Categories: ଜାତୀୟ

ସୁପ୍ରିମକୋର୍ଟରୁ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୨୬।୮: ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ଉତ୍ତେଜନାମୂଳକ ଭାଷଣ ମାମଲାରେ ଯୋଗୀଙ୍କ ବିରୋଧରେ ମାମଲା ରୁଜୁ ଆବେଦନକୁ ଖାରଜ କରିଦେଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ଶୁଣାଣି ସମୟରେ କୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି।
୨୦୦୭ରେ ଯୋଗୀଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଥିଲା। ୟୁପି ସରକାର ମେ ୨୦୧୭ରେ ପ୍ରମାଣ ପର୍ଯ୍ୟାପ୍ତ ନୁହେଁ ବୋଲି ବିଚାର ପାଇଁ ଅନୁମତି ଦେବାକୁ ମନା କରିଦେଇଥିଲେ। ଏହା ପରେ ଆହ୍ଲାବାଦ ହାଇକୋର୍ଟ ମଧ୍ୟ ଫେବୃଆରୀ ୨୦୧୮ରେ ଶୁଣାଣି କରିବାକୁ ଅନୁମତି ଦେଇ ନ ଥିଲେ। ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।

Share