ପାଟନା,୪।୫: ଜାତୀୟ ଜନଗଣନା ଉପରେ ରୋକ ଲଗାଇବାକୁ ନେଇ ଦାୟର କରାଯାଇଥିବା ଆବେଦନ ଉପରେ ଗୁରୁବାର ପାଟନା ହାଇକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି। ବିହାର ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ଆଦେଶରେ କୁହାଯାଇଥିଲା କି ୩ ଦିନରେ ଶୁଣାଣି କରି ପାଟନା ହାଇକୋର୍ଟ ଏହି ମାମଲାର ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦିଅନ୍ତୁ। ବିହାର ସରକାରଙ୍କ ପକ୍ଷରୁ ମହାଧିବକ୍ତା ପିକେ ଶାହି ପାଟନା ହାଇକୋର୍ଟରେ ତାଙ୍କ ଦଲିଲ ରଖିଥିଲେ। ଏବେ କୋର୍ଟଙ୍କ ଏହି ରାୟ ନୀତୀଶ ସରକାରଙ୍କୁ ବଡ ଝଟକା ଦେଇଛି।
ପାଟନା ହାଇକୋର୍ଟ କହିଛନ୍ତି ପରବର୍ତ୍ତି ଶୁଣାଣି ଜୁଲାଇ ୩ରେ ହେବ। ଏବେ ପର୍ଯ୍ୟନ୍ତ କୌଣସି ଡାଟା ସାମ୍ନକୁ ଆସିବ ନାହିଁ। ଆବେଦନକାରୀଙ୍କ ଓକିଲ ଏକ ଘରୋଇ ଚ୍ୟାନେଲକୁ ଏହି ସୂଚନା ଦେଇଛନ୍ତି। କୁହାଯାଉଛି କି କୋର୍ଟ କହୁଛନ୍ତି, ୩ ଜୁଲାଇକୁ ଏହି ମାମଲାର ଶୁଣାଣି ସମ୍ପୂର୍ଣ୍ଣ ଭାବେ କରାଯିବ। ସୂଚନାଯୋଗ୍ୟ, କୋର୍ଟଙ୍କ ଏହି ରାୟ ଆସିବା ପରେ ନୀତୀଶ ସରକାରଙ୍କୁ କେଉଁଠି ନା କେଉଁଠି ବଡ ଝଟକା ଲାଗିଥିବ।