ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକଙ୍କ ନାଁରେ କାଷ୍ଟିଂ କାଉଚ୍‌ ଅଭିଯୋଗ ଆଣିଲେ ପ୍ରକୃତି ମିଶ୍ର

ଭୁବନେଶ୍ୱର,୯ା୬(ବ୍ୟୁରୋ): ଓଲିଉଡ୍‌ରେ ପୁଣିଥରେ କାଷ୍ଟିଂ କାଉଚ୍‌ ଅଭିଯୋଗ ଆସିଛି। ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକଙ୍କ ନାମରେ ବିବାଦୀୟ ଅଭିନେତ୍ରୀ ପ୍ରକୃତି ମିଶ୍ର କାଷ୍ଟିଂ କାଉଚ୍‌ ଅଭିଯୋଗ ଆଣିଛନ୍ତି। ଫିଲ୍ମରେ କାମ ଦେବାର ପ୍ରଲୋଭନ ଦେଖାଇ ଅନେକ ନବାଗତାମାନଙ୍କୁ ଟୁଟୁ ନାୟକ ଶୋଷଣ କରିଥିବା ପ୍ରକୃତି ଅଭିଯୋଗ କରିଛନ୍ତି ।

ଶୁକ୍ରବାର ଗଣମାଧ୍ୟମ ସମ୍ମୁଖରେ ଟୁଟୁ ନାୟକଙ୍କୁ ସିଧାସଳଖ ଟାର୍ଗେଟ କରି ପ୍ରକୃତି କହିଛନ୍ତି ନବାଗତାମାନଙ୍କୁ ଫିଲ୍ମରେ ଅଭିନୟ କରିବାର ପ୍ରଲୋଭନ ଦେଖାଇ ଶୋଷଣ କରିଛନ୍ତି।

ଅନ୍ୟପକ୍ଷରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଟୁଟୁ ନାୟକ କହିଛନ୍ତି, ସେ ନିଜେ କ’ଣ ତାହା ଓଡ଼ିଶାବାସୀ ଭଲ ଭାବେ ଜାଣନ୍ତି। ପ୍ରକୃତି ମିଶ୍ର କ’ଣ ସେ କଥା ବି ଓଡ଼ିଶାବାସୀ ଦେଖିଛନ୍ତି। ବାବୁସାନଙ୍କ କେସ୍‌ରେ ମୁଁ ମନ୍ତବ୍ୟ ଦେଇଥିବାରୁ ପ୍ରକୃତି ମୋ’ ନାଁରେ ଏପରି ଅଭିଯୋଗ ଆଣିଛନ୍ତି। ଦରକାର ପଡ଼ିଲେ ସେ କୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

Share