ଶ୍ରମିକ ଜୀବନ୍ତ ଦଗ୍ଧ ମାମଲାର ତଦନ୍ତ ଆରମ୍ଭ

ଭବାନୀପାଟଣା,୨୮।୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଧୀନ ପାଷ୍ଟିକୁଡି ନିକଟରେ ଥିବା ଏକ ଠିକା କ୍ୟାମ୍ପରେ ନିଆଁ ଲାଗି ଶ୍ରମିକ ପ୍ରଦୀପ କେତକୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ସଦରଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ନିଆଁ ଲାଗିବାର କାରଣ ସ୍ପଷ୍ଟ ଜଣାପଡି ନ ଥିବା ବେଳେ ଗୋଦାମରେ ପେଟ୍ରୋଲ କିମ୍ବା ଡିଜେଲ ଗଚ୍ଛିତ ଥିବାରୁ ଗୋଦାମରେ ଏଭଳି ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ପୋଲିସ ଅନୁମାନ କରୁଛି।

Share