ପୁଣି ଅନୁଭବଙ୍କ ନାଁରେ ଏତଲା ଦେଲେ ବର୍ଷା

କଟକ ଅଫିସ,୨୦ା୧୨ କେନ୍ଦ୍ରାପଡ଼ା ଏମ୍‌ପି ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କ ନାଁରେ ପୁଣି ଥରେ ଥାନାରେ ମାମଲା ରୁଜୁ ହୋଇଛି। ଏମ୍‌ପିଙ୍କ ଅଭିନେତ୍ରୀ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏତଲା ଭିତ୍ତିରେ ପୁରୀଘାଟ ଥାନା ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।

ସ୍ବାମୀ ଅନୁଭବଙ୍କ ସହିତ ତାଙ୍କର ଦୁଇ ସହଯୋଗୀଙ୍କ ନାଁରେ ଘରୋଇ ହିଂସା ଓ ନିର୍ଯାତନା ନେଇ ବର୍ଷା ଥାନାରେ ଅଭିଯୋଗ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଅନୁଭବ ତାଙ୍କୁ ଘରେ ରହିବାକୁ ଦେଉ ନ ଥିବା ତଥା ତାଙ୍କ ରୁମ୍‌ରେ ତାଲା ପକାଇ ତାଙ୍କୁ ବାହାରେ ଠିଆ କରାଇବା ଭଳି ଅଭିଯୋଗ ବର୍ଷା ଆଣିଥିଲେ। ବର୍ଷାଙ୍କ ଏହି ଅଭିଯୋଗ ପାଇ ଶନିବାର ପୋଲିସ ଅନୁଭବଙ୍କ ବାସଭବନକୁ ଯାଇ ତଦନ୍ତ କରିଥିଲା।

Share