Categories: ଜାତୀୟ

ଜନପ୍ରତିନିଧିଙ୍କ ବିରୋଧରେ ମାମଲା ହାଇକୋର୍ଟଙ୍କ ଅନୁମତି ବିନା ପ୍ରତ୍ୟାହାର ହେବ ନାହିଁ…

ନୂଆଦିଲ୍ଲୀ,୧୦।୮: ଜନପ୍ରତିନିଧିଙ୍କ ବିରୋଧରେ ମାମଲା ହାଇକୋର୍ଟଙ୍କ ଅନୁମତି ବିନା ପ୍ରତ୍ୟାହାର ହେବ ନାହିଁ ବୋଲି ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି ହୋଇଛି। ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ହାଇକୋର୍ଟଙ୍କ ଅନୁମତି ବିନା ଅନୁମତିରେ ଏମ୍‌ପି ଏବଂ ବିଧାୟକଙ୍କ ବିରୋଧରେ ପଞ୍ଜିକୃତ ମାମଲା ପ୍ରତ୍ୟାହାର କରାଯାଇ ପାରିବେ ନାହିଁ। ରାଜନୀତିରେ ଅପରାଧୀକରଣ ବୃଦ୍ଧି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏମ୍‌ପି ଏବଂ ବିଧାୟକଙ୍କ ବିରୋଧରେ ଥିବା ମାମଲାର ଶୀଘ୍ର ସମାଧାନ ପାଇଁ ଏକ ସ୍ବତନ୍ତ୍ର କୋର୍ଟ ଗଠନ ପ୍ରସଙ୍ଗରେ କେନ୍ଦ୍ରର ବିସ୍ତୃତ ଉତ୍ତର ନ ଥିବାରୁ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୋର୍ଟ କହିଛନ୍ତି ସରକାରଙ୍କୁ ଏନେଇ ଜବାବ ଦାଖଲ କରିବାର ଶେଷ ସୁଯୋଗ ପ୍ରଦାନ କରାଯାଉଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୫ରେ ହେବ।

Share