ନାବାଳିକାଙ୍କୁ ଅସଦାଚରଣ ସହ ହତ୍ୟା ଉଦ୍ୟମ ମାମଲା: ପ୍ରମାଣ ଅଭାବରୁ ୨ ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୩ା୩: ବ୍ରହ୍ମପୁର ସ୍ବତନ୍ତ୍ର ଫାଷ୍ଟଟ୍ରାକ ଜଜ ଗଣେଶ୍ୱର ପତି ସୋମବାର ଜଣେ ନାବାଳିକାଙ୍କୁ ଅସଦାଚରଣ ସହ ହତ୍ୟା ଉଦ୍ୟମ ମାମଲାର ଶୁଣାଣି କରିଛନ୍ତି। ଉପଯୁକ୍ତ ପ୍ରମାଣ ନ ମିଳିବାରୁ ସେ ଦୁଇ ଜଣ ଯୁବକଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସେମାନେ ହେଉଛନ୍ତି ସଦର ଥାନା ଅଞ୍ଚଳର ସୀମାଞ୍ଚଳ ଦାସ (୩୫ ) ଓ ସନିଆ ଦାସ (୩୨)।
ପ୍ରକାଶ ଯେ, ୨୦୧୯ ଡ଼ିସେମ୍ବର ୪ରେ ଜଣେ ନାବାଳିକା ଘରେ ଏକାକୀ ଥିଲେ। ଉକ୍ତ ଗ୍ରାମର ସୀମାଞ୍ଚଳ ଓ ସନିଆ ସମ୍ପୃକ୍ତ ନାବାଳିକାଙ୍କ ଘରେ ପଶି ତାଙ୍କୁ ବଳାତ୍କାର ଉଦ୍ଦେଶ୍ୟରେ ଟଣାଓଟରା କରିଥିଲେ। ହେଲେ ନାବାଳିକା ଜଣଙ୍କ ଚିତ୍କାର କରିବାରୁ ଉଭୟ ଯୁବକ ବ୍ଲେଡ଼ରେ ନାବାଳିକାଙ୍କ ଦୁଇ ହାତକୁ କାଟି ହତ୍ୟା ଉଦ୍ୟମ କରିଥିଲେ। ପୀଡ଼ିତାଙ୍କ ମା’କାମରୁ ଫେରିବା ପରେ ସେ ଜଣାଇଥିଲେ। ପୀଡ଼ିତାଙ୍କ ମା’ ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ନମ୍ବର ୩୩୪/୧୯ ରେ ଏକ ମାମଲା ରୁଜୁ କରି ଉପରୋକ୍ତ ଉଭୟ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ମାମଲାର ବିଚାର ବେଳେ ୮ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସୋମବାର ଏହି ମାମଲାର ଶୁଣାଣି ବେଳେ ଉକ୍ତ ଦୁଇ ଯୁବକଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଜଜ ଏହାର ଶୁଣାଣି କରି ପ୍ରମାଣ ଅଭାବରୁ ସେମାନଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ପକ୍ଷରୁ ପିପି ମୋହନ ସିଙ୍ଗାରି ଓ ମୁଦାଲାଙ୍କ ପକ୍ଷରୁ ଆଇନଜୀବୀ ରାମକୃଷ୍ଣ ମହାରଣା ଓ ଶ୍ୟାମ ସୁନ୍ଦର ନାୟକ ମକଦ୍ଦମା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଶହୀଦ ମାଧୋ ସିଂଙ୍କ ବୀରଗାଥା ପାଠ୍ୟ ପୁସ୍ତକରେ ସାମିଲ ହେଉ’

ବରଗଡ଼,୩୧।୧୨(ପ୍ରେମାନନ୍ଦ ଖମାରୀ) :- ଶହୀଦ ବୀର ମାଧୋ ସିଂ ଓ ପରିବାର ବର୍ଗଙ୍କ ସଶସ୍ତ୍ର ସାଧୀନତା ସଂଗ୍ରାମରେ ଅବଦାନ ଅନସ୍ବୀକାର୍ଯ୍ୟ ବୋଲି କହିଛନ୍ତି ବିଶିଷ୍ଟ ସାହିତି୍ୟକ...

ଅପେରାରେ ଅଶ୍ଳୀଳ ନାଚ ରୋକିବାକୁ ଭିଡିଓ ରେକର୍ଡିଂ

ମାଲକାନଗିରି,୩୧ା୧୨(ଦୁର୍ଯ୍ୟୋଧନ ପାତ୍ର): ଅପେରା ମଞ୍ଚରେ ଅଶ୍ଳୀଳତା ନେଇ ଅଭିଯୋଗ ହେବାପରେ ରେକର୍ଡ ଡ୍ୟାନ୍ସ ସମୟରେ କ୍ୟାମେରା ଲଗାଇ ରେକର୍ଡିଂ କଲା ପୋଲିସ। ପୋଲିସ ଛାଉଣୀରେ ଚାଲିଲା...

ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା: ୨ ଦୁଇ ମୃତ ଜଣେ ଗୁରୁତର

ତେନ୍ତୁଳିଖୁଣ୍ଟି,୩୧ା୧୨(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ପୂଜାରୀଗୁଡା ଷ୍ଟାଡିୟମ ତେନ୍ତୁଳିଗଛ ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଦୁଇଟି ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା...

୧୭୨୮ବୋତଲ କଫ୍‌ ସିରପ ଜବତ, ଜଣେ ଗିରଫ

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ -ଜୋଲକୋ ଗ୍ରାମ ଦେଇ ଯାଇଥିବା ଜାତୀୟ ରାଜପଥରେ କେସିଙ୍ଗା ପୋଲିସ ମଙ୍ଗଳବାର ଚଢାଉ କରି ଏକ...

ପ୍ରଥମେ ଭାରତ ଆଉ ଏବେ ଓଡିଶା ବୁଲି ପ୍ରକୃତି ସୁରକ୍ଷା ଦେଉଛନ୍ତି ନନ୍ଦିଘୋଷ 

ଦାରିଙ୍ଗବାଡି,୩୧।୧୨ (ଅରୁଣ ସାହୁ ): ପ୍ରକୃତିକୁ ସୁରକ୍ଷା ଦେବା ପାଇଁ ଗାଁଗାଁ ବୁଲି ଜନ ସଚେତନ କରୁଛନ୍ତି ନନ୍ଦିଘୋଷ ଖମାରୀ। ବରଗଡ଼ ଜିଲାର ବାସିନ୍ଦା ନନ୍ଦିଘୋଷ...

ରାସ୍ତାକାମ ନିମ୍ନମାନର, ହାତମାରିଲେ ଉଠିଯାଉଛି ପିଚୁ

ଥୁଆମୂଳ ରାମପୁର, ୩୧ା୧୨ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଡାକକୋଟା ଭାରତ ଯାତ୍ରାଠାରୁ ତୁକଗୁଡ଼ା ପର୍ଯ୍ୟନ୍ତ ନିର୍ମାଣ...

ସମୁଦ୍ର ବେଳାଭୂମିରେ ମଲା କଇଁଛ: ଖାଇଗଲେ ବିଲୁଆ, କୁକୁର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ପ୍ରାୟଗି ଗ୍ରାମସ୍ଥିତ ସମୁଦ୍ର ବେଳାଭୂମିରେ କିଛି ମଲା କଇଁଛ ପଡ଼ିଥିବା ଏବଂ ସେମାନଙ୍କୁ ବିଲୁଆ...

ଲକ୍ଷ୍ମୀଜୋର୍‌ ପୋଲ ଉପରୁ ଯୁବକଙ୍କ ମୃତଦେହ ଜବତ: ମିଳିଲା ଲୁହା ପାଇପ୍‌, ହତ୍ୟା ସନ୍ଦେହ

ବଲାଙ୍ଗୀର,୩୧।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ୨୬ ନମ୍ବର ଜାତୀୟ ରାଜପଥ ସତ୍ୟନାରାୟଣପଡା ନିକଟ ଲକ୍ଷ୍ମୀଯୋର ପୋଲ ଉପରୁ ବଲାଙ୍ଗୀର ଟାଉନ ପୋଲିସ ରବିବାର ବିଳମ୍ବିତ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri