ଆୟବହିଃର୍ଭୂତ ସମ୍ପତ୍ତି ଠୁଳ ମାମଲା: ସ୍ବାସ୍ଥ୍ୟକେନ୍ଦ୍ର କିରାଣି, ସ୍ତ୍ରୀଙ୍କୁ ୨ ବର୍ଷ ଜେଲ୍‌

ବ୍ରହ୍ମପୁର,୩୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଅରୁଣ କୁମାର ସାହୁ ଶନିବାର ଏକ ଆୟବହିଃର୍ଭୂତ ସମ୍ପତ୍ତି ଠୁଳ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ପ୍ରମାଣ ମିଳିଥିବାରୁ ସ୍ବାସ୍ଥ୍ୟକେନ୍ଦ୍ର କିରାଣି ଓ ତାଙ୍କ ସ୍ତ୍ରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ ନରସିଙ୍ଘା ପ୍ରକାଶ ପାତ୍ର ଓ ସ୍ତ୍ରୀ ନରସିଙ୍ଘା ସନ୍ତୋସିନୀ ପାତ୍ର। ସେମାନେ ଲୋଚପଡ଼ା ଗୋଲା ଜଗନ୍ନାଥପୁରର ମୂଳନିବାସୀ ହୋଇଥିବା ବେଳେ ବର୍ତ୍ତମାନ ହିଲପାଟଣା ବିଜୟ ଟାଓ୍ବାରରେ ରହୁଛନ୍ତି। ପ୍ରକାଶ ପାତ୍ର ବର୍ତ୍ତମାନ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କନିଷ୍ଠ କିରାଣି ଅଛନ୍ତି। ଭିଜିଲାନ୍ସ ଜଜ ଉଭୟ ଅଭିଯୁକ୍ତଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହିତ ପ୍ରତ୍ୟେକ ୧୦ହଜାର ଟଙ୍କା ଲେଖାଏ ଜରିମାନା ଓ ଜରିମାନା ଅନାଦେୟ ପ୍ରତ୍ୟେକ ୩ମାସ ଲେଖାଏ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।