ବବି ଦାସଙ୍କ ନାମରେ ଏତଲା

ଭୁବନେଶ୍ୱର,୪ା୭: ବିଜେଡି ସଂଗଠନର ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ନାମରେ ଶୁକ୍ରବାର କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଥିବା ଜଣାପଡ଼ିଛି। ବବି ଅନୁମତି ନ ନେଇ ସରକାରୀ ବାସଭବନରେ ନିର୍ମାଣ କାର୍ଯ୍ୟ କରିଥିବା ଅଭିଯୋଗ କରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଆଇନଜୀବୀ ସତ୍ୟ ଶିବସୁନ୍ଦର ମହାନ୍ତି। ସ୍ବତନ୍ତ୍ର କମିଟି ଗଢ଼ି ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅଭିଯୋଗପତ୍ରରେ ସେ ଦାବି କରିଛନ୍ତି।