ମାଡ଼ି ଆସୁଛି ପ୍ରଳୟ: ତରଳୁଛି ପୃଥିବୀର ଛାତ…

ଲଦାଖ,୧୦।୪: ଭାରତ ସମେତ ସମ୍ପୂର୍ଣ୍ଣ ଏସିଆ ଉପରେ ଏବେ ବିପଦ ମାଡ଼ି ଆସୁଛି। ପୃଥିବୀର ଛାତ କୁହାଯାଉଥିବା ତିବ୍ବତରେ ବରଫ ପାହାଡ଼ ତରଳିବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଏଭଳି ହେଉଥିବା ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। କିଛି ଦିନ ତଳେ ହିମାଚଳପ୍ରଦେଶର ଚାମୋଲିଠାରେ ଘଟିଥିବା ହିମସ୍ଖଳନ ଏହା ଯୋଗୁ ହୋଇଥିବା ସ୍ପଷ୍ଟ ହୋଇଛି। ଆଗକୁ ଏହାଠାରୁ ଭୟଙ୍କର ବିପଦ ମାଡ଼ି ଆସିବ ବୋଲି ସର୍ଭେ ଟିମ୍‌ ମୁଖ୍ୟ ଓ୍ବେଙ୍ଗସିଆ ଝାଙ୍ଗ୍‌ ସୂଚନା ଦେଇଛନ୍ତି। ଏହି ଅଞ୍ଚଳକୁ ଏସିଆର ପାଣି ଟାଙ୍କି କୁହାଯାଇଥାଏ। ଲଗାତାର ବରଫ ପାହାଡ଼ ତରଳିଲେ ପାକିସ୍ତାନର ସିନ୍ଧୁ ନଦୀ, ଭାରତ ଗଙ୍ଗା ଏବଂ ବ୍ରହ୍ମପୁତ୍ର, ଚାଇନାର ୟଲୋ ଏବଂ ୟାଙ୍ଗଜୀ ନଦୀ ଉପରେ ପ୍ରଭାବ ପଡ଼ିବ। ଏସବୁ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହିତ ଏହା ସଂଯୋଗ କରୁଥିବା ସମୁଦ୍ରରେ ଜଳପତ୍ତନ ବଢ଼ିବା ଯୋଗୁ ଉପକୂଳ ଅଞ୍ଚଳରେ ପ୍ରଳୟ ସୃଷ୍ଟି ହେବ। ଏସବୁ ଅଞ୍ଚଳ ପାଣିରେ ବୁଡ଼ିଯିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି।

Share