Categories: ଜାତୀୟ

ଦେଶରେ କରାଯାଉ ଜାତି ଭିତ୍ତିକ ଜନଗଣନା: ମୋଦିଙ୍କୁ ଚିଠି ଲେଖିଲେ ମଲ୍ଲକାର୍ଜୁନ…

ନୂଆଦିଲ୍ଲୀ,୧୭।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏକ ସ୍ବତନ୍ତ୍ର ଦାବି କରିଛନ୍ତି। ସେ ସାରା ଦେଶରେ ଜାତି ଭିତ୍ତିକ ଜନଗଣନା କରିବା ପାଇଁ ଦାବି କରିଛନ୍ତି। ଖାର୍ଗେ ପ୍ରଧାନମନ୍ତ୍ରୀ ଙ୍କୁ ଏକ ଚିଠି ଲେଖିଛନ୍ତି ଯେ ୨୦୨୧ ମସିହାରେ ନିୟମିତ ଦଶକ ଜନଗଣନା କରାଯିବାର ଥିଲା କିନ୍ତୁ ତାହା କରାଯାଇ ନାହିଁ।

ଏହା ତୁରନ୍ତ କରାଯାଉ ଏବଂ ଏକ ବିସ୍ତୃତ ଜାତି ଭିତ୍ତିକ ଜନଗଣନା ଏହାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେବା ପାଇଁ ଆମେ ଦାବି କରୁଛୁ। ଜାତି ଭିତ୍ତିକ ଜନଗଣନାର ଅନୁପସ୍ଥିତିରେ ସାମାଜିକ ନ୍ୟାୟ କାର୍ଯ୍ୟକ୍ରମ ପାଇଁ ତଥ୍ୟ ଅସମ୍ପୂର୍ଣ୍ଣ ବୋଲି ମୁଁ ଆଶଙ୍କା କରୁଛି।

ଜୟରାମ ରମେଶ ମଧ୍ୟ ଏହି ଚିଠିକୁ ନେଇ ଟୁଇଟ କରିଛନ୍ତି। ସେ ଲେଖିଛନ୍ତି ଜନସଂଖ୍ୟା ଯେତେ ଅଧିକ ହେବ ସେତେ ଅଧିକ ଅଧିକାର। ଜାତି ଭିତ୍ତିକ ଜନଗଣନାସାମାଜିକ ନ୍ୟାୟ ଏବଂ ସଶକ୍ତିକରଣକୁ ଦୃଢ଼ କରିବ ବୋଲି ରମେଶ କହିଛନ୍ତି।

 

Share