ବାଣିଜ୍ୟ

Virtual ATM: ଆଉ ଯିବାକୁ ପଡିବନି ATM, ଗୋଟିଏ ଓଟିପିରେ ମିଳିଯିବ ନଗଦ ଟଙ୍କା

ନୂଆଦିଲ୍ଲୀ,୧୪।୨: ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ ବା UPI ଦେଶରେ ସବୁଠାରୁ ଲୋକପ୍ରିୟ ପେମେଣ୍ଟ ଅପ୍ସନ। ଅନଲାଇନ ଟ୍ରାଞ୍ଜାକ୍ସନ ବିପ୍ଲବ ଆସିବା ପରଠାରୁ ମୋବାଇଲ ଓ ଇଣ୍ଟରନେଟ ସାହାଯ୍ୟରେ ଉପଭୋକ୍ତାମାନେ ଅନଲାଇନ ପେମେଣ୍ଟ କରୁଛନ୍ତି। ସବୁଠି ଅନଲାଇନ ସୁବିଧା ଉପଲବ୍ଧ ହେଉଥିବାରୁ...

ବିମାନ ଯାତ୍ରୀଙ୍କୁ ବଡ଼ ଝଟକା: ମୁମ୍ବାଇ ବନ୍ଦରରୁ ଉଡ଼ାଣ ବନ୍ଦ ! କାହିଁକି ଗ୍ରହଣ କରାଗଲା ଏଭଳି ନିଷ୍ପତ୍ତି ?…

ମୁମ୍ବାଇ,୧୪।୨ : ସାରା ଦେଶରେ ବିମାନ ଯାତ୍ରୀଙ୍କ ପାଇଁ ଏକ ଖରାପ ଖବର ଅଛି। ଦେଶର ସର୍ବବୃହତ ତଥା ଅନ୍ତର୍ଜାତୀୟ ବିମାନବନ୍ଦର ମୁମ୍ବାଇ ବିମାନ ବନ୍ଦରରୁ ବିମାନ ଉଡ଼ାଣ ବନ୍ଦ ହୋଇଯାଇଛି। ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ବିମାନ ବନ୍ଦରରୁ ବିମାନ...

ବେଦାନ୍ତ ମେଟାଲ ବଜାରର ଶୁଭାରମ୍ଭ

ଭୁବନେଶ୍ୱର,୧୪।୨:ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଇ କର୍ମସ ପ୍ଲାଟ୍‌ଫର୍ମ ‘ମେଟାଲ ବଜାର’ର ସର୍ବଭାରତୀୟ ସ୍ତରରେ ଉନ୍ମୋଚନ (ଶୁଭାରମ୍ଭ) ହୋଇଯାଇଛି। ଏପରିକି ଏହା...

ଟାଟା ଷ୍ଟିଲ୍‌ର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୧୪।୨:ଦେଶର ପ୍ରମୁଖ ଘରୋଇ ଶିଳ୍ପ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଟାଟା ଷ୍ଟିଲ୍‌କୁ ନିକଟରେ ଆଉ ଏକ ମାନ୍ୟତା ପ୍ରଦାନ କରାଯାଇଛି। ଏପରିକି ଟାଟା ଷ୍ଟିଲ୍‌ର କଳିଙ୍ଗନଗର ଏବଂ ମେରାମଣ୍ଡଳୀ କାରଖାନା ରେସ୍‌ପନ୍‌ସିବଲ୍‌ ଷ୍ଟିଲ୍‌ ସାର୍ଟିଫିକେଶନ ସହ...

ନାଲ୍‌କୋର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧୪।୨:ନ୍ୟାଶନାଲ ଆଲୁମିନିୟମ୍‌ କମ୍ପାନୀ ଲିମିଟେଡ୍‌(ନାଲ୍‌କୋ)ର ବେର୍ଡସ୍ତରୀୟ ବୈଠକ ମଙ୍ଗଳବାର ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ୨୦୨୩ ଡିସେମ୍ବରରେ ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଆର୍ଥିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଆର୍ଥିକ ଫଳାଫଳ...

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୧୪।୨:ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ମଙ୍ଗଳବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ...

ରିଲାଏନ୍ସ ଇଣ୍ଡଷ୍ଟ୍ରିର ଐତିହାସିକ ସଫଳତା

ନୂଆଦିଲ୍ଲୀ,୧୪।୨(ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ଆର୍‌ଆଇଏଲ୍‌) ପ୍ରଥମ ଭାରତୀୟ କମ୍ପାନୀ ଭାବେ ପୁଞ୍ଜିବଜାରରେ ୨୦ଲକ୍ଷ କୋଟି ଟଙ୍କା ସମ୍ପତ୍ତିରେ ପହଞ୍ଚତ୍ଛି। ଏପରିକି ପୁଞ୍ଜିବଜାରରେ ପଞ୍ଜୀକୃତ ଭାରତୀୟ କମ୍ପାନୀ ଭାବେ ରିଲାଏନ୍ସ ଇଣ୍ଡଷ୍ଟ୍ରି ଏହି...

ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ଶସ୍ତା ହେଲା ସୁନା…

ନୂଆଦିଲ୍ଲୀ,୧୩।୨ : ପ୍ରତିବର୍ଷ ପରି ୧୪ ଫେବୃଆରୀରେ ଭାଲେଣ୍ଟାଇନ୍ସ ଡେ ପାଳନ କରାଯାାଉଛି। ଏହି ଅବସରରେ, ଲୋକମାନେ ନିଜ ସାଥୀଙ୍କୁ ଆପଣେଇବା ପାଇଁ ଅନେକ ପଦ୍ଧତି ଗ୍ରହଣ କରିଥାନ୍ତି। ଅନେକ ଲୋକ ନିଜ ସ୍ତ୍ରୀ କିମ୍ବା ଗର୍ଲଫ୍ରେଣ୍ଡକୁ ସୁନା ଉପହାର...

ୟୁଏଇରେ ରୁପେ କାର୍ଡର ଶୁଭାରମ୍ଭ କଲେ ମୋଦି…

ଆବୁଧାବି,୧୩।୨ : ଭାରତରେ ବିକଶିତ ହୋଇଥିବା ରୁପେ କାର୍ଡ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ମଧ୍ୟ ପ୍ରଚଳନ ହେବା ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ ନାହାନ...

Paytm Payments Bank: ୟୁଜରଙ୍କ ପାଇଁ ଖୁସି ଖବର,ଆରବିଆଇ ଅନୁମତି ଦେଲେ ପେଟିମ ସହିତ କାମ କରିବାକୁ କହିଲା ଏହି ବ୍ୟାଙ୍କ…

ନୂଆଦିଲ୍ଲୀ,୧୩।୨ : ପେଟିଏମ ପେମେଣ୍ଟସ ବ୍ୟାଙ୍କ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିବାବେଳେ ଆକ୍ସିସ ବ୍ୟାଙ୍କ ପେଟିଏମ ପେମେଣ୍ଟ ବ୍ୟାଙ୍କ ପାଇଁ ଏକ ଲାଇଫ ଲାଇନ ସାଜିଛି। ଏହି ପ୍ରସଙ୍ଗରେ ଆକ୍ସିସ ବ୍ୟାଙ୍କ ଏମଡି ତଥା ସିଇଓ ଅମିତାଭ ଚୌଧୁରୀ...

ଏଣିକି ଅନଲାଇନ ଟ୍ରାଞ୍ଜାକ୍ସନ ପାଇଁ ଦରକାର ନାହିଁ ଓଟିପି, ଆରବିଆଇ କରୁଛି ବଡ ପ୍ଲାନ

ନୂଆଦିଲ୍ଲୀ,୧୩।୨: ଅନଲାଇନ ଟ୍ରାଞ୍ଜାକ୍ସନ ପାଇଁ ଓ୍ବାନ ଟାଇମ୍‌ ପାସଓ୍ବାର୍ଡ(ଓଟିପି) ଆବଶ୍ୟକ ହୋଇଥାଏ। ଟ୍ରାଞ୍ଜାକ୍ସନ ସମୟରେ ପଞ୍ଜୀକୃତ ମୋବାଇଲ ନମ୍ବର କିମ୍ବା ଇମେଲରେ ଓଟିପି ଆସିବା ପରେ ଟ୍ରାଞ୍ଜାକ୍ସନ ସମ୍ପୂର୍ଣ୍ଣ ହୋଇଥାଏ। ମୋବାଇଲ ନମ୍ବରରେ ଓଟିପି ଆସିବା ପରେ ଅନଲାଇନ ଟ୍ରାଞ୍ଜାକ୍ସନ...

ରବି କିଶନ ଶ୍ୟାମ ଷ୍ଟିଲ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୧୩।୨: ଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ତଥା ଟିଏମ୍‌ଟି ବାରସର ଉତ୍ପାଦକ ଏବଂ ନିର୍ମାତା ‘ଶ୍ୟାମ ଷ୍ଟିଲ୍‌’ (ଶ୍ୟାମ ଷ୍ଟିଲ ଇଣ୍ଡଷ୍ଟ୍ରିଜ) ପକ୍ଷରୁ ଜଣାଶୁଣା ଭାରତୀୟ ଅଭିନେତା, ରାଜନେତା ଏବଂ ଚଳଚ୍ଚିତ୍ର ନିର୍ମାତା ରବି କିଶନଙ୍କୁ କମ୍ପାନୀର ବ୍ରାଣ୍ଡ୍‌ ଆମ୍ବାସାଡର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri