ଇନାସ୍‌ ତଲେବ ମାମଲା ଦାଏର କରିଛନ୍ତି। କାରଣ ମୋଟୀ ମହିଳାମାନଙ୍କ ମଧ୍ୟରେ ତାଙ୍କୁ ରଖାଯାଇଛି। ୪୨ ବର୍ଷୀୟା ଇନାସ୍‌ କହିଛନ୍ତି, ମହିଳାଙ୍କୁ ଅପମାନିତ କରିବା ପାଇଁ ଉଦ୍ଦିଷ୍ଟ ଏକ ପ୍ରସଙ୍ଗରେ ତାଙ୍କ ଫଟୋକୁ ଯୋଡ଼ାଯାଇଛି। ଏଥିଯୋଗୁ ତାଙ୍କୁ ସୋସିଆଲ ମିଡିଆରେ ହୀନସ୍ତା ହେବାକୁ ପଡ଼ିଛି। ‘ଇକୋନୋମିଷ୍ଟ’ କର୍ତ୍ତୃପକ୍ଷଙ୍କଠାରୁ କ୍ଷମା ଓ ଆର୍ଥିକ କ୍ଷତିପୂରଣ ଦାବିରେ ଇନାସ୍‌ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ଦେଇଛନ୍ତି। ଏହା ସମସ୍ତ ଆରବୀ ମହିଳାଙ୍କ ପ୍ରତି ଅପମାନ। ଆଗକୁ ଏଭଳି ଫଟୋ ଛାପିବା ପୂର୍ବରୁ ବ୍ରିଟିଶ୍‌ ମାଗାଜିନ୍‌ ବହୁବାର ଚିନ୍ତା କରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ଫ୍ଲାଇଟରେ ଉଲଗ୍ନ ହୋଇ ମହିଳା କଲେ ଏମିତି, ଦେଖି ତାଜୁବ ହୋଇଗଲେ…

ଆମେରିକାର ହ୍ୟୁଷ୍ଟନ୍‌ସ୍ଥିତ ଏୟାରପୋର୍ଟ ରନ୍‌ଓ୍ବେରୁ ଶୁକ୍ରବାର ସାଉଥ୍‌ ଓ୍ବେଷ୍ଟ ଏୟାରଲାଇନ୍ସର ଏକ ବିମାନ ଟେକ୍‌ ଅଫ୍‌ କରୁଥିବା ସମୟରେ ବିମାନ ମଧ୍ୟରେ ଜଣେ ମହିଳା ବିମାନରୁ...

ହାର୍‌ ମାନିଛି ବୟସ: ୧୦୮ ବର୍ଷ ବୟସରେ ସେଲୁନରେ କେଶ କାଟି କଲେ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ

ଟୋକିଓ: ଜାପାନର ପୂର୍ବବର୍ତ୍ତୀ ଟୋଚିଗି ରାଜ୍ୟ ନାକାଗାଓ୍ବା ସହରରେ ୧୦୮ ବର୍ଷୀୟା ମହିଳା ଶିତ୍‌ସୁଇ ହାକୋଇଶି ବିଶ୍ୱର ସବୁଠାରୁ ବୟସ୍କ କାର୍ଯ୍ୟରତ ମହିଳା ବାରିକ ଭାବେ...

ଆମେରିକାକୁ ଖୁସି କଲା ଭାରତ, ଟ୍ରମ୍ପ କହିଲେ…

ଓ୍ବାଶିଂଟନ୍‌,୮।୩: ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଭାରତ ଟାରିଫ୍‌ ହ୍ରାସ କରିବାକୁ ରାଜି ହୋଇଛି। ଟ୍ରମ୍ପ କହିଛନ୍ତି, ଭାରତ ଆମ ଉପରେ ବହୁତ ଉଚ୍ଚ...

ମାର୍ଚ୍ଚ ୩୧ ଭିତରେ ଦେଶ ଛାଡ଼, ନଚେତ୍‌ ତଡ଼ିଦେବୁ: କାହାକୁ ଏମିତି ଅଲ୍ଟିମେଟମ୍‌ ଦେଲା ପାକିସ୍ତାନ

ଇସଲାମାବାଦ୍‌,୮।୩: ଆମେରିକା ପରି, ପାକିସ୍ତାନ ମଧ୍ୟ ଅବୈଧ ଶରଣାର୍ଥୀଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ପାକିସ୍ତାନ ଅବୈଧ ଶରଣାର୍ଥୀ ଏବଂ ଆଫଗାନ ନାଗରିକ କାର୍ଡ...

ପୁଟିନ୍‌ଙ୍କୁ ବଡ଼ ଝଟକା ଦେଲେ ଟ୍ରମ୍ପ, ଏମିତି କ’ଣ ହେଲା ଯାହାକୁ ନେଇ ସାରା ବିଶ୍ୱରେ ହଇଚଇ

ଓ୍ବାଶିଂଟନ୍‌,୮।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର କହିଛନ୍ତି ଯେ ୟୁକ୍ରେନ ସହିତ ଯୁଦ୍ଧବିରତି ଏବଂ ଶାନ୍ତି ଚୁକ୍ତିନାମା ନହେବା ପର୍ଯ୍ୟନ୍ତ ଆମେରିକା ରୁଷିଆ ଉପରେ...

PoK ଦଖଲ ପାଇଁ ପାକିସ୍ତାନ ଉପରେ ଭାରତ ଆକ୍ରମଣ କଲେ କ’ଣ କରିବ ପାକ୍‌?

ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଲଣ୍ଡନର ଚାଥାମ ହାଉସରେ ପାକ୍‌ ଅଧିକୃତ କଶ୍ମିର ସମ୍ପର୍କରେ ଏକ ବୟାନ ଦେଇଛନ୍ତି ଯାହା ଓମାର ଅବଦୁଲ୍ଲାଙ୍କଠାରୁ ପାକିସ୍ତାନ...

ଆମେରିକା ସହିତ ବିବାଦ ମଧ୍ୟରେ ଭାରତ ସହ ହାତ ମିଳାଇଲା ଚାଇନା! ବିଶ୍ୱରେ ହଇଚଇ

ବେଜିଂ,୭।୩: ଟାରିଫ୍‌କୁ ନେଇ ଚାଇନା ଏବଂ ଆମେରିକା ମଧ୍ୟରେ ଉତ୍ତେଜନା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଆମେରିକା ଚିନି ଆମଦାନୀ ଉପରେ ୨୦ ପ୍ରତିଶତ ଟାରିଫ୍‌...

ଟିଭି ଦେଖିଲେ ମିଳିବ ଦଣ୍ଡ, ହେୟାର ଷ୍ଟାଇଲ ବି ବାଛିବେ ସରକାର, ଏହି ଦେଶରେ ଅଜବ ନିୟମ

ଉତ୍ତର କୋରିଆ ବିଷୟରେ ସାରା ବିଶ୍ୱରେ ଅନେକ କଥା କୁହାଯାଏ। ସେଠାକାର କଠୋର ସରକାର, କଠୋର ନିୟମ ଏବଂ ସାଧାରଣ ଲୋକଙ୍କ ସ୍ବାଧୀନତା ଉପରେ କଟକଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri