Categories: ଜାତୀୟ

ନିଟ୍‌ ପେପର ଲିକ୍‌ ମାମଲା: ହାଇକୋର୍ଟରେ ବିଚାରାଧୀନ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ,୧୫ା୭: ନିଟ୍‌ ପେପର ଲିକ୍‌ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବା ଆବେଦନକୁ ହସ୍ତାନ୍ତର କରିବା ଆବେଦନ ଉପରେ ସୁପ୍ରିମକୋର୍ଟ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଯେଉଁମାନେ ହାଇକୋର୍ଟରେ ଏହି ପ୍ରସଙ୍ଗରେ ଆବେଦନ କରିଥିଲେ ସେମାନଙ୍କୁ ସୁପ୍ରିମକୋର୍ଟ ଏକ ନୋଟିସ୍‌ ଜାରି କରିଛନ୍ତି। ପୂର୍ବରୁ ବିଚାରାଧୀନ ଆବେଦନ ସହିତ ସୁପ୍ରିମକୋର୍ଟ ଅଧିକ ଶୁଣାଣି କରିବେ। ନିଟ୍‌ ପେପର ଲିକ୍‌ ସାରା ଦେଶରେ ଅନେକ ଆଲୋଡ଼ନ ସୃଷ୍ଟିକରିଛି। ଏପରିକି ଅନେକ ସହରରେ ପେପର ଲିକ୍‌କୁ ନେଇ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରାଯାଇଛି।

ସୋମବାର ସୁପ୍ରିମକୋର୍ଟ ନିଟ୍‌ ବିବାଦ ସମ୍ପର୍କରେ ‘ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି’ (ଏନ୍‌ଟିଏ) ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରିଛନ୍ତି। ଏଥିରେ ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନକୁ ସ୍ଥାନାନ୍ତର କରିବାକୁ ଦାବି କରାଯାଇଥିଲା। ଏହା ଉପରେ ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ଗୁରୁବାର ଅର୍ଥାତ୍‌ ଜୁଲାଇ ୧୮ରେ ଆମେ ଏହି ମାମଲାର ଶୁଣାଣି କରିବୁ। ଏହାର ଉତ୍ତରରେ ହାଇକୋର୍ଟରେ ଏହି ମାମଲା ଆଗକୁ ନିଆଯାଉଥିବାରୁ ଏନ୍‌ଟିଆର ଜାରି କରିବାକୁ ଦାବି କରିଛି। ପରେ ନୋଟିସ୍‌ ଜାରି ହୋଇଛି।

Share