ବାଣିଜ୍ୟ

ଭୋଡାଫୋନ୍‌ ଆଇଡିଆର ଧମାକା ଅଫର୍‌: ମାତ୍ର ୨.୮ ଟଙ୍କାରେ ମିଳୁଛି ୧ ଜିବି ଡାଟା

ନୂଆଦିଲ୍ଲୀ,୧୬।୧: ଭୋଡାଫୋନ୍‌ ଆଇଡିଆ(ଭିଆଇ) ଏହାର ପ୍ରିପେଡ୍‌ ଗ୍ରାହକଙ୍କ ପାଇଁ ଏକ ଉତ୍ତମ ପ୍ଲାନ୍‌ ଆଣିଛି। ଏହି ଯୋଜନାରେ ବ୍ୟବହାରକାରୀଙ୍କୁ ମାତ୍ର ୨.୦୮ ଟଙ୍କାରେ ୧ଜିବି ଡାଟା ମିଳିବ। ଏହାଛଡ଼ା ଓଟିଟି ସବ୍‌ସ୍କ୍ରିପ୍‌ସନ ସମେତ ଅନେକ ସୁବିଧାର ଲାଭ ମଧ୍ୟ ମିଳିବ।...

ୟୁଜରଙ୍କ ଅସନ୍ତୋଷ ଆଗରେ ମୁଣ୍ଡ ନୁଆଁଇଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୧୬।୧: ମେସେଜିଂ ଆପ୍‌ ହ୍ବାଟ୍ସଆପ୍‌ର ନୂଆ ପ୍ରିଭେସି ପଲିସି ଅପ୍‌ଡେଟ୍‌ କରିବାର ଘୋଷଣା କରିଥିଲା। ଏହାକୁ ନେଇ ବ୍ୟବହାରକାରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ଲୋକମାନେ ଅନ୍ୟ ଆପ୍‌ଆଡକୁ ମୁହାଁଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ହ୍ବାଟ୍ସଆପ୍‌ ଏବେ ନିଜର ପ୍ରିଭେସି...

ନିବେଶକଙ୍କ କ୍ଷତି ୨.୩୩ ଲକ୍ଷ କୋଟି

ମୁମ୍ବାଇ: ଶୁକ୍ରବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ( ଏନ୍‌ଏସ୍‌ଇ)ରେ କାରବାର ପ୍ରଭାବିତ ହୋଇଛି। ଗତ ୪ ସପ୍ତାହ ମଧ୍ୟରେ ପ୍ରଥମ ଥର...

ରେକର୍ଡ ଭାଙ୍ଗୁଛି ତେଲ, କମୁନି ଟିକସ

ମୁମ୍ବାଇ: ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ରେକର୍ଡ ଭାଙ୍ଗିଛି। ନୂଆଦିଲ୍ଲୀରେ ପେଟ୍ରୋଲ ୮୪ ଟଙ୍କା ଟପିଥିବା ବେଳେ ମୁମ୍ବାଇରେ ୯୧ ଟଙ୍କାରୁ ଊର୍ଦ୍ଧ୍ୱରେ ରହିଛି। ଭୁବନେଶ୍ୱରରେ ତେଲ ଦର ନୂଆଦିଲ୍ଲୀଠାରୁ ଊର୍ଦ୍ଧ୍ୱରେ ରହିଛି। ଦିଲ୍ଲୀରେ ଡିଜେଲ ୭୪.୮୮...

ଭୁବନେଶ୍ୱରରେ ଟୋଟାଲ ଏଲ୍‌ପିଜି ସେବା

ଭୁବନେଶ୍ୱର: ଫ୍ରାନ୍ସ ଭିତ୍ତିକ ତୈଳ ଏବଂ ଗ୍ୟାସ୍‌ କମ୍ପାନୀ ‘ଟୋଟାଲ’ ଭୁବନେଶ୍ୱର ବଜାରରେ ଏଲ୍‌ପିଜି ବିତରଣ ବାଣିଜ୍ୟ କ୍ଷେତ୍ରରେ ପ୍ରବେଶ କରିଛି। ଖୋର୍ଦ୍ଧା ଜିଲା ପାଇଁ କମ୍ପାନୀ ପକ୍ଷରୁ ‘ଆବ୍‌ସୋଲ୍ୟୁଟ ଟୋଟାଲ ଡିଷ୍ଟ୍ରିବ୍ୟୁଟର୍ସ’କୁ ଅଧିକୃତ ବିତରକ ଭାବେ ନିଯୁକ୍ତ କରାଯାଇଛି।...

୨୯ରୁ ବଜେଟ ଅଧିବେଶନ

ନୂଆଦିଲ୍ଲୀ: ଚଳିତ ମାସ ୨୯ତାରିଖରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେଉଛି। ଏହିଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାର୍ଲାମେଣ୍ଟ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ। ସେହିଭଳି ସାଧାରଣ ବଜେଟ ଫେବୃୟାରୀ ପହିଲାରେ ଆସିବ। ବଜେଟ ଅଧିବେଶନ ଏପ୍ରିଲ...

ବନ୍ଦ ହେବ ସ୍କୁଟର ଇଣ୍ଡିଆ, ଭାରତ ପମ୍ପସ୍‌

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ କମ୍ପାନୀ ସ୍କୁଟର ଇଣ୍ଡିଆ ଏବଂ ଭାରତ ପମ୍ପସ୍‌ ଆଣ୍ଡ କମ୍ପ୍ରେସର ବନ୍ଦ ହୋଇଯିବ। ଏହି କମ୍ପାନୀଗୁଡିକୁ ପରିଚାଳନା ଲାଗି ଯୋଗ୍ୟ ସଂସ୍ଥା ନ ପାଇବାରୁ ସରକାର ବାଧ୍ୟ ହୋଇ ଏଥିରେ ତାଲା ପକାଇବେ। ଏହି ୨ କମ୍ପାନୀର...

ସେଲ୍‌ରୁ ୧୦% ଅଂଶଧନ ଖସାଇବେ ସରକାର

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଇସ୍ପାତ ପ୍ରସ୍ତୁତକାରୀ କମ୍ପାନୀ ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌(ସେଲ୍‌)ରୁ ସରକାର ୧୦% ଅଂଶଧନ ଖସାଇବେ। ଏ ନେଇ ପ୍ରସ୍ତାବ ଦିଆଯାଇଥିବା ସରକାର ବୁଧବାର ସୂଚନା ଦେଇଛନ୍ତି। ଏଥିଲାଗି ଅଫର ଫର୍‌ ସେଲ୍‌ (ଓଏଫ୍‌ଏସ୍‌) ଗୁରୁବାରଠାରୁ ଆରମ୍ଭ...

ଆରମ୍ଭ ହେଲା ଏୟାର ଟ୍ୟାକ୍ସି ସେବା

ଚଣ୍ଡିଗଡ଼,୧୪।୧: କେନ୍ଦ୍ର ସରକାରଙ୍କ ‘ଉଡ଼ାଣ’ ଯୋଜନା ଅନ୍ତର୍ଗତ ଗୁରୁବାର ଦେଶର ପ୍ରଥମ ଏୟାର ଟ୍ୟାକ୍ସି ସେବା ଆରମ୍ଭ କରାଯାଇଛି। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର ଚଣ୍ଡିଗଡ଼ ବିମାନ ବନ୍ଦରରେ ଏହି ସେବାର ଶୁଭାରମ୍ଭ କରିଛନ୍ତି। ଚଣ୍ଡିଗଡ଼ରୁ ହିସାର ମଧ୍ୟରେ...

ଟେଲିଗ୍ରାମରେ ଯୋଡ଼ିହେଲେ ଆଉ ୨.୫ କୋଟି ୟୁଜର

ନୂଆଦିଲ୍ଲୀ,୧୪।୧: ହ୍ବାଟ୍ସ ଆପ୍‌ର ନୂଆ ପ୍ରିଭେସି ପଲିସି ଯୋଗୁ ମେସେଜିଂ ଆପ୍‌ ଟେଲିଗ୍ରାମ ଆଡକୁ ୟୁଜର ମୁହାଁଉଥିବା ଦେଖା ଯାଇଛି। ଗତ ୭୨ ଘଣ୍ଟା ମଧ୍ୟରେ ଟେଲିଗ୍ରାମରେ ୨.୫ କୋଟି ନୂଆ ୟୁଜର ଯୋଡି ହୋଇଛନ୍ତି। ଫଳରେ ଏହି ମେସେଜିଂ ଆପ୍‌...

ଅନ୍‌ଲାଇନ ନେଣଦେଣ ୮୦% ବଢ଼ିଛି

ନୂଆଦିଲ୍ଲୀ,୧୪।୧: ବର୍ଷ ୨୦୨୦ରେ ଦେଶ ମଧ୍ୟରେ ଅନ୍‌ଲାଇନ ନେଣଦେଣ ପ୍ରାୟ ୮୦% ବୃଦ୍ଧି ପାଇଛି। ଛୋଟ ଏବଂ ମଧ୍ୟମ ବର୍ଗ ସହରଗୁଡିକରେ ଅନ୍‌ଲାଇନ ପ୍ଲାଟ୍‌ଫର୍ମ ଗ୍ରହଣ ହାର ଏବେ ଦ୍ରୁତ ହୋଇଛି। ଫଳରେ ଡିଜିଟାଲ କାରବାରରେ ବୃଦ୍ଧି ପରିଲକ୍ଷିତ ହୋଇଛି। ବିତ୍ତୀୟ...

ଘରୋଇ ପୁଞ୍ଜିବଜାର ସବୁଠୁ ମହଙ୍ଗା

ମୁମ୍ବାଇ,୧୪।୧: ବିକଶିତ ବଜାର ମଧ୍ୟରେ ଆମେରିକା ଶେୟାର ବଜାର ବର୍ତ୍ତମାନ ସବୁଠାରୁ ଭଲ କାରବାର କରୁଛି। ସେହିଭଳି ଅଭିବୃଦ୍ଧିଶୀଳ ବଜାରଗୁଡିକର କଥା ବିଚାରକୁ ନେଲେ ଭାରତ ସବୁଠାରୁ ଆଗରେ ରହିଛି। ବିକାଶଶୀଳ ବଜାରଗୁଡିକ ମଧ୍ୟରେ ଭାରତୀୟ ଶେୟାର ବଜାର ସବୁଠୁ ମହଙ୍ଗା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri