ପୁରୀରେ ପିଲା ନିଖୋଜ ଘଟଣା ବୃଦ୍ଧିପାଉଛି

ପୁରୀ,୫ା୪(ଅଜିତ୍‌ ମହାନ୍ତି):ପୁରୀ ଜିଲାରେ ପିଲା ନିଖୋଜ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଗତ ୬ବର୍ଷ ମଧ୍ୟରେ ୧୫୦ରୁ ଊର୍ଦ୍ଧ୍ୱ ପିଲା ନିଖୋଜ ହୋଇଥିବା ଜଣାପଡ଼ିଛି। ଗତ ୨୦୧୮ରୁ ୨୦୨୪ ମାର୍ଚ୍ଚ ମାସ ମଧ୍ୟରେ ପୁରୀ ସହର ସମେତ ଜିଲାରେ ୧୮ ବର୍ଷରୁ କମ୍‌ ନାବାଳିକା ଓ ନାବାଳକ ନିଖୋଜ ନେଇ ବିଭିନ୍ନ ଥାନାରେ ଅଭିଯୋଗ ରହିଛି। ଏପରିକି ଗତବର୍ଷ ପୁରୀ ସହରରୁ ଜଣେ ଶିଶୁକନ୍ୟା ନିଖୋଜ ହୋଇଥିବା ନେଇ ପୋଲିସକୁ ଅଭିଯୋଗ ମିଳିଥିଲା। ଏହି ଘଟଣା ନେଇ ସେତେବେଳେ ପିଲାଚୋର ଆତଙ୍କ ସୃଷ୍ଟି ହୋଇଥିବାବେଳେ ପୁରୀ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା।ସୂଚନା ଅନୁଯାୟୀ, କଟକ ନିଆଳି ଅଞ୍ଚଳର ସସ୍ମିତା ମଲ୍ଲିକ ଓ ସଞ୍ଜୟ ମଲ୍ଲିକ ପୁରୀ ଚାଲିଆସି ବଳିଆପଣ୍ଡା ଥାନା ଅନ୍ତର୍ଗତ ଲାଇଟହାଉସ୍‌ ବେଳାଭୂମି ନିକଟରେ ରହି ପଇଡ଼ ବେପାର କରୁଥିଲେ। ଗତବର୍ଷ ଜୁଲାଇ ୨୬ ତାରିଖ ସନ୍ଧ୍ୟାରେ ଏହି ବେଳାଭୂମି ନିକଟରେ କେତେଜଣ ଦୁର୍ବୃତ୍ତ ଏକ କାର୍‌ ରଖି ପଇଡ଼ ପିଇବା ସହ ସଞ୍ଜୟ ଓ ସସ୍ମିତାଙ୍କ ଅଲକ୍ଷରେ ତାଙ୍କ ଅଢେଇ ବର୍ଷର ଝିଅ ରାଧାଙ୍କୁ ଅପହରଣ କରିନେଇଥିଲେ। ଏନେଇ ପରିବାର ପକ୍ଷରୁ ବଳିଆପଣ୍ଡା ଥାନାରେ ଅଭିଯୋଗ କରାଯାଇଥିଲା। ପୁରୀରେ ଅଙ୍ଗତସ୍କରୀ ଓ ପିଲାଚୋରି ର଼୍ୟାକେଟ୍‌ ସକ୍ରିୟ ଥିବା ନେଇ ସଞ୍ଜୟ ଆଶଙ୍କା ପ୍ରକଟ କରି ତତ୍କାଳୀନ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଘଟଣାର ଛାନଭିନ୍‌ କରିବାକୁ ଏସ୍‌ପି ନିର୍ଦ୍ଦେଶ ଦେଇଥିଲେ। ତେବେ ଘଟଣାର ପ୍ରାୟ ୯ ମାସ ପରେ ମଧ୍ୟ ପୋଲିସ ରାଧାଙ୍କୁ ଠାବ କିମ୍ବା ଦୁର୍ବୃତ୍ତଙ୍କୁ ଗିରଫ କରିପାରିନଥିଲା। ଅନ୍ୟପକ୍ଷରେ ଜିଲାରେ ଏଭଳି ଘଟଣା ନେଇ ୩୬୩ ଆଇପିସିରେ ଅନେକ ମାମଲା ରୁଜୁ ହୋଇଥିଲା, ଯାହା ପୋଲିସ ପାଇଁ ଚିନ୍ତାର କାରଣ ସାଜିଥିଲା। ତେଣୁ ପିନାକ ମିଶ୍ର ନୂତନ ଏସ୍‌ପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏ ସମ୍ପର୍କିତ ମାମଲା ଉପରେ ଗୁରୁତ୍ୱ ଦେଇଥିଲେ। ଫଳରେ ଗତ ଏକ ମାସ ହେବ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ କରାଯାଇଥିଲା। ନିଖୋଜ ଥିବା ନାବାଳିକା, ନାବାଳକମାନଙ୍କୁ ଟ୍ରେସ୍‌ କରିବା ପାଇଁ ପୋଲିସ ପ୍ରୟାସ ଚଳାଇଥିଲା। ଫଳରେ ୧୪୫ ଜଣ ନାବାଳିକା ଓ ନାବାଳକଙ୍କୁ ବିଭିନ୍ନ ସ୍ଥାନରୁ ଉଦ୍ଧାର କରି ସେମାନଙ୍କ ମାତାପିତା ତଥା ଲିଗାଲ ଗାର୍ଡିଆନମାନଙ୍କୁ ହସ୍ତାନ୍ତର କରାଯାଇଛି। ଉକ୍ତ ପିଲାମାନଙ୍କ ମଧ୍ୟରେ ପିପିଲି ସବ୍‌ଡିଭିଜନ୍‌ର ବିଭିନ୍ନ ଥାନା ଅଞ୍ଚଳରୁ ୩୫, ନିମାପଡ଼ା ଡିଭିଜନରୁ ୫୫, ପୁରୀ ସଦର ଡିଭିଜନରୁ ୨୮ ଏବଂ ପୁରୀ ସହର ଡିଭିଜନରୁ ୨୭ଜଣ ରହିଛନ୍ତି। ଏସ୍‌ପି ମିଶ୍ର କହିଛନ୍ତି, ଏଭଳି ଡ୍ରାଇଭ ଆଗକୁ ମଧ୍ୟ ଜାରି ରହିବ। ଯେତେ ମାଇନର ରିଲେଟେଡ୍‌ କେସ ରହିଛି ତାହାକୁ ପୋଲିସ ଗୁରୁତ୍ୱର ସହ ନେଉଛି। ସେହିପରି ବଳିଆପଣ୍ଡା ଥାନା ଅନ୍ତର୍ଗତ ସମୁଦ୍ରକୂଳ ଅଞ୍ଚଳରୁ ଛୋଟ ଝିଅ ନିଖୋଜ ଘଟଣାର ତଦନ୍ତ ବର୍ତ୍ତମାନ ଜାରି ରହିଛି। ଏ କ୍ଷେତ୍ରରେ କ୍ରାଇମବ୍ରାଞ୍ଚର ସହାୟତା ନିଆଯାଉଛି। ନିଖୋଜ ଛୁଆଙ୍କ ମା’ ବାପା ଯେଉଁମାନଙ୍କ ନାମରେ ଅଭିଯୋଗ ଆଣିଛନ୍ତି, ସେମାନଙ୍କର ଲାଇଭ ଡିଟେକସନ୍‌ କରିବାକୁ ଅନୁମତି ମଗାଯାଇଛି। ସେହିପରି ତାଙ୍କ ମା’ ଅଭିଯୁକ୍ତକୁ ଦେଖିଛନ୍ତି ବୋଲି କହିଛନ୍ତି। ତେଣୁ କୋର୍ଟଙ୍କ ଅନୁମତି ଅଣାଯାଇ ପୋର୍ଟରାଇଟ କରାଯାଇ ସମସ୍ତ ଥାନାକୁ ପଠାଯିବ। ପୋଲିସ ଖୁବଶୀଘ୍ର ନିଖୋଜ ରାଧାଙ୍କୁ ଉଦ୍ଧାର କରିବ ବୋଲି ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ପଥର ଛେଚି ହତ୍ୟା: ମୃତଦେହ ଜବତ

ଦିଗପହଣ୍ଡି,୨୨।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ପାଟପୁର ଥାନା ସାମନ୍ତରାପୁର ଗ୍ରାମର ହୀନ ପାତ୍ରଙ୍କୁ ପଥର ଛେଚି ହତ୍ୟା କରାଯାଇଛି। ଶେରଗଡ଼ ବ୍ଲକ କାଳିଆଘାଇ ଗ୍ରାମ...

ମିଳିତ ମହାମଞ୍ଚ ପକ୍ଷରୁ ବ୍ରାହ୍ମଣୀଗାଁରେ କ୍ରିକେଟ ଟୁର୍ନାମେଣ୍ଟର ଶୁଭାରମ୍ଭ, ପ୍ରଥମ ଦିନରେ ବାଜିମାରିଲା ଏମ୍‌.ଖାତିଗୁଡ଼ା ଦଳ

ଦାରିଙ୍ଗବାଡି,୨୨।୪(ଅରୁଣ ସାହୁ )- କନ୍ଧମାଳ ଜିଲା ବ୍ରାହ୍ମଣୀଗାଁଠାରେ ମିଳିତ ମହାମଞ୍ଚ ପକ୍ଷରୁ କ୍ରିକେଟ ଟୁର୍ନାମେଣ୍ଟର ଶୁଭାରମ୍ଭ ହୋଇଯାଇଛି। ସୋମବାର ମୁଖ୍ୟ ଅତିଥିଭାବେ ଦାରିଙ୍ଗବାଡି ବିଡିଓ ପ୍ରୀତିରଞ୍ଜନ...

ଗୁଣି ଗାରେଡ଼ି ସନ୍ଦେହ: ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ, ଅଟକାଇବାକୁ ଯାଇ IIC ଆହତ

ରାୟଗଡ଼ା/ପଦ୍ମପୁର,୨୨।୪(ଆଶିଷ ରଞ୍ଜନ ପଣ୍ଡା/ପ୍ରଶାନ୍ତ କର)- ରାୟଗଡ଼ା ଜିଲା ପଦ୍ମପୁର ଥାନା ଅଞ୍ଚଳରେ ଗୁଣି ଗାରେଡ଼ି ସନ୍ଦେହରେ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ...

ନବଗ୍ରହ ମନ୍ଦିରରୁ ଚୋରି: ଲକ୍ଷାଧିକ ଟଙ୍କାର ସୁନା ରୂପା ଅଳଙ୍କାର ଲୁଟିନେଲେ…

ସାବରଙ୍ଗ,୨୨।୪(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନରସିଂହପୁର ପଞ୍ଚାୟତର ବାଣପୁର ଗ୍ରାମରେ ଥିବା ନବଗ୍ରହ ମନ୍ଦିରରୁ ସୋମବାର ବିଳମ୍ବିତ ରାତ୍ରିରେ ଚୋରି ହୋଇଛି।...

କନିଷ୍ଠ ଯନ୍ତ୍ରୀଙ୍କୁ ଛାଡୁନି ଚୌକି ମୋହ: ବଦଳି ଆଦେଶକୁ ବେଖାତିର୍‌

ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ବିଭାଗର ସରକାରୀ କାର୍ଯ୍ୟାଳୟରେ ଅନେକ ଅଧିକାରୀ, କର୍ମଚାରୀ ଦୀର୍ଘବର୍ଷ ଧରି ଅବସ୍ଥାପିତ ରହିଛି। ସମ୍ପୃକ୍ତ କାର୍ଯ୍ୟାଳୟରେ ସେମାନଙ୍କ ଚୌକି...

ଆନ୍ଧ୍ର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚି ଗୁହାରି ଜଣାଇଲେ କୋଟିଆ ପଞ୍ଚାୟତର ତିନି ଗ୍ରାମବାସୀ: ଆମକୁ ପରିଚୟ ଦିଅନ୍ତୁ

ପଟ୍ଟାଙ୍ଗୀ,୨୧।୦୪(ଶରତ କୁମାର ଧଳ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ପୁଣି ଦେଖା ଦେଇଛି ସଙ୍ଗିନୀ ପରିସ୍ଥିତି। ସୂଚନା ମୁତାବକ ଉକ୍ତ...

ଫାର୍ମପଣ୍ଡ ଖନନ ନାମରେ ଟଙ୍କା ଆତ୍ମସାତ୍‌ ଘଟଣା: ତଦନ୍ତର ୨ମାସ ବିତିଲା, କାର୍ଯ୍ୟାନୁଷ୍ଠାନ ଶୂନ

ନୂଆପଡ଼ା,୨୧ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ୍‌ ଠିକପାଲି ପଞ୍ଚାୟତ ବାବୁପାଲି ଗାଁରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଫାର୍ମପଣ୍ଡ (ଚହଲା) ଖନନ କରାଯାଇଛି। ସେଥିରୁ ଗୋଟିଏ ଚହଲାକୁ...

ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପିନେବାକୁ ଉଦ୍ୟମ ଧରାପଡ଼ିବା ଭୟରେ ବୋମା ପକାଇଲେ: ୫ ଗିରଫ

ଭବାନୀପାଟଣା,୨୧ା୪(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ସୋମବାର ଦିନ ଦ୍ବିପ୍ରହରରେ ଲୁଟ୍‌ ଉଦ୍ୟମ ହୋଇଛି। ପୂର୍ବାହ୍ନ ୧୦ଟା ୧୦ରେ ବାହାଦୁର ବଗିଚାପଡାର ଶରତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image