Categories: ଜାତୀୟ

ବିହାରରେ ହେବ ଜାତି ଭିତ୍ତିକ ଜନଗଣନା

ପାଟନା,୧।୬: ବିହାରରେ ଜାତି ଭିତ୍ତିକ ଜନଗଣନା କରାଯିବ। ସର୍ବଦଳୀୟ ବୈଠକରେ ଜାତି ଭିତ୍ତିକ ଜନଗଣନା କରିବା ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ଅନୁମୋଦନ କରାଯାଇଛି। କ୍ୟାବିନେଟ୍‌ ନିଷ୍ପତ୍ତି ହେବା ପରେ ଜନଗଣନା ଶୀଘ୍ର କରାଯିବ। ଏଥିପାଇଁ ପାଣ୍ଠି ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହାର ନାମ ଜାତି ଭିତ୍ତିକ ଜନଗଣନା ହେବ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଅନୁଯାୟୀ, ଜନଗଣନା ପାଇଁ କାର୍ଯ୍ୟ ଜାରି ରହିବ ଏବଂ ସମସ୍ତ ପକ୍ଷଙ୍କୁ ସୂଚନା ପଠାଯିବ। ଖୁବ ଶୀଘ୍ର ଏ ସମ୍ପର୍କରେ କ୍ୟାବିନେଟରୁ ନିଷ୍ପତ୍ତି ନିଆଯିବ। ଜାତୀୟ ସ୍ତରର ଜନଗଣନା ସମ୍ପର୍କରେ ଆମେ ନଅ ମାସ ପୂର୍ବେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଯାଇଥିଲୁ, କିନ୍ତୁ ଯେତେବେଳେ ଏହା ରାଜ୍ୟ ସ୍ତରକୁ ଆସିଲା, ଆମେ ଆଜି ବସିଛୁ। ଜାତି ଭିତ୍ତିକ ଜନଗଣନା କରିବାକୁ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି।

Share