NEET ପ୍ରଶ୍ନପତ୍ର ପ୍ରଘଟ ମାମଲା; କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ପଶ୍ଚିମବଙ୍ଗ,୨୪।୬: ନିଟ୍-ୟୁଜି ୨୦୨୪ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଭିନ୍ନ ଦିଗରୁ ଅନେକ ସମାଲୋଚନାର ଶିକାର ହେବାକୁ ପଡୁଛି। ଏହାରି ମଧ୍ୟରେ ଧର୍ମେନ୍ଦ୍ରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଇସ୍ତଫା ଦାବି କରିଛି କଂଗ୍ରେସର ଛାତ୍ର ସଂଗଠନ ପଶ୍ଚିମବଙ୍ଗ ରାଜ୍ୟ ଛତ୍ର ପରିଷଦ।

ଏହାପୂର୍ବରୁ କଂଗ୍ରେସ ବରିଷ୍ଠ ନେତା ଜୟରାମ ରମେଶ ମୋଦି ଏବଂ ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିକହିଥିଲେ, ” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଆଖପାଖରେ ଥିବା ଅକ୍ଷମ ଲୋକମାନଙ୍କ ପାଇଁ ଦେଶରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି।” ଏହା ସହିତ ସେ ଇଉ ଏକ ପୋଷ୍ଟରେ କହିଥିଲେ, ”ଅଣ-ଜୈବିକ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ଆଖପାଖର ଲୋକଙ୍କର ସମ୍ପୂର୍ଣ୍ଣ ଅକ୍ଷମତା ହେତୁ ପରୀକ୍ଷା ବାତିଲ ହେବାର ଖବର ବିନା କୌଣସି ଦିନ ସଂପୂର୍ଣ୍ଣ ହେଉନାହିଁ।”

ସେହିପରି ନିଟ୍-ୟୁଜି ୨୦୨୪ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ଉତ୍ତେଜନା ମଧ୍ୟରେ ଲୋକ ସଭା ଅଧିବେଶନରେ ମଧ୍ୟ ଏହି ପ୍ରସଙ୍ଗର ତାତି ଦେଖିବାକୁ ମିଳିଛି। ସୋମବାର ଦିନ 18 ତମ ଲୋକ ସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି।

ପ୍ରଥମ ଦିନରେ ଗୃହ ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ଶାସକ ଦଳର ସଦସ୍ୟମାନେ ଶପଥ ଗ୍ରହଣ କରିବା ଆରମ୍ଭ କରିଥିଲେ। ଏହି ସମୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଂସଦ ଭାବରେ ଶପଥ ଗ୍ରହଣ କରିବାକୁ ଉଠିଥିଲେ। ଧର୍ମେନ୍ଦ୍ର ପ୍ରଧାନ ଶପଥ ଗ୍ରହଣ କରିବା ମାତ୍ରେ ବିରୋଧୀ ସଦସ୍ୟମାନେ ନିଟ୍-ନିଟ୍ ନାରା ଦେବା ଆରମ୍ଭ କରିଥିଲେ। ଏହାସହିତ ବିରୋଧୀ ନିଜର ମନୋଭାବ ମାଧ୍ୟମରେ ପ୍ରକାଶ କରିଛନ୍ତି ଯେ ଏଥର କୌଣସି ପ୍ରସଙ୍ଗରେ ସରକାରଙ୍କୁ ଢିଲା ଛଡ଼ା ଯିବା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରାରେ ଜଗିବେ ୧୮୦ ପ୍ଲାଟୁନ ଫୋର୍ସ

ପୁରୀ,୧।୭: ଆଉ କିଛି ଦିନ ପରେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା। ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ...

ପାର୍ଲାମେଣ୍ଟ ଅଭିମୁଖେ ଶୋଭାଯାତ୍ରାରେ ବାହାରିବେ ଛାତ୍ର

ନୂଆଦିଲ୍ଲୀ,୧ା୭: ଏନ୍‌ଇଇଟି-ୟୁଜି ସମେତ ପିଜି ଏବଂ ୟୁଜିସି ନେଟ୍‌ ପରୀକ୍ଷାରେ ହୋଇଥିବା ଅନିୟମିତତା ପ୍ରତିବାଦରେ ଦିଲ୍ଲୀର ଯନ୍ତରମନ୍ତରଠାରେ ଧାରଣାରେ ବସିଥିବା ଛାତ୍ରୀଛାତ୍ର ସେମାନଙ୍କ ଦାବିକୁ ନେଇ...

ହୋଇପାରେ ବଡ ଧରଣର ଅଦଳବଦଳ: ଏସ୍‌ଆରସି ସତ୍ୟବ୍ରତ ସାହୁଙ୍କୁ ମିଳିବ ବଡ଼ ଦାୟିତ୍ୱ!

ଭୁବନେଶ୍ୱର,୧।୭: ରାଜ୍ୟ ପ୍ରଶାସନରେ ବଡ ଧରଣର ଅଦଳବଦଳ ହୋଇପାରେ ବୋଲି କୁହାଯାଉଛି । ଏହି ସମୟରେ ଉନ୍ନୟନ କମିଶନର ଅନୁ ଗର୍ଗ ଦିଲ୍ଲୀ ଯିବା ନେଇ...

୨ଜଣଙ୍କୁ ଦଳିଦେଲା ହାତୀ

ରାଉରକେଲା/ଟେନ୍‌ସା,୧ା୭(ସଙ୍ଗୀତା ଜେନା/ ସମୀର ପାଢ଼ୀ): ସୁନ୍ଦରଗଡ଼ ଜିଲାରେ ହାତୀ ଆତଙ୍କ ଥମୁନାହିଁ। ସୋମବାର ଜିଲାର ପୃଥକ୍‌ ପୃଥକ୍‌ ସ୍ଥାନରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି।...

ପୁଣି ସକ୍ରିୟ ହେଲେ ପାଣ୍ଡିଆନ! ଚର୍ଚ୍ଚା ଆରମ୍ଭ

ଭୁବନେଶ୍ୱର,୧।୭: ରାଜ୍ୟରେ ବିଜେଡି ଶାସନର ଅନ୍ତ ଘଟିଛି। ନିର୍ବାଚନୀରେ ବିଜେଡି କାହିଁକି ହାରିଲା ତା’ର ସମୀକ୍ଷା କରିବା ପାଇଁ ବିଜେଡି ତତ୍ପରତା ଦେଖାଉନଥିବା ଜଣାପଡିଛି। ତେବେ...

ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା

ଭୁବନେଶ୍ୱର,୧।୭: ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୋମବାର ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭେଟିଥିଲେ...

ରଥଯାତ୍ରାରେ ପୁରୀ ଆସୁଥିବା ଭକ୍ତଙ୍କ ହେବ ଗଣନା: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୭: ଆଉ କିଛି ଦିନ ପରେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା। ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ...

କିଏ ହେବେ ବିରୋଧୀଙ୍କ ଉପବାଚସ୍ପତି ପ୍ରାର୍ଥୀ, ଚର୍ଚ୍ଚାରେ ଏହି ନେତା

ନୂଆଦିଲ୍ଲୀ,୧।୭: ଲୋକ ସଭାର ଉପବାଚସ୍ପତି ପଦ ପାଇଁ ବିରୋଧୀ ପ୍ରାର୍ଥୀଙ୍କ ନାମ ଏ ପର୍ଯ୍ୟନ୍ତ ସ୍ଥିର କରାଯାଇ ନଥିଲେ ମଧ୍ୟ ୟୁପିର ଅଯୋଧ୍ୟା ଆସନରୁ ସମାଜବାଦୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri