Categories: ଜାତୀୟ

ଘରୁ ବାହାରିବା ଟାଇଗରଙ୍କୁ ପଡ଼ିଲା ମହଙ୍ଗା

ମୁମ୍ବାଇ,୨।୬ : କୋଭିଡ୍‌-୧୯ କଟକଣା ଉଲ୍ଲଂଘନ କରିବାରୁ ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫଙ୍କ ନା’ରେ ବୁଧବାର ଥାନାରେ ମାମଲା ରୁଜୁ ହୋଇଛି। ସେ ବିନା କାରଣରେ ସର୍ବସାଧାରଣ ସ୍ଥାନରେ ବୁଲୁଥିଲେ। ଏ ନେଇ ମୁମ୍ବାଇ ପୋଲିସ ପକ୍ଷରୁ କୁହାଯାଇଛି।

ବୁଧବାର ସନ୍ଧ୍ୟାରେ ବାନ୍ଦ୍ରା ବାଣ୍ଡଷ୍ଟାଣ୍ଡଠାରେ ଟାଇଗର ବୁଲୁଥିଲେ। ରାଜ୍ୟ କୋଭିଡ୍‌ କଟକଣା କାରଣରୁ ଅପରାହ୍ନ ୨ଟା ପରେ ଜନସାଧାରଣଙ୍କୁ ଘରୁ ବାହାରିବା ଉପରେ କଟକଣା ଜାରି କରାଯାଇଛି।

ବାଣ୍ଡଷ୍ଟାଣ୍ଡ ଅଞ୍ଚଳରେ ବଲିଉଡ୍‌ ଅଭିନେତା ବୁଲୁଥିବା ଏକ ପୋଲିସ ଟିମ ନଜରକୁ ଆସିଥିଲା। କାରଣ ପଚରା ଯିବାରୁ ସେ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ଏଣୁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ପୋଲିସ ଅଧିକାରୀ କହିଛନ୍ତି।

Share