ହାଇଦ୍ରାବାଦ, ୧୦।୫: ଆନ୍ଧ୍ରପ୍ରଦେଶର ଏନ୍ଟିଆର ଜିଲାର ଏକ ଚେକ୍ପୋଷ୍ଟରେ ଗୁରୁବାର ଗୋଟିଏ ଟ୍ରକରୁ ନଗଦ ୮ କୋଟି ଟଙ୍କା ଜବତ କରାଯାଇଛି। ଏହି ମାମଲାରେ ପୋଲିସ ୨ ଜଣଙ୍କୁ ଅଟକ ରଖିଛି। ଗୁରୁବାର ସକାଳୁ ଏକ ପାଇପ୍ ବୋଝେଇ ଟ୍ରକ୍ ଯାଉଥିବାବେଳେ ଗରିକାପାଡ଼ୁ ଚେକ୍ପୋଷ୍ଟରେ ପୋଲିସ ଏହାକୁ ଅଟକାଇ ତଲାସି କରିଥିଲା। ଟ୍ରକର ଗୁପ୍ତ କ୍ୟାବିନରେ ୮ କୋଟି ଟଙ୍କା ଲୁଚାଇ ନିଆଯାଉଥିବାବେଳେ ଏହା ଚେକିଂ ବେଳେ ଧରା ପଡ଼ିଥିଲା। ଏହି ଟଙ୍କା ଟ୍ରକ୍ ଯୋଗେ ହାଇଦ୍ରାବାଦରୁ ଗୁଣ୍ଠୁର ନିଆଯାଉଥିବା ସ୍ଥାନୀୟ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ନଗଦ ଟଙ୍କା ଜିଲା ତଦନ୍ତକାରୀ ଦଳକୁ ଖୁବ୍ଶୀଘ୍ର ହସ୍ତାନ୍ତର କରାଯିବ ଏବଂ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଆସନ୍ତା ୧୩ରେ ଆନ୍ଧ୍ରପ୍ରଦେଶର ସମସ୍ତ ୨୫ ଲୋକ ସଭା ଓ ୧୭୫ ବିଧର୍ତ୍ତସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ।