ମୁମ୍ବାଇ,୨୭ ।୩: ବଲିଉଡ ଅଭିନେତା ସଲମାନ ଖାଁଙ୍କୁ ଦ୍ୱିତୀୟ ଥର ଦିଆଯାଇଥିବା ଧମକ ମାମଲରେ ଗିରଫ ହୋଇଥିବା ଅଭିଯୁକ୍ତ ଧାକଡ ରାମ ବିଶ୍ନୋଇଙ୍କ ଉପରେ ରାଜସ୍ଥାନରେ ଆର୍ମସ ଆକ୍ଟ ଅନୁଯାୟୀ ୬ ମାସ ପୂର୍ବରୁ ଏକ ମାମଲା ଦାୟର କରାଯାଇଛି । ଧାକଡ ରାମ ଜାମିନ ପାଇ ବାହାରକୁ ଆସିଛନ୍ତି ।
ସୂଚନାଯୋଗ୍ୟ, ସିଦ୍ଧୁ ମୁସେୱାଲା ପରିବାରକୁ ବି ଧାକଡ ରାମ ବିଶ୍ନୋଇ ଧମକ ଦେଇଥିଲେ ଯାହାକୁ ନେଇ ପଞ୍ଜାବରେ ଏକ ମାମଲା ରୁଜୁ ହୋଇଛି । ମୁମ୍ବାଇ ପୋଲିସର ଯାଞ୍ଚ ପରେ ପଞ୍ଜାବ ପୋଲିସ ବି ଧାକଡ ରାମ ବିଶ୍ନୋଇଙ୍କ କଷ୍ଟଡି ନେବ । ଏବେ ପର୍ଯ୍ୟନ୍ତ ଯାଞ୍ଚରେ ଧାକଡ ରାମ ବିଶ୍ନୋଇଙ୍କର ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ସହ କୌଣସି ସମ୍ପର୍କ ଥିବା ଜଣାପଡିନାହିଁ । କିଛି ସମୟ ପରେ ଧାକଡ ରାମ ବିଶ୍ନୋଇଙ୍କୁ ମୁମ୍ବାଇର ବାନ୍ଦ୍ରା କୋର୍ଟରେ ପୋଲିସ ହାଜର କରାଇବ ।