ଚାଷୀନେତାଙ୍କୁ ଅଭ୍ୟାସଗତ ଅପରାଧୀ ଦର୍ଶାଇବା ଘଟଣା: କୃଷକ ସଙ୍ଗଠନର ଆନ୍ଦୋଳନ ଚେତାବନୀ

ବରଗଡ଼,୨।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚାଷୀନେତା ତଥା ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ରଙ୍କୁ ପୋଲିସ ଅଭ୍ୟାସଗତ ଅପରାଧୀ ଭାବେ ଉଲ୍ଲେଖ କରିବା ଏବଂ ଏହାକୁ ନେଇ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର ହେବାକୁ ନୋଟିସ୍‌ କରାଯିବାକୁ ନେଇ ଜିଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜିଲାର ବିଭିନ୍ନ କୃଷକ ସଙ୍ଗଠନ ଘଟଣାକୁ ନିନ୍ଦା କରିଥିବା ବେଳେ ପ୍ରତିବାଦରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

ଏହି କ୍ରମରେ ଗୁରୁବାର ଅମ୍ବାଭୋନା ବ୍ଲକର ବାରପାହାଡ଼ କୃଷକ ସଙ୍ଗଠନ ପକ୍ଷରୁ ଉତ୍ତମ ଗ୍ରାମର ମହାଦେବ ମନ୍ଦିର ପରିସରସ୍ଥ କଲ୍ୟାଣ ମଣ୍ଡପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଙ୍ଗଠନ ସଭାପତି ଇଶାନ୍ତ ଚନ୍ଦ୍ର ଭୋଇ ଏଥିରେ ସଭାପତିତ୍ୱ କରିଥିଲେ। ବୈଠକରେ ଚାଷୀନେତା ମହାପାତ୍ରଙ୍କ ପ୍ରତି ପୋଲିସ, ପ୍ରଶାସନର ସେଭଳି ଆଚରଣକୁ ଦୃଢ଼ ନିନ୍ଦା କରାଯାଇଥିଲା। ଚାଷୀନେତା ମହାପାତ୍ର ଚାଷୀ, ଭୂମିହୀନ ଶ୍ରେଣୀର ହକ୍‌ ପାଇଁ ଲଢ଼େଇ କରୁଥିବାବେଳେ ପୋଲିସ ତାଙ୍କ ମନୋବଳକୁ ଭାଙ୍ଗିଦେବା ପାଇଁ ସେଭଳି ଅପପ୍ରୟାସ କରୁଛି ବୋଲି ବୈଠକରେ ଅଭିଯୋଗ ହୋଇଥିଲା। ସେହିପରି ଜିଲାରେ ଗତ କିଛିମାସ ହେଲା ବିଦ୍ୟୁତ ବିତରଣ କମ୍ପାନୀ ବିରୋଧରେ ଚାଷୀନେତା ମହାପାତ୍ରଙ୍କ ନେତୃତ୍ୱରେ ଗୋଟିଏ ବ୍ଲକରୁ ଅନ୍ୟ ବ୍ଲକକୁ ପ୍ରତିବାଦର ସ୍ବର ବ୍ୟାପୁଥିବାବେଳେ କମ୍ପାନୀ ଚାପରେ ତାଙ୍କ ବିରୋଧରେ ସେଭଳି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ଉପସ୍ଥିତ ଚାଷୀ ପ୍ରତିନିଧିମାନେ ଅଭିଯୋଗ କରିଥିଲେ। ପୋଲିସ ପ୍ରଶାସନର ଗୋଟିଏ ପଟେ କମ୍ପାନୀ ପ୍ରୀତି ଏବଂ ଅନ୍ୟପଟେ ଚାଷୀଙ୍କ ଉପରେ ଜୁଲମକୁ ବରଦାସ୍ତ କରାଯିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ପୋଲିସ, ପ୍ରଶାସନ ଯଦି ଚାଷୀନେତା ମହାପାତ୍ରଙ୍କ ବିରୋଧରେ ନେଇଥିବା କାର୍ଯ୍ୟାନୁଷ୍ଠାନ ନିଃସର୍ତ୍ତ ଭାବେ ପ୍ରତ୍ୟାହାର ନ କରନ୍ତି, ତେବେ ଆଗାମୀ ଦିନରେ ବାରପାହାଡ଼ କୃଷକ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇବ ଏବଂ ସେଥିପାଇଁ ଯେଉଁ ପରିସ୍ଥିତି ଉପୁଜିବ ପୋଲିସ ପ୍ରଶାସନ ଦାୟୀ ରହିବ ବୋଲି ବୈଠକରେ ଚେତାବନୀ ଦିଆଯାଇଛି। ବୈଠକରେ ସମ୍ପାଦକ ଅଭିମନ୍ୟୁ ପ୍ରଧାନ, ଛନ୍ଦାଚରଣ ଭୋଇ, ସୌଦାଗର କୁଅଁର, ଈଶ୍ୱର ବାଗ, ରାଜେନ୍ଦ୍ର ଦେହେରୀ, କ୍ଷିତିଭୂଷଣ ସାହୁ, ପଞ୍ଚାନନ ପ୍ରଧାନ, ଭୀଷ୍ମଦେବ ଖମାରୀ, ଗୋପାଳ ଗୌନ୍ତିଆ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କରେ କଳଙ୍କ: ମା’ଙ୍କୁ ବଳାତ୍କାର କଲେ ପୁଅ

ଦେବଗଡ଼,୩।୧୦(ଶଶାଙ୍କ ଶେଖର ଝାଙ୍କର): ସମ୍ପର୍କରେ ଲାଗିଛି କଳଙ୍କର ଛିଟା। ଜନ୍ମଦାତ୍ରୀ ମା’ଙ୍କୁ ବଳାତ୍କାର ଭଳି ଜଘନ୍ୟ ଅପରାଧ କରିବାକୁ ପଛାଇନାହାନ୍ତି ଜଣେ ପୁଅ। ଦେବଗଡ଼ ଜିଲା...

ଆହାର କେନ୍ଦ୍ରକୁ ନେଇ ଆସିଲା ମନ୍ତ୍ରୀଙ୍କ ବଡ଼ ବୟାନ

ସମ୍ବଲପୁର,୩।୧୦ (ଭବାନୀଶଙ୍କର ଭୋଇ): ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଜେଲ୍‌ ଛକ ସ୍ଥିତ ସାର୍ବଜନୀନ ଆହାର କେନ୍ଦ୍ର...

ଅକ୍ଟୋବର ୯କୁ ଦିଆଯିବ ସୁଭଦ୍ରା ଦ୍ୱିତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି, ଏହି ତାରିଖ ସୁଦ୍ଧା ସରିବ ପ୍ରସ୍ତୁତି

ନୂଆଦିଲ୍ଲୀ,୩।୧୦: ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିବା ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ “ସୁଭଦ୍ରା” ଯୋଜନାର ପ୍ରଥମକିସ୍ତି ଅର୍ଥରାଶି ପ୍ରଥମ ପର୍ଯ୍ୟାୟରେ ୨୫ଲକ୍ଷ ୨୯ହଜାର ୭୨୦...

ଚଳନ୍ତା ଆମ୍ବୁଲାନ୍ସରୁ ବାହାରିଗଲା ଚକ

ପାପଡାହାଣ୍ଡି, ୩।୧୦(ସ୍ବପ୍ନଜିତ ପଟ୍ଟନାୟକ): କୋଡ଼ିଙ୍ଗାରୁ ଜଣେ ରୋଗୀଙ୍କୁ ଛାଡ଼ି ଫେରିବା ବେଳେ ୧୦୮ ଆମ୍ବୁଲାନ୍ସର ବାମ ପଟ ଆଗ ଚକ ଭାଙ୍ଗି ଯାଇଥିଲା। ସୌଭାଗ୍ୟ ବଶତଃ...

ମ୍ୟୁନିସିପାଲଟି ଦାବି ଜୋର୍‌ ଧରିଲା: ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ଏମ୍‌ପି-ବିଧାୟକ

ଛତ୍ରପୁର,୩।୧୦(ସନ୍ତୋଷ ପାଢୀ): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦେବା ନେଇ ପୁଣି ଦାବି ଉଠିଛି। ବୁଧବାର ଛତ୍ରପୁର ଗସ୍ତରେ ଆସିଥିବା ରାଜ୍ୟ...

ବିଭିନ୍ନ ଦାବି ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲା ଆଶାକର୍ମୀ ସଂଘ

କେନ୍ଦୁଝର,୩ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାରତୀୟ ମଜଦୂର ସଂଘ ସହବନ୍ଧିତ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ତରଫରୁ କର୍ମଚାରୀମାନଙ୍କ ସମସ୍ୟାକୁ ନେଇ ଏକ ଦାବିପତ୍ର ଜିଲା ପ୍ରଶାସନ...

ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଶାକର୍ମୀ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

ଛତ୍ରପୁର,୩।୧୦(ଦିଲ୍ଲୀପ ସାମଲ):  ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ଗଞ୍ଜାମ ଜିଲା ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୁରୁବାର ଏକ ଦାବିପତ୍ର...

ମା’ ତାରାତାରିଣୀ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା, ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କଲେ ୩ ମନ୍ତ୍ରୀ

ପୁରୁଷୋତ୍ତମପୁର,୩ା୧୦(ସୀମାଞ୍ଚଳ ମିଶ୍ର): ଗୁରୁବାରଠାରୁ ସମସ୍ତ ଶକ୍ତିପୀଠରେ ଆରମ୍ଭ ହୋଇଛି ନବରାତ୍ର ପୂଜା। ସେହିକ୍ରମରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ମଧ୍ୟ ନବରାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri