ସରକାରୀ ଡାକ୍ତରଙ୍କ ଘରୋଇ ସେବା ବିରୋଧରେ ମାମଲା: ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ନିର୍ଦ୍ଦେଶ

କଟକ,୬ା୪(କାର୍ତ୍ତିକ ସାହୁ): ସରକାରୀ ଡାକ୍ତରଖାନାରେ ନିଯୁକ୍ତି ପାଇଥିବା ଡାକ୍ତର ଘରୋଇ ହସ୍ପିଟାଲ୍‌ରେ କରୁଥିବା ଚିକିତ୍ସା ସେବା ବନ୍ଦ କରିବା ନେଇ ହାଇକୋର୍ଟରେ ରୁଜୁ ଜନହିତ ମାମଲାର ଶୁଣାଣି ହୋଇଛି। ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଓ ବିଚାରପତି ଶିବଶଙ୍କର ମିଶ୍ରଙ୍କ ଖଣ୍ଡପୀଠ ଆଗାମୀ ୪ ସପ୍ତାହ ମଧ୍ୟରେ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି। ମାମଲାର ବିବରଣୀ ଅନୁସାରେ, ସରକାରୀ ଡାକ୍ତରଖାନାରେ ନିଯୁକ୍ତି ପାଇଥିବା ଅଧିକାଂଶ ଡାକ୍ତର ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସା କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। କେତେକ ସରକାରୀ ଡାକ୍ତରଖାନାରେ ଆବଶ୍ୟକ ଭିତ୍ତିଭୂମି ଥିଲେ ମଧ୍ୟ ରୋଗୀଙ୍କୁ ଡାକ୍ତରଙ୍କ ଇଙ୍ଗିିତରେ ଘରୋଇ ହସ୍ପିଟାଲ୍‌କୁ ନିଆଯାଉଛି। ଘରୋଇ ହସ୍ପିଟାଲକୁ ରୋଗୀଙ୍କୁ ନେବା ପାଇଁ ଡାକ୍ତରମାନେ ଦଲାଲ୍‌ ନିୟୋଜିତ କରିଛନ୍ତି। ଏହାଦ୍ୱାରା ସରକାରୀ ଡାକ୍ତରଖାନା ଉପରୁ ଲୋକଙ୍କ ଆସ୍ଥା ତୁଟିଯାଉଛି। ଏଣୁ ସରକାରୀ ଡାକ୍ତରଙ୍କ ଘରୋଇ ଚିକିତ୍ସାଳୟରେ ସେବା ପ୍ରଦାନ ଘଟଣାରେ ରାଜ୍ୟ ସରକାର ସଂପୃକ୍ତ ଡାକ୍ତରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସାମାଜିକ କର୍ମୀ ନାରାୟଣ ଚନ୍ଦ୍ର ଜେନାଙ୍କ ପକ୍ଷରୁ ରୁଜୁ ମାମଲାରେ ଦର୍ଶାଯାଇଛି। ଆବେଦନକାରୀ ଜେନା ଏହାକୁ ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ଉତ୍ତର ନ ମିଳିବା ତଥା ଏହି ପ୍ରସଙ୍ଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବାରୁ ଆବେଦନକାରୀ ବାଧ୍ୟ ହୋଇ ହାଇକୋର୍ଟରେ ଏହି ମାମଲା ରୁଜୁ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକା ଥରକେ ୩ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଲେ କନ୍ଦୁଝର ଏମ୍‌ପି

ବଡ଼ବିଲ,୨୧।୩(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଠାକୁରାଣୀସ୍ଥିତ ଓଏମ୍‌ଡିସି (ଓଡ଼ିଶା ମିନେରାଲ୍ସ ଡେଭଲପମେଣ୍ଟ କମ୍ପାନୀ)ରେ କାର୍ଯ୍ୟରତ କର୍ମଚାରୀ ଏବଂ ଶ୍ରମିକଙ୍କୁ ଦୀର୍ଘ ୮...

ପଞ୍ଚାୟତର ୪୩ଲକ୍ଷ ଟଙ୍କା ହଡପ ଘଟଣା: ବନ୍ଧା ହୋଇ ଜେଲ ଗଲେ ପିଇଓ

ବ୍ରହ୍ମପୁର,୨୧।୩(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପଞ୍ଚାୟତକୁ ବିଭିନ୍ନଭତ୍ତା ଓ ସରକାରୀ ଯୋଜନାରେ ଆସିଥିବା ୪୩ଲକ୍ଷ ୧ହଜାର ୬୪୦ ଟଙ୍କା ହଡପ...

ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ

କେନ୍ଦୁଝର,୨୧।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା ମାଧ୍ୟମିକ ସ୍କୁଲ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଶିକ୍ଷକ ଭବନରେ କାର୍ଯ୍ୟକାରୀ ସଭାପତି...

ସକାଳୁ ସକାଳୁ ମହୁଲ ଫୁଲ ସଂଗ୍ରହ କରିବାରେ ବ୍ୟସ୍ତ ଲୋକେ

ଖଜୁରୀପଡ଼ା, ୨୧।୩ (ବିଦୁର ବେହେରା): ଆସିଛି ଫଗୁଣ ମାସ ସମସ୍ତଙ୍କ ମନରେ ଆନନ୍ଦ ଉଲ୍ଲାସ ଦେଖାଯାଉଛି। ଏହି ମାସରେ ମହୁଲ ଗଛରେ ମହୁଲ ଫୁଲ ହୋଇ...

ଟାଟା ଷ୍ଟିଲ୍‌ରେ ଅଘଟଣ: ୮ ଶ୍ରମିକ ଆହତ

ଯାଜପୁର,୨୧।୩: ଯାଜପୁର ଜିଲା କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଷ୍ଟିଲ ମେଲ୍‌ଟିଂ ସପ୍‌ରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି।...

ଡିଲିମିଟେସନ ବୈଠକରେ ଯୋଗଦେବ ବିଜେଡି: କଟାକ୍ଷ କଲେ ମନ୍ତ୍ରୀ

ଭୁବନେଶ୍ୱର,୨୧।୩: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନଙ୍କ ନେତୃତ୍ୱରେ ଶନିବାର ଚେନ୍ନାଇରେ ହେବାକୁ ଥିବା ଡିଲିମିଟେସନ ବୈଠକରେ ଯୋଗଦେବ ବିଜେଡି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୈଠକରେ...

ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ଶିଶୁ ବାଟିକା: ଏପ୍ରିଲ ୨ରେ ପ୍ରବେଶ ଉତ୍ସବ

ଝରିଗାଁ,୨୧।୩(କିଶୋର ଚନ୍ଦ୍ର ମଣ୍ଡଳ): ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ଶିଶୁ ବାଲ ବାଟିକା । ଏପ୍ରିଲ ୨ରେ ପ୍ରବେଶ ଉତ୍ସବ ଏବଂ ଖଡି ଛୁଆଁ ।...

ସାଙ୍ଗଙ୍କୁ ଠେଙ୍ଗାରେ ପିଟି ହତ୍ୟା କଲେ ସାଙ୍ଗ

ଖପ୍ରାଖୋଲ,୨୧।୩: ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ଅଧୀନ ପୁଟୁଳାମହୁଲ ଗାଁରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ସାଙ୍ଗଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image