ଲାଇଭ ରିପୋର୍ଟିଂ ସମୟରେ ମହିଳା ରିପୋର୍ଟରଙ୍କ ପଛରେ ପଡ଼ିଗଲା ବିଲେଇ, ଆଉ ତା’ ପରେ

ଲେବାନାନର ରାଜଧାନୀ ବେରୁଟ ବନ୍ଦରରେ ହୋଇଥିବା ବିସ୍ଫୋରଣର ତଦନ୍ତ ସମ୍ପର୍କରେ ସୂଚନା ଦେଉଥିବା ଜଣେ ମହିଳା ରିପୋର୍ଟରଙ୍କ ସହ ଲାଇଭ ରିପୋର୍ଟିଂ ସମୟରେ ଏହି ହୃଦୟସ୍ପର୍ଶୀ ଘଟଣା ଘଟିଛି। ରିପୋର୍ଟ କରିବା ସମୟରେ ଏକ ବିଲେଇ ରିପୋର୍ଟରଙ୍କ ନିକଟକୁ ଆସି ତାଙ୍କ ବେଲ୍ଟ ଟାଣିବାକୁ ଲାଗୁଛି।

ସ୍କାଏ ନ୍ୟୁଜ ଆରବର ବରିଷ୍ଠ ମହିଳା ରିପୋର୍ଟର ଲାରିସା ଏଉନ ବେରୁଟ ପୋର୍ଟ ବ୍ଲାଷ୍ଟ ଅନୁସନ୍ଧାନ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଉଥିଲେ ସେତେବେଳେ ବିଲେଇ ତାଙ୍କ କୋଟର ବେଲ୍ଟରେ ଖେଳିବା ଆରମ୍ଭ କରିଦେଇଥିଲା। ତେବେ ଏହି ସମୟ ମଧ୍ୟରେ ସେ ରିପୋର୍ଟ ଜାରି ରଖିଥିଲେ।

ଲାଇଭ ରିପୋର୍ଟିଂ ସରିବା ପରେ ସେ ହସିବା ସହ ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି କ୍ୟାପଶନରେ ଲେଖିଥିଲେ, ମୋର ସବୁଠାରୁ ବିଶ୍ୱସ୍ତ ଅନୁସରଣକାରୀ। ପରେ ଏହା ଭାଇରାଲ ହେବାରେ ଲାଗିଛି।

Share