Categories: ଫୁରସତ

ବିଲେଇ ନା ବ୍ୟାଙ୍କ କ୍ୟାସିଅର! ଏମିତି ଟଙ୍କା ଗଣୁଛି ଯେ ଭିଡିଓ ଦେଖିଲେ…

ଆଜିର ଅତ୍ୟାଧୁନିକ ଯୁଗରେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ସଂଖ୍ୟା ଅଧିକ। ଏଥିପାଇଁ ତ କିଛି ବି ଅଜବ ଘଟଣା କେଇଁ ମୂହୁର୍ତ୍ତରେ ଭାଇରାଲ ହୋଇଯାଏ। ସେଥିରୁ କିଛି ମଜାଦାର ହୋଇଥିବା ବେଳେ କିଛି ଆଶ୍ଚର୍ଯ୍ୟକର। ଏହି କ୍ରମରେ ଏବେ ଏକ ବିଲେଇର ଭିଡିଓ ଭାଇରାଲ ହେଉଛି। ଏହାକୁ ଦେଖି ଯେକେହି କିଭଳି ଏମିତି ହେଉଛି ବୋଲି ପ୍ରଶ୍ନ କରୁଛନ୍ତି।

ଭାଇରାଲ ଭିଡିଓରେ ବିଲେଇଟି କ୍ୟାସିଅର ଭଳି ଟଙ୍କା ଗଣିବାରେ ବ୍ୟସ୍ତ। ନୋଟ ବିଡ଼ା ଧରି ସେ ବେଶ ଆରାମରେ ତାକୁ ଗଣିବାରେ ଲାଗିପଡ଼ୁଛି। ବେଶ ଏକାଗ୍ରତା ସହ ତାକୁ ଏପରି କରିବାର ଦେଖି ଅନେକ ହସୁଥିବା ବେଳେ କିଛି ଚକିତ ମଧ୍ୟ ହେଉଛନ୍ତି। ଟୁଇଟରରେ ଭିଡିଓଟିକୁ ଶେୟାର କରାଯାଇଥିବା ବେଳେ ଏଯାବତ ୧୬.୩ ଲକ୍ଷ ଥର ଏହାକୁ ଦେଖାଯାଇଛି। ସେହିଭଳି ଭିଡିଓକୁ ୮୯ ହଜାର ଲୋକ ପସନ୍ଦ କରିସାରିଲେଣି।

Share