Categories: ଜାତୀୟ

ମୂଷା ନେଇଗଲା ଅପମିଶ୍ରିତ ମଦ ପେଟି ମାମଲାର ହେବ ତଦନ୍ତ

ଲକ୍ଷ୍ନୌ,୨୮।୩ : ଜବତ ହୋଇଥିବା ଅପମିଶ୍ରିତ ମଦ ପେଟି ଷ୍ଟ୍ରଙ୍ଗରୁମରୁ ଉଭାନ ହୋଇଯିବା ପଛରେ ମୂଷାମାନଙ୍କ ହାତ ଥିବା ଉତ୍ତର ପ୍ରଦେଶର ଇଟା ଜିଲାର ସ୍ଥାନୀୟ ପୋଲିସ ଅଧିକାରୀ ଦାବି କରିଥିଲେ। ଇଟା ଜିଲାର କୋଟଓ୍ବାଲି ଦେହତ୍‌ ଥାନାରେ ଜବତ ହୋଇଥିବା ୧,୪୦୦ରୁ ଅଧିକ ଅପମିଶ୍ରିତ ମଦ ପେଟି ନିଖୋଜ ହୋଇଯାଇଛି। ଏ ମାମଲାରେ ଷ୍ଟେଶନ ହାଉସ ଅଫିସର ଇନ୍ଦ୍ରେଶପାଲ ସିଂ ଓ କିରାଣୀ ରିଶାଲ ସିଂଙ୍କ ବିରୋଧରେ ମାମଲା ଦାୟର କରାଯାଇଛି।

୨୩୯ଟି କାର୍ଟୁନ ମୂଷା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ପୋଲିସ ଷ୍ଟେଶନ ଡାଏରୀରେ ଉଲ୍ଲେଖ କରାଯାଇଛି। ଏହା ଅଗ୍ରହଣୀୟ ଓ ଅବାସ୍ତବ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି। ଜବତ ହୋଇଥିବା ୧,୪୫୦ କାର୍ଟୁନ ଅପମିଶ୍ରିତ ମଦ କୋଟଓ୍ବାଲି ଦେହତ୍‌ ଥାନାରୁ ନିଖୋଜ ଥିବା ଗତ ସପ୍ତାହରେ ଜଣାପଡ଼ିଥିଲା। ଏ ମାମଲାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

Share