ଉଡ଼ନ୍ତା ବିମାନରେ ପାଇଲଟଙ୍କୁ ଆକ୍ରମଣ କଲା ବିଲେଇ, ପରେ ଘଟିଲା ଏମିତି…

ଖାର୍ତୁମ,୪।୩: ସୁଡାନର ଏକ ଯାତ୍ରୀବାହୀ ବିମାନକୁ ଅଜବ କାରଣ ପାଇଁ ଜରୁରୀ ଅବତରଣ କରାଯାଇଛି। ଏହି ବିମାନର କକ୍‌ପିଟ୍‌ରେ ଏକ ବିଲେଇ ପଶି ଆସି ପାଇଲଟଙ୍କୁ ହଇରାଣ କରିଥିଲା।

ସୂଚନାନୁଯାୟୀ, ଟାର୍କୋ ଏବିକେଶନ କେ ବିମାନ (3T-234) ସୁଡାନର ରାଜଧାନୀ ଖାର୍ତୁମରୁ ଦୋହାକୁ ଯାଉଥିଲା। ଉଡ଼ାଣର ଅଧଘଣ୍ଟା ମଧ୍ୟରେ ଏହି ଘଟଣା ଘଟିଥିଲା। ଏହା ପରେ ବିମାନକୁ ଖାର୍ତୁମ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା। ଯାଞ୍ଚ କରିବାରୁ ଜଣାପଡ଼ିଥିଲା ବିମାନଟି ଯେତେବେଳେ ହ୍ୟାଙ୍ଗରରେ ସଫା କରିବା ପାଇଁ ଛିଡ଼ା ହୋଇଥିଲା ବିଲେଇଟି ବିମାନରେ ଚଢ଼ି ଯାଇଥିଲା। ଏହା କୌଣସି ଯାତ୍ରୀଙ୍କ ବ୍ୟାଗ୍‌ରୁ ବାହାରି ଆସିଥିବା ଜଣାପଡ଼ିଥିଲା। ବିଲେଇଟି ଲୋକଙ୍କୁ ଦେଖି ଆକ୍ରମଣାତ୍ମକ ହୋଇ ପାଇଲଟଙ୍କୁ ଆକ୍ରମଣ କରିଥିଲା। ଫଳରେ ବାଧ୍ୟ ହୋଇ ପାଇଲଟ ଖାର୍ତୁମ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ବିମାନକୁ ଜରୁରୀ ଅବତରଣ ପାଇଁ ନିଷ୍ପତ୍ତି ନେଇଥିଲେ।
ସେହିପରି ମାସକ ତଳେ ଗୋଟିଏ ବିଲେଇ ଯୋଗୁ ଇସ୍ରାଇଲ ଏୟାରଲାଇନ୍ସ କମ୍ପାନୀ EL AL ବିମାନର ଅଜବ ସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା।

Share