Categories: ଜାତୀୟ

ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା ଅଦାଲତରେ ପହଞ୍ଚିଲା

ନୂଆଦିଲ୍ଲୀ, ୨୬।୯: ରାମ ଜନ୍ମ ଭୂମି ମାମଲା ଶେଷ ପରେ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇଛି। ଏବେ ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା ଅଦାଲତରେ ପହଞ୍ଚିଛି। ବିବାଦୀୟ ୧୩.୩୭ ଏକର ଜମି ନେଇ ମାମଲା ମଥୁରା ଏକ କୋର୍ଟରେ ପହଞ୍ଚିଛି। ଶାହି ଇଦ୍‌ଗାହ ମସଜିଦ୍‌ ହଟାଇବାର ଦାବି କରାଯାଇଛି। ସଖା ରଞ୍ଜନ ଅଗ୍ନିହୋତ୍ରୀଙ୍କ ପକ୍ଷରୁ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ କୋର୍ଟରେ ସିଭିଲ୍‌ ମକଦୋମା ଦାଏର କରିଛନ୍ତି। ମନ୍ଦିର ପରିସରରୁ ମସଜିଦ୍‌କୁ ହଟାଇବା ଲାଗି ଏଥିରେ ଦର୍ଶାଯାଇଛି। ୧୯୬୮ରେ ହୋଇଥିବା ଜମି ବୁଝାମଣାକୁ ଏଥିରେ ଭୁଲ୍‌ ବୋଲି ସୂଚିତ କରାଯାଇଛି।

Share