ଇଷ୍ଟ ଇଣ୍ଡିଆ କମ୍ପାନୀ ଭଳି ଆମେରିକାରେ ହିନ୍ଦୁଙ୍କ ବିଭାଜନ, ପ୍ରବାସୀ ଭାରତୀୟ ନାରାଜ

ଓ୍ବାଶିଂଟନ,୨୨।୭: ଆମେରିକାର କାଲିଫର୍ନିଆରେ ଉଚ୍ଚ ସଦନ(ସିନେଟ)ରେ ରାଜ୍ୟର ୧୦ମ ଜିଲାର ପ୍ରଥମ ମୁସଲମାନ ପ୍ରତିନିଧି ଆୟଶା ବହାବ ଜାତିଗତ ଭେଦଭାବ ବିଲ ଉପସ୍ଥାପନ କରିଛନ୍ତି। ଏହା ଜାତି ଭେଦଭାବ ଉପରେ ପ୍ରତିବନ୍ଧକ ଲଗାଇବା ସପକ୍ଷରେ ଅଛି। ଆମେରିକୀୟ ହିନ୍ଦୁ ସମାଜ ଏହାକୁ ବିରୋଧ କରୁଛି। କିନ୍ତୁ ସେ ଏହାକୁ ଭାରତୀୟ-ଆମେରିକୀୟଙ୍କ ବିରୋଧରେ ଅସ୍ତ୍ର ବୋଲି କହିଛନ୍ତି।

ଫ୍ରେମଣ୍ଟରେ ଥିବା କାଷ୍ଟକୋନ ସମ୍ମିଳନୀରେ ଭାରତୀୟ-ଆମେରିକୀୟମାନେ ଏହି ବିଲକୁ ବିରୋଧ କରିବା ପାଇଁ ଉଦବେଗ ପ୍ରକାଶ କରିଥିଲେ ଯେ ଯେଉଁଭଳି ଭାବେ ଇଷ୍ଟ ଇଣ୍ଡିଆ କମ୍ପାନୀ ଯୁଗରେ ବ୍ରିଟିଶମାନେ ଭାରତୀୟ ସମାଜରେ ଜାତିର ବିଭାଜନର ଲାଭ ଉଠାଇଥିଲେ, ଠିକ ସେହିପରି ଭାବେ କାଲିଫର୍ନିଆରେ ରାଜନେଅତିକ ଲାଭ ପାଇଁ ଏହା ଲାଗୁ କରାଯାଉଛି। ଯେଉଁମାନେ ସେମାନଙ୍କର ଇତିହାସ ଜାଣନ୍ତି ନାହିଁ ଏବଂ ଭବିଷ୍ୟତ ପିଢି ପାଇଁ ଏହା ଏକତା ପରିବର୍ତ୍ତେ ସମାଜରେ ପୋଲାରାଇଜେସନ ବୃଦ୍ଧି କରିବ ବୋଲି ଆୟୋଜକମାନେ କହିଛନ୍ତି। ଏହା ପ୍ରଦେଶର ହିନ୍ଦୁ-ଆମେରିକୀୟମାନଙ୍କ ପାଇଁ ଭେଦଭାବ ଆଣିବ ବୋଲି ବକ୍ତାମାନେ କହିଛନ୍ତି।

Share