Categories: ଜାତୀୟ

ସମୟ ମଧ୍ୟରେ ଓଟିପି ଅପଲୋଡ୍‌ କରି ନ ଥିବା ଛାତ୍ରଙ୍କ ମାମଲା, ତୁମେ ବସ୍‌ ହରାଇଛ କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୧।୨ : ଜଣେ ଛାତ୍ରଙ୍କ ଆଡ଼ମିଶନ ପାଇଁ ତାଙ୍କ ପାଖକୁ ପଠାଯାଇଥିବା ଓଟିପି ଧାର୍ଯ୍ୟ ସମୟ ମଧ୍ୟରେ ଅପଲୋଡ୍‌ ନ କରିବାରୁ ତାଙ୍କର ନାମଲେଖା ହୋଇ ପାରି ନ ଥିଲା। ଏନେଇ ଛାତ୍ର ଜଣକ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି କହିଛନ୍ତି ଯେ, ଛାତ୍ରଜଣଙ୍କ ଓ୍ବାନ୍‌ ଟାଇମ୍‌ ପାସ୍‌ ଓ୍ବାର୍ଡର ଉପଯୁକ୍ତ ବ୍ୟବହାର କରିପାରି ନାହାନ୍ତି।

ତୁମେ ବସ୍‌ ହରାଇଛ( ୟୁ ମିସଡ୍‌ ଦ ବସ୍‌)। ତୁମ ଭଳି ବହୁ ଶିକ୍ଷାର୍ଥୀ ଅଛନ୍ତି। ସେମାନେ ଏହାର ସଦୁପଯୋଗ କରିଛନ୍ତି।
ଛାତ୍ରଜଣକ ମୁମ୍ବାଇର ବୀରମାତା ଜୀଜାବାଈ ଟେକ୍ନୋଲୋଜିକାଲ ଇନଷ୍ଟିଚ୍ୟୁଟ୍‌ରେ ମେକାନିକାଲ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଆବେଦନ କରିଥିଲେ। ତେବେ ଏନେଇ ତାଙ୍କ ପାଖକୁ ଆସିଥିବା ଓଟିପି ସେ କେତେକ କାରଣ ଯୋଗୁ ଅପଲୋଡ୍‌ କରିପାରି ନ ଥିଲେ।

ଏବେ ସମ୍ପୃକ୍ତ କଲେଜରେ ନାମଲେଖା ଶେଷ ହୋଇଛି। ତେଣୁ ଅନୁଚ୍ଛେଦ ୩୨ ଅନ୍ତର୍ଗତ ଏଥିରେ ହସ୍ତକ୍ଷେପ କରି ହେବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

Share