Categories: ଜାତୀୟ

ସଂସଦର ସୁରକ୍ଷାରେ ତ୍ରୁଟି ମାମଲା: ୭ ଦିନିଆ ପୋଲିସ ରିମାଣ୍ଡରେ ଗଲେ ମାଷ୍ଟରମାଇଣ୍ଡ ଲଳିତ ଝା

ନୂଆଦିଲ୍ଲୀ,୧୫।୧୨: ସଂସଦ ସୁରକ୍ଷା ଭଙ୍ଗର ମାଷ୍ଟରମାଇଣ୍ଡ ଲଳିତ ଝାଙ୍କୁ ଶୁକ୍ରବାର ପଟିଆଲା ହାଉସ କୋର୍ଟରେ ପୋଲିସ ହାଜର କରିଥିଲା। କୋର୍ଟ ତାଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ପଠାଇଛନ୍ତି। ଗୁରୁବାର ବିଳମ୍ବିତ ରାତିରେ କର୍ତ୍ତବ୍ୟ ପଥ ପୋଲିସ ଷ୍ଟେଶନରେ ଲଲିତ ଝା ଆତ୍ମସମର୍ପଣ କରିଥିଲେ। ହାଜର ହେବା ସମୟରେ ଦିଲ୍ଲୀ ପୋଲିସର ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ସଂସଦ ଅନୁପ୍ରବେଶ ମାମଲାରେ ଲଲିତ ଝା ତାଙ୍କର ସମ୍ପୃକ୍ତି ପ୍ରକାଶ କରିଛନ୍ତି। ସେ ଏହି ଷଡଯନ୍ତ୍ରର ମାଷ୍ଟରମାଇଣ୍ଡ ବୋଲି ସେ କହିଥିଲେ। ଏହି ଷଡଯନ୍ତ୍ର କିପରି କରାଯାଇଥିଲା ତାହାର ବିସ୍ତୃତ ଅନୁସନ୍ଧାନ ହେବ।

ଦିଲ୍ଲୀ ପୋଲିସ ୧୫ ଦିନ ରିମାଣ୍ଡ ମାଗିଥିଲା, କିନ୍ତୁ କୋର୍ଟରୁ ୭ ଦିନଆ ରିମାଣ୍ଡ ମିଳିଛି। ପଟିଆଲା ହାଉସ କୋର୍ଟର ଅତିରିକ୍ତ ଅଧିବେଶନ ବିଚାରପତି ଡ଼.ହରଦିପ ପୁରୀ ଅଭିଯୁକ୍ତଙ୍କୁ ପଚାରିଲେ, ତୁମର ଓକିଲ ଅଛି କି। ଝା ନା ବୋଲି ଉତ୍ତର ଦେଇଥିଲେ। ଏହା ପରେ କୋର୍ଟ ଝାଙ୍କୁ ଜଣେ ଓକିଲ ପ୍ରଦାନ କରିଥିଲେ।
ସଂସଦର ସୁରକ୍ଷା ଭଙ୍ଗ କରିଥିବା ଚାରି ଅଭିଯୁକ୍ତ ସାଗର ଶର୍ମା, ମନୋରଂଜନ ଡି, ନୀଲମ ଆଜାଦ ଏବଂ ଅମୋଲ ସିନ୍ଦେଙ୍କୁ ମଧ୍ୟ ଗୁରୁବାର ପଟିଆଲା ହାଉସ କୋର୍ଟ ଦ୍ୱାରା ୭ ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି। ପଚରାଉଚରା ପାଇଁ ପୋଲିସ ଏହି ଚାରିଜଣଙ୍କୁ ୧୫ ଦିନିଆ ରିମାଣ୍ଡରେ ନେଇଥିଲା।
ସୂଚନାଯୋଗ୍ୟ, ବୁଧବାର ଯେତେବେଳେ ଲୋକ ସଭାରେ ଶୂନ କାଳ ଚାଲିଥିଲା, ଦୁଇଜଣ ବ୍ୟକ୍ତି ପରିଦର୍ଶକ ଗ୍ୟାଲେରୀରୁ ଗୃହକୁ ଡେଇଁପଡିଥିଲେ। ଦୁହେଁ ଏକ ଛୋଟ କ୍ୟାଣ୍ଟରରୁ ହଳଦିଆ ଧୂଆଁ ବାହାର କରିଥିଲେ। ଗୃହରେ ସ୍ଲୋଗାନ ମଧ୍ୟ ଦିଆଯାଇଥିଲା। ଏହି ବିକ୍ଷୋଭକାରୀମାନେ ବାଚସ୍ପତିଙ୍କ ଚେୟାରରେ ପହଞ୍ଚିବାକୁ ଚେଷ୍ଟା କରୁଥିଲେ, ଏହି ସମୟରେ କିଛି ଏମପିମାନେ ସେମାନଙ୍କୁ ଧରିଥିଲେ। ସେମାନେ ତାଙ୍କୁ ମାଡ଼ ମାରି ପରେ ସୁରକ୍ଷା ବାହିନୀକୁ ହସ୍ତାନ୍ତର କରିଥିଲେ। ଏଥି ସହ ସଂସଦ ବାହାରେ ବିରୋଧ କରୁଥିବା ନୀଲମ ଏବଂ ଆମୋଲ ସିନ୍ଦେଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି।

Share