Categories: ଜାତୀୟ

ଜାତିଗତ ଜନଗଣନା ଏକ ନିର୍ବାଚନୀ ରାଜନୀତି, ଦେଶର କରିବ ବିଭାଜନ: ଅନୀଲ ବିଜ୍‌…

ଚଣ୍ଡିଗଡ଼,୭।୧୦ : ଜାତିଗତ ଜନଗଣନା ନେଇ ଭାଜପା ନେତା ତଥା ହରିୟାଣା ଗୃହମନ୍ତ୍ରୀ ଅନୀଲ ବିଜ୍‌ ବିରୋଧୀ ଦଳଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଜାତିଗତ ଜନ ଗଣନା ଦେଶକୁ ଏକଜୁଟ କରିବା ପରିବର୍ତ୍ତେ ଦେଶକୁ ବିଭାଜନ କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର। ଆମେ ସମସ୍ତେ ଏକ, ଆମେ ସମସ୍ତେ ଭାରତୀୟ। ଜାତିଗତ ଜନଗଣନାର ପ୍ରାମାଣିକତା କ’ଣ?

ଏହାର ଅର୍ଥ ହେଉଛି ନିଜ ଇଚ୍ଛାନୁସାରେ ସେହି ଜାତିରେ କାହାକୁ ରଖିବା ପାଇଁ ସରକାରଙ୍କ ହାତରେ ରେଜିଷ୍ଟର ଅଛି।

ଜନଗଣନାରେ ଅନ୍ତର୍ଭୁକ୍ତ ହେବା ପରେ ଲୋକମାନେ କେବଳ ଲାଭ ପାଇବେ କି? ଏହା ହେଉଛି ଏକ ନିର୍ବାଚନୀ ରାଜନୀତି। ଏହା ପୂର୍ବରୁ ମଧ୍ୟ ମଣ୍ଡଳ କମିଶନ ଗଠନ କରାଯାଇଥିଲା।

Share