Categories: ବାଣିଜ୍ୟ

ଫ୍ଲିପ୍‌କାର୍ଟର ‘କ୍ୟାସ ଅନ୍‌ ଡେଲିଭରି’ ହେଲା ମହଙ୍ଗା; ଏବେ ଗଣିବାକୁ ହେବ ଏତିକି ଟଙ୍କା…

ନୂଆଦିଲ୍ଲୀ,୧।୧୧: ଲୋକପ୍ରିୟ ଶପିଂ ପ୍ଲାଟ୍‌ଫର୍ମ ‘ଫ୍ଲିପକାର୍ଟ’ ଏହାର ‘କ୍ୟାସ୍‌ ଅନ୍‌ ଡେଲିଭରି’ ବିକଳ୍ପ ପାଇଁ ହ୍ୟାଣ୍ଡଲିଂ ଚାର୍ଜ ଯୋଡିବା ଆରମ୍ଭ କରିଛି। ବର୍ତ୍ତମାନ କୌଣସି ଉପଭୋକ୍ତା ଏହି ପେମେଣ୍ଟ ବିକଳ୍ପ ଚୟନ କଲେ ଇ-କମର୍ସ ୱେବ୍‌ସାଇଟ ତାଙ୍କଠାରୁ ୫ ଟଙ୍କା ଅଧିକ ଚାର୍ଜ ନେବ।

ଫ୍ଲିପକାର୍ଟ ମୋବାଇଲ ଆପ୍‌ ଏବଂ ୱେବ୍‌ସାଇଟ୍‌ ଅନୁଯାୟୀ, ଇ-କମର୍ସ ପ୍ଲାଟଫର୍ମରେ ଡେଲିଭରି ବିକଳ୍ପ ଉପରେ କ୍ୟାସ୍‌ ଅନ୍‌ ଡେଲିଭରି ବିକଳ୍ପ ଚୟନ ପାଇଁ ଉପଭୋକ୍ତାଙ୍କୁ ବର୍ତ୍ତମାନ ଅତିରିକ୍ତ ଦେୟ ଦେବାକୁ ପଡିବ। ଅନ୍ୟ ଅର୍ଥରେ, ଉପଭୋକ୍ତାମାନେ ଯଦି ଅନ୍‌ଲାଇନରେ ଦେୟ ନଦେବାକୁ ପସନ୍ଦ କରନ୍ତି ତେବେ ସେମାନଙ୍କୁ ଅଳ୍ପ ଚାର୍ଜ ଦେବାକୁ ପଡିବ।

ତେବେ ଫ୍ଲିପକାର୍ଟ ଉପଭୋକ୍ତାମାନେ ଅନଲାଇନ୍‌ ହେଉ ଅବା କ୍ୟାସ ଅନ୍‌ ଡେଲିଭରିରେ ଅର୍ଡର କଲେ, ଏକ ନିର୍ଦ୍ଦିଷ୍ଟ ମୂଲ୍ୟରେ ଆଇଟମ୍‌ଗୁଡିକ ଉପରେ ଏକ ବିତରଣ ଦେୟ ଦେଇଥାନ୍ତି। ଉଦାହରଣସ୍ବର ଯଦି ଏକ ଅର୍ଡରର ମୂଲ୍ୟ ୫୦୦ ଟଙ୍କାରୁ କମ ଏବଂ ଏହା ଫ୍ଲିପକାର୍ଟ ପ୍ଲସରେ ତାଲିକାଭୁକ୍ତ ହୋଇଛି, ତେବେ ୪୦ ଟଙ୍କା ବିତରଣ ଚାର୍ଜ ଯୋଡାଯାଏ। ଅଫର୍‌ ବେଳେ ୫୦୦ରୁ ଅଧିକ ଅର୍ଡର ପାଇଁ କୌଣସି ସିପିଂ ଦେୟ ନାହିଁ। ଏହାଛଡ଼ା ଫ୍ଲିପକାର୍ଟ ପ୍ଲସ ଗ୍ରାହକଙ୍କ ପାଖରେ ବିତରଣ ମୂଲ୍ୟ ନ ଦେଇ ଶପିଂ କରିବାର ବିକଳ୍ପ ଅଛି। ହେଲେ ଏବେ ସମସ୍ତ କ୍ରେତାଙ୍କୁ ବିତରଣ ବିକଳ୍ପ ଉପରେ ‘କ୍ୟାସ୍‌ ଅନ୍‌ ଡେଲିଭରି’ ଚୟନ କରିବାକୁ ଅତିରିକ୍ତ ଚାର୍ଜ ଦେବାକୁ ପଡିବ ଏବଂ ଏହା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ରଖାଯାଇଛି।

Share