ଅଯୋଧ୍ୟା ଶୁଣାଣି ପୂର୍ବରୁ ଉତ୍ତରପ୍ରଦେଶ ଡିଜିପି ଓ ମୁଖ୍ୟ ସଚିବଙ୍କୁ ଭେଟିବେ ସିଜେଆଇ ନୂଆଦିଲ୍ଲୀ,୮।୧୧: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣି ପୂର୍ବରୁ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଉତ୍ତର ପ୍ରଦେଶର ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଶୁକ୍ରବାର ଭେଟିବାର କାର୍ଯ୍ୟକ୍ରମ ରହିଛି। ପୋଲିସ ମହାନିର୍ଦ୍ଦେଶକ ଓପି ସିଂହ, ମୁଖ୍ୟ ଶାସନ ସଚିବ...
ଅଯୋଧ୍ୟା ରାୟ ଆସିବା ପୂର୍ବରୁ ଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଅଯୋଧ୍ୟା,୮।୧୧: ଆସନ୍ତା ସପ୍ତାହରେ ରାମଜନ୍ମଭୂମି-ବାବ୍ରି ମସଜିଦ ରାୟ ଆସିବ। ଏହା ପୂର୍ବରୁ ଅଯୋଧ୍ୟାରେ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ୩୦ଟି ବୋମା ନିଷ୍କ୍ରିୟକାରୀ ଟିମକୁ ଅଯୋଧ୍ୟାରେ ନିୟୋଜିତ କରାଯାଇଛି।...
ରାୟ ପୂର୍ବରୁ ଆକ୍ରମଣ ଆଶଙ୍କା:ଅଯୋଧ୍ୟାରେ ପୋଲିସ ଛାଉଣୀ ଅଯୋଧ୍ୟା/ନୂଆଦିଲ୍ଲୀ,୮-୧୧(ପି.ଟି./ଆଇଏଏନ୍ଏସ୍):ଅଯୋଧ୍ୟା ମାମଲାର ବହୁ ପ୍ରତୀକ୍ଷିତ ରାୟ ଆସନ୍ତା ସପ୍ତାହରେ ପ୍ରକାଶ ପାଇବାକୁ ଥିବାବେଳେ ରାମଙ୍କ ଜନ୍ମଭୂମିରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ସୃଷ୍ଟି ହୋଇଛି। ଏନେଇ ଗୋଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସହରର ବିଭିନ୍ନ ସ୍ଥାନରେ...
ଅଯୋଧ୍ୟା ଶୁଣାଣି ପୂର୍ବରୁ ବଢ଼ିଲା ସୁରକ୍ଷା ବ୍ୟବସ୍ଥା ନୂଆଦିଲ୍ଲୀ,୭।୧୧: ଅଯୋଧ୍ୟା ବିବାଦ ଉପରେ ସୁପ୍ରିମକୋର୍ଟଙ୍କ ଶୁଣାଣି ପୂର୍ବରୁ ଅଯୋଧ୍ୟା ପ୍ରଶାସନ ପକ୍ଷରୁ ଗୁରୁବାର ସହରରେ ହାଇ ଆଲର୍ଟ ଜାରି କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଅଯୋଧ୍ୟାର ଭିନ୍ନ ଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଅନ୍ୟପଟେ...
ସଂଘ-ସରକାର-ସଂଗଠନଙ୍କ ଅଯୋଧ୍ୟା ଯୋଜନା: କାଶୀ-ମଥୁରା ନେଇ ଦିଆଯିବନି କୌଣସି ମନ୍ତବ୍ୟ ନୂଆଦିଲ୍ଲୀ,୭।୧୧: ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବା ପୂର୍ବରୁ ସଂଘ(ଆର୍ଏସ୍ଏସ୍), ସରକାର ତଥା ବିଭିନ୍ନ ସହଯୋଗୀ ସଂଗଠନ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହା ଅନ୍ତର୍ଗତ ସଂଘର ସହଯୋଗୀ ସଂଗଠନ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଏବଂ ଅଖିଳ ବିଦ୍ୟାର୍ଥୀ...
ଅଯୋଧ୍ୟା ରାୟ ପୂର୍ବରୁ ପୋଲିସ ଆଲର୍ଟ: କଲେଜରେ ତିଆରି ହେଲା ୮ ଅସ୍ଥାୟୀ ଜେଲ୍ ଲକ୍ଷ୍ନୌ,୭।୧୧: ଅଯୋଧ୍ୟା ରାୟ ପୂର୍ବରୁ ସୁରକ୍ଷା ଦୃଷ୍ଟିରୁ ଉତ୍ତରପ୍ରଦେଶ ପୋଲିସ ବିଭାଗ ପାଇଁ ହାଇ ଆଲର୍ଟ ଜାରି କରାଯାଇଛି। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ଲାଗି ଆମ୍ବେଡ଼କର ନଗରର ବିଭିନ୍ନ କଲେଜରେ ୮ଟି ଅସ୍ଥାୟୀ ଜେଲ୍ ତିଆରି କରାଯାଇଛି। ରାୟ ପ୍ରକାଶ...
ଅଯୋଧ୍ୟା ରାୟ ପୂର୍ବରୁ ୟୁପିକୁ ସତର୍କ କରାଇଲା କେନ୍ଦ୍ର ନୂଆଦିଲ୍ଲୀ,୭ା୧୧(ଆଇଏଏନ୍ଏସ୍): ଆସନ୍ତା ସପ୍ତାହରେ ବହୁପ୍ରତୀକ୍ଷିତ ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ପ୍ରକାଶ ପାଇବା ଆଶା କରାଯାଉଥିଲାବେଳେ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସତର୍କ କରିଦିଆଯାଇଛି। ଅଯୋଧ୍ୟାର ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି କେନ୍ଦ୍ର...
ଅଯୋଧ୍ୟା ରାୟ ପୂର୍ବରୁ ଭାଗଓ୍ବତଙ୍କୁ ଭେଟିବେ ମଦନି: ୨ ଦିନ ପରେ ହୋଇପାରେ ମିଳିତ ଖବରଦାତା ସମ୍ମିଳନୀ ! ନୂଆଦିଲ୍ଲୀ,୬।୧୧: ଅଯୋଧ୍ୟା ରାୟ ପୂର୍ବରୁ ଉତ୍ତର ପ୍ରଦେଶର ସମସ୍ତ ଜିଲାରେ ୧୪୪ ଜାରି କରାଯାଇଛି। ରାୟକୁ ନେଇ ନାନା କଳ୍ପନା ଜଳ୍ପନା ଜାରି ରହିଛି। ଏପରିସ୍ଥଳେ ଆର୍ଏସ୍ଏସ୍ ପ୍ରମୁଖ ମୋହନ ଭାଗଓ୍ବତ ଏବଂ ଜମିୟତ୍ ଉଲେମା-ଇ-ହିନ୍ଦ୍ ଅଧ୍ୟକ୍ଷ ଅଶରଫ୍ ମଦନିଙ୍କ...
ଅଯୋଧ୍ୟାରେ ସୋସିଆଲ୍ ମିଡ଼ିଆ ଉପରେ କଟକଣା: ଡିସେମ୍ବର ୨୮ ପର୍ଯ୍ୟନ୍ତ ବଳବତ୍ତର ନୂଆଦିଲ୍ଲୀ,୪।୧୧: ସୁରକ୍ଷା ଦୃଷ୍ଟିରୁ ଅଯୋଧ୍ୟାରେ ଆସନ୍ତା ଡିସେମ୍ବର ୨୮ ପର୍ଯ୍ୟନ୍ତ ସୋସିଆଲ୍ ମିଡ଼ିଆ ଉପରେ କଟକଣା ଜାରି କରାଯାଇଛି। କୌଣସି ପ୍ରକାର ବିଭ୍ରାନ୍ତିକର, ଆପତ୍ତିଜନକ ଏବଂ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ସୋସିଆଲ୍ ମିଡ଼ିଆରେ ଆସନ୍ତା ୨ ମାସ ପର୍ଯ୍ୟନ୍ତ ନ...
‘ଅଯୋଧ୍ୟା ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମାମଲା’ ନୂଆଦିଲ୍ଲୀ,୩୧ା୧୦: ଅଯୋଧ୍ୟା ଜମି ବିବାଦ ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡିକ ମଧ୍ୟରୁ ଅନ୍ୟତମ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ଜଷ୍ଟିସ୍ ଏସ୍.ଏ. ବୋବ୍ଡେ କହିଛନ୍ତି। ରାଜନୈତିକ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ଏହି...
ଅଯୋଧ୍ୟାରେ ୫.୫ ଲକ୍ଷ ଦୀପ ଜଳାଇ ବିଶ୍ୱ ରେକର୍ଡ ଦୀପଦାନ କରିବାକୁ ନେଇ ଗିନିଜ୍ ଓ୍ବାଲ୍ଡ ରେକର୍ଡ। ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଅଯୋଧ୍ୟାରେ। ଶନିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଦ୍ୱାରା ସରଜୁ ନଦୀ କୂଳରେ ସମୂହ ଦୀପଦାନ କରିବାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ରାଜ୍ୟର...