Categories: ଜାତୀୟ

ଗାଡ଼ିରେ ଲେଖା ହେବନି ଜାତି ସୂଚକ ଶବ୍ଦ, ନୋଏଡା ଟ୍ରାଫିକ ପୋଲିସର କଡ଼ା ପଦକ୍ଷେପ…

ଲକ୍ଷ୍ନୌ,୨୨।୮ : ଯେଉଁମାନେ ଉତ୍ତରପ୍ରଦେଶର ଯାନବାହାନରେ ଜାତି ଓ ଧର୍ମ ସୂଚକ ଶବ୍ଦ ଲେଖୁଛନ୍ତି, ସେମାନେ ଏବେ ଆଉ ସୁରକ୍ଷିତ ନୁହଁନ୍ତି। ଏଭଳି ଗାଡି ବିରୋଧରେ ନୋଏଡା ଟ୍ରାଫିକ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏଭଳି ଗାଡି ବିରୋଧରେ ଟ୍ରାଫିକ ପୋଲିସ ଅଭିଯାନ ଆରମ୍ଭ କରିଛି। ନୋଏଡାର ବ୍ୟସ୍ତବହୁଳ ଛକ ଭାବେ ବିବେଚନା କରାଯାଉଥିବା ସେକ୍ଟର ୩୭ ଛକରେ ଟ୍ରାଫିକ ପୋଲିସ ମଙ୍ଗଳବାର ଏକ ଯାଞ୍ଚ କାର୍ଯ୍ୟ କରିଥିଲା। ଜାତିଗତ ସୂଚନା ଏବଂ ଧର୍ମକୁ ଦର୍ଶାଉଥିବା ଶବ୍ଦ ଥିବା ଯାନଗୁଡିକ ଅଟକ ରଖାଯାଇଥିଲା। କଳା କାଚଥିବା ଗାଡ଼ିକୁ ମଧ୍ୟ ଅଟକ ରଖାଯାଇ ଚାଲାଣ କଟା ଯାଇଥିଲା। ଜାତିସୂଚକ ଶବ୍ଦ ଦେଖାଯାଉଥିବା ଶହ ଶହ ଯାନକୁ ପୋଲିସ ଅଟକାଇଥିଲା।

ଉତ୍ତରପ୍ରଦେଶର ସିଏମ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ପରେ ଏପରି ଯାନ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆରମ୍ଭ ହୋଇଛି।
ଟ୍ରାଫିକ ପୋଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ରାସ୍ତାରେ ଯାଉଥିବା ଏଭଳି ଗାଡି ଗୁଡ଼ିକୁ ଅଟକ ରଖାଯାଉଛି। ଲୋକଙ୍କୁ ଯାନରେ ନିର୍ଦ୍ଦିଷ୍ଟ ଜାତି ସୂଚନ ଶବ୍ଦ ବ୍ୟବହାର ନ କରିବା ପାଇଁ ଏକ ସଚେତନତା ଅଭିଯାନ ମଧ୍ୟ ଚାଲିଛି ।

ଏସିପି ଟ୍ରାଫିକ ଅନୁଯାୟୀ, ପ୍ରଥମ ଥର ପାଇଁ ଜାତି ଓ ଧର୍ମକୁ ସୂଚୀତ ଶବ୍ଦ ସହିତ ଏକ ଗାଡି ଧରିବା ପାଇଁ ୧୦୦୦ ଟଙ୍କାର ଚାଲାଣ କଟା ଯାଉଛି। ଅନ୍ୟପକ୍ଷରେ, ଦ୍ୱିତୀୟ ଥର ଗାଡି ଧରାଯିବା ପାଇଁ ୨୦୦୦ ଟଙ୍କା ମୂଲ୍ୟର ଏକ ଚାଲାଣ କଟା ଯାଉଛି। ଯଦି ଏହା ତୃତୀୟ ଥର ପାଇଁ ଘଟେ, ତେବେ ଗାଡି ଜବତ ହେବ ବୋଲି ସେ କହିଛନ୍ତି। ସେହିଭଳି କଳା କାଚ ଥିବା ଗାଡ଼ି ପାଇଁ ପ୍ରଥମ ଥର ଧରାହେବା କ୍ଷେତ୍ରରେ ୨୫୦୦ଟଙ୍କାର ଚାଲାଣ କଟାଯାଉଥ୍‌ତ୍ବାବେଳେ ଦ୍ୱିତୀୟ ଥର ଧରାଯାଇଥିବା ଗାଡ଼ି କ୍ଷେତ୍ରରେ ୫୦୦୦ ଟଙ୍କା ଜରିମାନା କରାଯାଉଛି।

Share