ବିସ୍ମିତ, ବିଦ୍ୟାଶ୍ରୀଙ୍କ ନାମରେ ମାମଲା

ଖଇରା, ୮।୯(ଡି.ଏନ.ଏ.) : ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା ଦିନକୁ ଦିନକୁ ଦିନ ନୂଆମୋଡ ନେବାରେ ଲାଗିଛି। ଆଦିତ୍ୟଙ୍କ ସହ ସମ୍ପର୍କ ଥିବା ଖଇରା ଅଞ୍ଚଳର ଝିଅ ଚିନ୍ମୟୀ ମହାପାତ୍ର (୨୨)ଙ୍କୁ ସାଇକୋ ଲେଡିର ଆଖ୍ୟା ଦେଇ ବଦନାମ କରାଯାଇଥିବା ନେଇ ଖଇରା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୋଲିସ ୫ତାରିଖରେ ଆଦିତ୍ୟଙ୍କ ବନ୍ଧୁ ବିସ୍ମିତ ଦାସ, ପତ୍ନୀ ବିଦ୍ୟାଶ୍ରୀ ଓ ଅନ୍ୟ କେତେଜଣ ସହଯୋଗୀଙ୍କ ନାମରେ ଏକ ମାମଲା(ନଂ.୧୮୪/୨୦) ରୁଜୁ କରିଛି।
ଚିନ୍ମୟୀଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଖନ୍ତାପଡା ଥାନା ମହାରାଜପୁର ଗ୍ରାମର ବିସ୍ମିତ ଆଦିତ୍ୟଙ୍କ ମୃତ୍ୟୁ ସହ ଚିନ୍ମୟୀ ମହାପାତ୍ରଙ୍କୁ ଯୋଡି ତାଙ୍କୁ ଓ ତାଙ୍କ ପରିବାରକୁ ବଦ୍‌ନାମ କରିବାକୁ ଉଦ୍ୟମ କରୁଛନ୍ତି। ଏଥରେ ତାଙ୍କୁ ସାଇକୋ ଲେଡି, ବ୍ଲାକମେଲର ଭାବେ ବାରମ୍ବାର ଆଖ୍ୟା ଦିଆଯିବା ତାଙ୍କୁ ମାନସିକ ନିର୍ଯାତନା ଦିଆଯାଇଛି। ଏଥିସହ ବିସ୍ମିତ ତାଙ୍କୁ ଅନେକ ସମୟରେ ନିଜକୁ କ୍ରାଇମବ୍ରାଞ୍ଚ ଅଧିକାରୀ ଭାବେ ପରିଚୟ ଦେଇ ଫୋନ କରିବା ତଥା ହ୍ବାଟ୍ସଆପରେ ମେସେଜ ଦେଇ ତାଙ୍କୁ ନିଜ ଅଧୀନରେ ରଖିବାକୁ ଏବଂ ତାଙ୍କ ସଙ୍ଗଠନରେ କାର୍ଯ୍ୟ କରିବାକୁ ଚାପ ପ୍ରୟୋଗ କରୁଥିଲେ। ଏଭଳି କି ତାଙ୍କୁ ମାରିଦେବାକୁ ମଧ୍ୟ ଫୋନରେ ଧମକ ଦେଇଛନ୍ତି ବୋଲି ଚିନ୍ମୟୀ ଏତଲାରେ ଦର୍ଶାଇଛନ୍ତି। କିଛି ନ୍ୟୁଜ ଚ୍ୟାନେଲ ମଧ୍ୟ ତାଙ୍କ ନାମରେ ମିଥ୍ୟା ଖବର ପ୍ରସାରଣ କରିବା ସହ ତାଙ୍କର ଓ ଆଦିତ୍ୟଙ୍କର କିଛି ଅସ୍ପଷ୍ଟ ଫଟୋ ଦେଖାଇ ତାଙ୍କୁ ବଦନାମ କରିଥିବା ନେଇ ସେ ଉଲ୍ଲେଖ କରିଛନ୍ତି। ଆଇପିସି ଧାରା ୫୦୦, ୫୦୬, ୧୯୯, ୨୦୩ ଓ ୩୪ରେ ଏହି ମାମଲା ରୁଜୁ କରାଯାଇଛି। ଉଲ୍ଲେଖଥାଉ କି, ଆଦିତ୍ୟ ଦାଶଙ୍କ ମୃତ୍ୟୁ ଆମତ୍ହତ୍ୟା କି ହତ୍ୟା ଏ ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଥିବା ବେଳେ ତାଙ୍କର ବିଭିନ୍ନ ବ୍ୟକ୍ତିବିଶେଷଙ୍କ ସହ ସମ୍ପର୍କକୁ ନେଇ ଦୈନିକ ନୂଆ ନୂଆ ଘଟଣା ସାମନାକୁ ଆସୁଛି। ଏହି ଏହି ଘଟଣାର ତଦନ୍ତ ଭାର ଏବେ କ୍ରାଇମବ୍ରାଞ୍ଚ ହାତରେ ଅଛି।

Share