ଅଭିନେତାଙ୍କ ନାଁରେ ଠକେଇ ଅଭିଯୋଗ

ଟିଭି ଧାରାବାହିକର ଜଣାଶୁଣା ଅଭିନେତା କରଣଭୀର ବୋହରାଙ୍କ ନାଁରେ ଠକେଇ କରିଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଜଣେ ୪୦ ବର୍ଷିୟା ମହିଳା କରଣଭୀରଙ୍କ ସମେତ ୬ ଜଣଙ୍କ ନାଁରେ ଠକେଇ କରିଥିବା ଅଭିଯୋଗ ଆଣିଛନ୍ତି। ମହିଳାଙ୍କ ଅନୁଯାୟୀ, ତାଙ୍କଠାରୁ ୧.୯୯ କୋଟି ଟଙ୍କା ନିଆଯାଇ ୨.୫ ପ୍ରତିଶତ ସୁଧରେ ଫେରସ୍ତ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା। ହେଲେ ଏ ପର୍ଯ୍ୟନ୍ତ କେବଳ ଏକ କୋଟି ଟଙ୍କା ଫେରାଯାଇଛି। ଏହି ମାମଲାରେ ମହିଳା ଓସିୱାରା ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି।
ନିକଟରେ କରଣଭୀରଙ୍କୁ ‘ଲକ ଅପ’ଶୋ’ରେ ଦେଖିବାକୁ ମିଳିଥିଲା । ଏହି ଶୋ’ରେ ସେ ତାଙ୍କ ଅନେକ ରହସ୍ୟ ବିଷୟରେ ଖୋଲାଖୋଲି ପ୍ରକାଶ କରିଥିଲେ ଏବଂ ଋଣରେ ରହିଥିବା ମଧ୍ୟ କହିଥିଲେ।

 

Share