Posted inଜାତୀୟ

ମସଜିଦରୁ ଲାଉଡସ୍ପିକର ହଟାଇବା ମାମଲା: ମନ୍ଦିରରୁ ବି ସୃଷ୍ଟି ହେଉଛି ଉଚ୍ଚ ଶବ୍ଦ, ଆଜାନରୁ ହେଉନି ଶବ୍ଦ ପ୍ରଦୂଷଣ,କହିଲେ ହାଇକୋର୍ଟ…

ଅହମଦାବାଦ,୨୯।୧୧ : ମସଜିଦରେ ଲାଉଡ ସ୍ପିକର ଉପରେ ପ୍ରତିବନ୍ଧକ ଲଗାଇବାକୁ କରାଯାଇଥିବାଆବେଦନକୁ ଗୁଜରାଟ ହାଇକୋର୍ଟ ଖାରଜ କରିଛନ୍ତି। ମସଜିଦରୁ ଆଜାନ ପାଇଁ ଲାଉଡ ସ୍ପିକର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ କୋର୍ଟରେ ଏକ ଜନସ୍ବାର୍ଥ ମାମଲା(ପିଆଇଏଲ) ଦାଖଲ କରାଯାଇଥିଲା। କୋର୍ଟ ଏହି ଆବେଦନକୁ ସମ୍ପୂର୍ଣ୍ଣ ଭୁଲ ବୋଲି ଘୋଷଣା କରିଛନ୍ତି। ମନ୍ଦିରରେ ଆରତି ସମୟରେ କୌଣସି ଶବ୍ଦ ହେଉ ନାହିଁ ବୋଲି ଆବେଦନକାରୀ ଦାବି କରିପାରିବେ କି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏକ ଭୁଲ ଧାରଣା ସହିତ ଏହା ଦାଖଲ ହୋଇଥିବା ଆବେଦନ ବୋଲି କୋର୍ଟ କହିଛନ୍ତି।

ମନ୍ଦିରରେ ଘଣ୍ଟି ଧ୍ୱନି ଉପରେ ମଧ୍ୟ କୋର୍ଟ ପ୍ରଶ୍ନ ଉଠାଇଥିଲେ । ଆରତି ସମୟରେ ଭୋର ୩ ଟାରେ ମନ୍ଦିରରେ ବାଦ୍ୟଯନ୍ତ୍ର ବଜାଯାଇଥାଏ।ନ୍ତଏହି ସମୟରେ ଶୋଇଥିବା ଲୋକଙ୍କ ପାଇଁ ଏହା ଅସୁବିଧା ସୃଷ୍ଟି କରେ ନାହିଁ କି? ମୁଖ୍ୟ ବିଚାରପତି ସୁନୀତା ଅଗ୍ରୱାଲ ଏବଂ ଜଷ୍ଟିସ ଅନିରୁଦ୍ଧ ପି ମାୟୀଙ୍କ ଏକ ଡିଭିଜନ ବେଞ୍ଚ ଏହି ଆବେଦନ ଉପରେ ଶୁଣାଣି କରିଥିଲେ। ଏହା ସହିତ କୋର୍ଟ ଏଭଳି ପିଆଇଏଲଉପରେ ବିଚାର କରିବାକୁ ମନା କରିଦେଇଛନ୍ତି। କୋର୍ଟ କହିଛନ୍ତି ଏହା ଆଜାନ ଏକ ପରମ୍ପରା ବର୍ଷ ବର୍ଷ ଧରି ଚାଲି ଆସିଛି ଏବଂ କେବଳ ୫-୧୦ ମିନିଟ ପର୍ଯ୍ୟନ୍ତ ଏହା ହୋଇଥାଏ।

ଏହି ଆବେଦନ ବଜରଙ୍ଗ ଦଳର ନେତା ଶକ୍ତି ସିଂ ଜାଲାଙ୍କ ଦ୍ୱାରା ଦାଖଲ କରାଯାଇଥିଲା। କୁହାଯାଇଥିଲା ଆଜାନରେ ଲାଉଡ ସ୍ପିକର ବ୍ୟବହାର ଶବ୍ଦ ପ୍ରଦୂଷଣର କାରଣ ହୋଇଥାଏ, ଯାହା ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ଏବଂ ସମସ୍ୟା ସୃଷ୍ଟି କରିଥାଏ। ବିଶେଷକରି ପିଲାମାନଙ୍କର ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ।ଏହି ଦାବି ପଛରେ କୌଣସି ବୈଜ୍ଞାନିକ ଆଧାର ନାହିଁ ବୋଲି କୋର୍ଟ କହିଛନ୍ତି।

ମସଜିଦଗୁଡିକରେ ଆଜାନ ସମୟରେ ଲାଉଡ ସ୍ପିକର ବ୍ୟବହାର କରାଯାଇପାରିବ। ମନ୍ଦିରଗୁଡ଼ିକରେ ଲାଉଡ ସ୍ପିକରରେ ଆରତି ମଧ୍ୟ କରାଯାଏ। କୋର୍ଟ କହିଛନ୍ତି ଯଦି ଆଜାନ ଶବ୍ଦ ପ୍ରଦୂଷଣର କାରଣ ହୁଏ ତେବେ ଆରତି ସମୟରେ ବାଦ୍ୟଯନ୍ତ୍ର କାହିଁକି ବ୍ୟବହୃତ କରାଯାଉଛି? ଆଜାନ କେବଳ ୧୦ ମିନିଟ ପର୍ଯ୍ୟନ୍ତ ରହିଥାଏ, ଏହା ଦ୍ୱାରା ଶବ୍ଦ ପ୍ରଦୂଷଣ କିପରି ହେବ?

 

 


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri