ଜମିପଟ୍ଟା ନ ଥିଲେ ମିଳୁନି ଜାତି ପ୍ରମାଣପତ୍ର

ସମ୍ବଲପୁର,୧୯।୫(ଭବାନୀ ଶଙ୍କର ଭୋଇ)ଶିକ୍ଷା କ୍ଷେତ୍ରରେ ମିଳୁଥିବା ବିଭିନ୍ନ ସରକାରୀ ସୁବିଧା ପାଇବା ପାଇଁ ଅନୁସୂଚିତ ଜାତି ଏବଂ ଜନଜାତ ଛାତ୍ରୀଛାତ୍ରଙ୍କ ପାଇଁ ଜାତି ପ୍ରମାଣ ପତ୍ରର ଆବଶ୍ୟକତା ପଡିଥାଏ। ଯାହାକୁ ନିର୍ଦ୍ଧାରିତ ପ୍ରକ୍ରିୟାରେ ଆବେଦନ କରିବା ପରେ ସ୍ଥାନୀୟ ତହସିଲଦାର ପ୍ରଦାନ କରିଥାନ୍ତି। ହେଲେ ସମ୍ବଲପୁର ତହସିଲ ଅଫିସରେ ଅନୁସୂଚିତ ଜାତି ଏବଂ ଜନଜାତି ଛାତ୍ରୀଛାତ୍ରମାନେ ଜାତି ପ୍ରମାଣପତ୍ର ପାଇବାକୁ ନାକେଦମ ହେଉଛନ୍ତି। ଜମିପଟ୍ଟା ନ ଥିବା ପରିବାରର ପିଲାମାନେ ଜାତି ପ୍ରମାଣପତ୍ର ପାଇବାରୁ ବଞ୍ଚିତ ହେଉଛନ୍ତି। ଏଭଳି ଅନେକ ଅଭିଯୋଗ ସମାନାକୁ ଆସୁଛି।
ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ୧୭୦ରୁ ଅଧିକ ବସ୍ତି ରହଛି। ସେଥି ମଧ୍ୟରୁ ଅଧିକାଂଶ ସରକାରୀ ଜମିରେ ରହିଛି। ସେଠାରେ ଲକ୍ଷାଧିକ ଲୋକ ବସବାସ କରୁଥିବା ବେଳେ ଅଧିକାଂଶ ଜନଜାତି ଏବଂ ଅନୁସୂଚିତ ଜାତିର। ତେବେ ସେମାନେ ସମ୍ବଲପୁର ତହସିଲଦାରଙ୍କଠାରେ ନିଜ ଝିଅପୁଅଙ୍କ ଶିକ୍ଷା ପାଇଁ ଜାତି ପ୍ରମାଣପତ୍ର ଆବେଦନ କରିବା ସମୟରେ ସ୍ଥାନୀୟ ବାସିନ୍ଦା ଏବଂ ଆଙ୍ଗନବାଡି କର୍ମୀଙ୍କ ଦସ୍ତଖତ ଏବଂ ସତ୍ୟପାଠ ଦାଖଲ କରି ଆବେଦନ କରୁଥିଲେ। ତେବେ ତାହା ଗ୍ରହଣୀୟ ହେଉ ନ ଥିବା ଅଭିଯୋଗ ହୋଇଛି। ଏପରିକି ଜନସେବା କେନ୍ଦ୍ରଗୁଡିକ ମଧ୍ୟ ଆବେଦନ ସମୟରେ ଜମିପଟ୍ଟା ନଦେଲେ ଜାତି ପ୍ରମାଣପତ୍ର ମିଳିବ ନାହିଁ ବୋଲି କହି ଆବେଦନକାରୀଙ୍କୁ ଫେରାଇ ଦେଉଛନ୍ତି। ନିଜେ ସିଧାସଳଖ ଅନ୍‌ଲାଇନ ଆବେଦନ କରିବାରେ ଅସମର୍ଥ ଗରିବ ପରିବାରଗୁଡିକ ଆଇନଜୀବୀଙ୍କ ସହଯୋଗ ନେଇ ପଞ୍ଚନାମା ସହ କରିଥିବା ଆବେଦନ ଗ୍ରହଣୀୟ ନହେବା ଯୋଗୁଁ ଆହୁରି ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। କିଛିଦିନ ପୂର୍ବରୁ ଚାରଭାଟି ଅଞ୍ଚଳର ରିକିତା ଓରାମ ନାମକ ପିଲାର ସ୍କୁଲରେ ନାମଲେଖା ପାଇଁ ତାଙ୍କ ମା’ ଜାତି ପ୍ରମାଣପତ୍ର ଆବେଦନ କରିଥିଲେ। ହେଲେ ସମ୍ବଲପୁରରେ ତାଙ୍କର ନିଜସ୍ବ ଜମି ନ ଥିବା କାରଣରୁ ଜମିପଟ୍ଟା ଦେଇ ପାରଲେ ନାହିଁ। ଏଥିରେ ତାଙ୍କର ଜାତି ପ୍ରମାଣପତ୍ର ଆବେଦନ ଖାରଜ ହୋଇଯାଇଥିଲା। ଏହା ଏକ ଉଦାହରଣ ମାତ୍ର ନିୟମିତ ଏଭଳି ଆବେଦନ ସମ୍ବଲପୁରରେ ଖରଜ ହେଉଥିବା ଦେଖିବାକୁ ମିଳୁୁଛି। ଏନେଇ ଆଇନଜୀବୀ ଶେଷଦେବ ମିଶ୍ର କୁହନ୍ତି, ଆଗରୁ ପଞ୍ଚନାମା ଜରିଆରେ ଆବେଦନ କଲେ ସ୍ଥାନୀୟ ରାଜସ୍ବ ଅଧିକାରୀ ତଦନ୍ତ କରି ରିପୋର୍ଟ ଦେବାପରେ ଜାତି ପ୍ରମାଣପତ୍ର ମିଳିପାରୁଥିଲା। ହେଲେ ବିଗତ କିଛି ମାସ ହେବ ତହସିଲଦାର ଏଭଳି ଆବେଦନଗୁଡିକ ଖାରଜ କରି ଦେବା ଦ୍ୱାରା ବହୁ ଛାତ୍ରୀଛାତ୍ର ଜାତି ପ୍ରମାଣପତ୍ର ପାଇବାରୁ ବଞ୍ଚିତ ହେଉଛନ୍ତି। ଏନେଇ ତହସିଲଦାର ମନୋଜ ପ୍ରଭାକର କୁଜୁରଙ୍କୁ ପଚାରିବାରୁ କହିଛନ୍ତି, ଯେହେତୁ ସମ୍ବଲପୁରକୁ ବିଭିନ୍ନ ଅଞ୍ଚଳରୁ ଲୋକେ ଆସି ରହୁଛନ୍ତି ସେମାନଙ୍କ ପ୍ରକୃତ ଜାତି କ’ଣ ସ୍ଥାନୀୟ ଲୋକେ ଜାଣିନଥାନ୍ତି। ତେଣୁ ସେମାନଙ୍କର ଯଦି ସମ୍ବଲପୁରରେ ସ୍ଥାୟୀ ପଟା ନାହିଁ ତେବେ ଯେଉଁଠାରୁ ଆସିଛନ୍ତି ସେଠାରେ ଜାତି ପ୍ରମାଣପତ୍ର ଆବେଦନ କରନ୍ତୁ ବୋଲି କହିଥିଲେ। ତେବେ ସମ୍ବଲପୁରରେ ରହୁଥିବା ଜନଜାତି ଏବଂ ଅନୁସୁଚିତ ଜାତିର ଛାତ୍ରୀଛାତ୍ର କିଭଳି ଜାତି ପ୍ରମାଣପତ୍ର ସହଜରେ ପାଇପାରିବେ ତାର ବିକଳ୍ପ ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri